ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜଙ୍କ ମନ୍ତବ୍ୟକୁ ନେଇ ବିବାଦ

ପ୍ରଭୁ ଯୀଶୁ କେବଳ ହିନ୍ଦୁ ନ ଥିଲେ ସେ ଭାରତରେ ୧୦ ବର୍ଷ କଟାଇଥିଲେ । ୩ ବର୍ଷ ପୁରୀରେ ରହି ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜଙ୍କ ମନ୍ତବ୍ୟକୁ ନେଇ ବିବାଦ

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜଙ୍କ ମନ୍ତବ୍ୟକୁ ନେଇ ବିବାଦ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଛତିଶଗଡ଼ର ରାଜଧାନୀ ରାୟପୁରରେ ଅନୁଷ୍ଠିତ ଏକ ଧାର୍ମିୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ମଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ । "ପୂର୍ବରୁ ଏଭଳି ତାଜମହଲ ଶୈବାଳୟ ପିଠରେ ନିର୍ମାଣ ହୋଇଥିଲା ଥିଲା ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଥିଲେ ।



ଏବେ ଯୀଶୁଙ୍କୁ ନେଇ ଛତିଶଗଡରେ ଦେଇଥିବା ବିବୃତି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ  ଛତିଶଗଡର ରାୟପୁରର ଏକ କାର୍ଯ୍ୟକ୍ରମରେ କହିଥିଲେ, ଯୀଶୁ ଭାରତରେ ୧୦ବର୍ଷ ଅବସ୍ଥାନ କରିଥିଲେ । ସେ ଅଜ୍ଞାତବାସ ସମୟରେ ଭାରତରେ ଅବସ୍ଥାନ କରିଥିବା ସହ କେବଳ ପୁରୀରେ ତିନିବର୍ଷ କଟାଇଛନ୍ତି । ସେ ବୈଷ୍ଣବ ଭକ୍ତ ଥିଲେ । ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ କିନ୍ତୁ ବର୍ତ୍ତମାନ ସଂରକ୍ଷଣ ଜରୀଆରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି "। ଯାହାକୁ ନେଇ ଏବେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ କେବଳ ଧାର୍ମିକ ପ୍ରସଙ୍ଗରେ ନିଜର ମତବ୍ୟକ୍ତ ନକରି ଏଭଳି ବିବାଦୀୟ ମନ୍ତବ୍ୟରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ।

ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସ୍ୱାମିଜୀଙ୍କ ଏହି ମତକୁ ଗ୍ରହଣ ନ କରିବା ସହ କେଉଁ ଉଦ୍ଦେଶ୍ୟ ନେଇ ସେ ଏଭଳି ମତ ପୋଷଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସ୍ୱାମୀଜୀଙ୍କ ପରି ଉଚ୍ଚମାନର ସାଧୁ ଏପରି ମନ୍ତବ୍ୟ ଦେବା ପୂର୍ବରୁ ଭାବିବା ଉଚିତ ବୋଲି ଛତିଶଗଡ଼ର ଆର୍କବିଶପ ଭିକ୍ଟର ହେନରି କହିଛନ୍ତି ।  ସେ ତାଙ୍କ ନିଜ ଧର୍ମର ଲୋକଙ୍କୁ ଧର୍ମଶିକ୍ଷା ଦେବାରେ ସୀମିତ ରହନ୍ତୁ, ଆମେ ତାଙ୍କୁ ଇତିହାସ ପଢ଼ିବାକୁ ଉପଦେଶ ଦେଇପାରିବୁନି । ଏହି ପ୍ରସଙ୍ଗରେ ତଥ୍ୟ ଦିଅନ୍ତୁ ବୋଲି କହିଛନ୍ତି ।
ରାଜ୍ୟରେ ଅନେକ ଚର୍ଚ୍ଚ ରହିବା ସହ ଗରିବ ଆଦିବାସୀ ଓ ହରିଜନ ହିନ୍ଦୁମାନଙ୍କୁ ପ୍ରଲୋଭନ ଦେଖାଇ ଧର୍ମାନ୍ତରିତ କରାଯାଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ମିଶନାରୀ ସ୍କୁଲରେ ହିନ୍ଦୁ ପର୍ବପର୍ବାଣୀ ବି ପାଳନ ହେଉନାହିଁ ।ବିଦ୍ୟାଦେବୀ ସରସ୍ୱତୀ ଓ ଗଜାନନଙ୍କ ପୂଜା ହେଉନାହିଁ । ଯେଉଁଥିରେ ଆମ ହିନ୍ଦୁ ପିଲାମାନେ ଏହି ପରମ୍ପରା ବିଷୟରେ ଅବଗତ ହେଉନାଁହାନ୍ତି । ତେଣୁ ଯଦି ଗୁରୁଜୀଙ୍କ କଥା ଧାର୍ମିୟ ନ୍ୟାଧିଶ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ତେବେ ଏହା ତତ୍ତ୍ୱ ଭିତିକ ବୋଲି କହିଛନ୍ତି ଗୋବର୍ଦ୍ଧନ ମଠର ପ୍ରାକ୍ତନ ମୁଖପାତ୍ର ମନୋଜ ରଥ ।

ବାଇବେଲରେ ଯୀଶୁଙ୍କ ୧୦ ବର୍ଷର ଅଜ୍ଞାତବାସ ବାସ୍ତବିକ କଣ ଯଦି ଉଲ୍ଲେଖ ନାହିଁ । ତେବେ ଜଗଦଗୁରୁଙ୍କ ମତ ସତ୍ୟ କି ।ଏହା ତର୍ଜମାର ପ୍ରସଙ୍ଗ ବୋଲି ମତପ୍ରକାଶ ପାଇଛି ।
Published by:Soubhagya Mishra
First published: