'ରାଷ୍ଟ୍ରପତ୍ନୀ'କୁ ନେଇ ବିଧାନସଭା ଓ ଲୋକସଭାରେ ବିବାଦ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ଵର: କଂଗ୍ରେସ ନେତା ଅଧୀର ଚୌଧୁରୀଙ୍କ 'ରାଷ୍ଟ୍ରପତ୍ନୀ' ସମ୍ବୋଧନକୁ ନେଇ ବିଧାନସଭାରେ କମ୍ପନ। ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ଜୋରଦାର ପ୍ରତିବାଦ କରିଛନ୍ତି। ଶୂନ୍ୟ କାଳରେ ଏ ପ୍ରସଙ୍ଗ ଉଠାଇବାକୁ ବାଚସ୍ପତି କହିଥିଲେ ମଧ୍ୟ ବିରୋଧୀ ବିଜେପି ମଙ୍ଗୁନଥିଲେ। ଫଳରେ ଗୃହ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି। ଅନ୍ୟପଟେ ଏହି ଘଟଣାକୁ ନେଇ ଲୋକସଭାରେ ହଙ୍ଗମା ହେବାରୁ ସୋନିଆ ଗାନ୍ଧି ନିଜର ପ୍ରତିକ୍ରିୟା ରଖିଛନ୍ତି।
ବିଜେପି ବିଧାୟକ ମାନେପ ପ୍ଲା କାର୍ଡ଼ ଧରି ହୋ ହାଲ୍ଲା ନାରାବାଜି କରିଥିଲେ। ପୋଡ଼ିଅମ ନିକଟରେ ହୋ ହଲ୍ଲା ନାରାବାଜି କରିଥିଲେ ବିଜେପି ସଦସ୍ୟ। ପରେ ଗୃହ ବାହାରେ ବି ବିଜେପି ସଦସ୍ୟ ମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ।
ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି," ଅଧୀର ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରିବା ଦେଶ ପାଇଁ ଅପମାନ। ଜଣେ ଓଡ଼ିଆଙ୍କୁ ଦେଶ ସୁଯୋଗ ଦେଇଛି। ଜଣେ ଆଦିବାସୀ ଓଡ଼ିଆ ଭାବେ ରାଷ୍ଟ୍ରପତି ପଦରେ ବସିଛନ୍ତି। ଓଡ଼ିଆ ସ୍ୱାଭିମାନକୁ ଅପମାନ ପହଞ୍ଚାଇଛନ୍ତି । ଏଥିପାଇଁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ। ଓ ଅଧିର ଚୌଧୁରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ"।
ବିଜେଡି ବିଧାୟକ ରାଜକିଶୋର ଦାସ ବି ନିନ୍ଦା କରିଛନ୍ତି। ସେ କହିଛନ୍ତି ଅଧୀର ଚୌଧୁରୀଙ୍କ ମୁହଁରୁ ଏପରି ଶବ୍ଦ ବାହାରିବା ଉଚିତ ହୋଇନି। ରାଜ୍ୟ କଂଗ୍ରେସ ବି ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛି।କଂଗ୍ରେସ ବିଧାୟକ ରାଜନ୍ ଏକାଙ୍କ କହିଛନ୍ତି ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା ଅଛି। ଏପରି କାହିଁକି କହିଲେ ପରବର୍ତ୍ତୀ ମୁହୂର୍ତ୍ତରେ ଜଣା ପଡ଼ିବ।
ଲୋକସଭା ଗୃହ ସ୍ଥଗିତ ରହିବା ପରେ ସୋନିଆ ବିଜେପି ସାଂସଦ ରାମ ଦେବୀଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଅଧୀର ରଞ୍ଜନ ଏହି ଘଟଣାରେ କ୍ଷମା ମାଗିଛନ୍ତି। ତେବେ ସେତେବେଳକୁ ସ୍ମୃତି ଇରାନୀ ଓ ଅନ୍ୟ ମନ୍ତ୍ରୀମାନେ ପହଞ୍ଚି ଆଲୋଚନାରେ ହସ୍ତକ୍ଷେପ କରି ସ୍ଲୋଗାନ ଦେଇଥିଲେ। ତା’ପରେ ଟିଏମସି ସାଂସଦ ତଥା ସୁପ୍ରିୟା ସୁଲେ ସୋନିଆ ଗାନ୍ଧୀଙ୍କୁ ରକ୍ଷା କରିଥିଲେ। ଏଥି ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ହସ୍ତକ୍ଷେପ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।