ବାଲିସାହି ବସ୍ତି ଉଚ୍ଛେଦକୁ ନେଇ 'ଇଡ଼କୋ'ର ନୋଟିସ ପ୍ରସଙ୍ଗ: ମୁହାଁମୁହିଁ ହେଲେ ଇଡ଼କୋ ଓ ସିଏମସି ମେୟର

ବାଲିସାହି ବସ୍ତି ସିଏମସିର ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଘର ଉଚ୍ଛେଦକୁ ନେଇ 'ଇଡକୋ'ର ନୋଟିସ ଯୋଗୁଁ ଏକ ବଡ଼ଧରଣ ବବାଦର ସୁତ୍ର ପାତ ହୋଇଛି । ଏନେଇ ସିଏମସି ମେୟର ଓ ଇଡକୋ ମୁହାଁମୁହିଁ ହୋଇଛନ୍ତି ।

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ପାଇଁ ତିଆାରି ହେଉଥିବା ଘର

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ପାଇଁ ତିଆାରି ହେଉଥିବା ଘର

  • Share this:
News18 Odia Digital

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଗଢିଉଠିଥିବା ବାଲିସାହି ବସ୍ତି ଓ ବସ୍ତିରେ ଥିବା ସିଏମସିର ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଘର ଉଚ୍ଛେଦକୁ ନେଇ 'ଇଡକୋ'ର ନୋଟିସ ଯୋଗୁଁ ଏକ ବଡ଼ଧରଣ ବବାଦର ସୁତ୍ର ପାତ ହୋଇଛି ।  ଉଚ୍ଛେଦ ଲାଗି ଇଡ଼କୋ ପକ୍ଷରୁ ଜାରି ହୋଇଥିବା ଏହି ନୋଟିସରେ ଗୋଟିଏ ପଟେ ଅସ୍ଥାୟୀ କ୍ୟାବିନ ବା ଦୋକାନ ଘର ବା ଜମି ଉପରୁ ଜବରଦଖଲ ହଟାଇବା ପାଇଁ ଉଲ୍ଲେଖ କରାଯାଇଥିବା ବେଳେ ନୋଟିସର ଉପରି ଭାବରେ 'ଦୋକାନ ସହ ଘର' ଲେଖାଥିବାରୁ ଏହାକୁ ନେଇ ବସ୍ତିବାସିନ୍ଦାଙ୍କ ମନରେ ଛନକା ପଶିଛି ।

ଏହି ବସ୍ତିରେ ପ୍ରାୟ ଦୁଇ ଶହ ଘର ଥିବା ବେଳେ ଡ୍ରେନ୍ ନିର୍ମାଣ ପାଇଁ ପାଖାପାଖି ୨୦ରୁ ୩୦ଟି ଘରକୁ ଉଚ୍ଛେଦ କରିବା ପାଇଁ ନୋଟିସ ଜାରି କରିଛି "ଇଡକୋ" । ଉଚ୍ଛେଦ ହେବାକୁ ଏହି ଘରଗୁଡ଼ିକ ମଧ୍ୟରେ ରହିଛି ସିଏମସିର ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଘର । ପୂର୍ବରୁ ନୁଆଁଣିଆ ଛୁପୁଡ଼ି ଘରେ ରହୁଥିବା ଦମୟନ୍ତୀଙ୍କ ପାଇଁ ଏବେ ଏକ ନୂଆ ଆଜବେଷ୍ଟସ୍ ଘର ତିଆରି ହେଉଥିବା ବେଳେ ସେହି ଘରେ ମଧ୍ୟ ବୁଲଡୋଜର ଚାଲିବା ଆଶଙ୍କା ରହିଛି ।

ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରୁଛନ୍ତି ଦମୟନ୍ତୀ


"ଇଡକୋ ଗତ ୨୯ ତାରିଖ ଦିନ ଏହି ନୋଟିସ ଜାରି କରି ଆସନ୍ତା ୧୦ ତାରିଖ ମଧ୍ୟରେ ସେହି ସ୍ଥାନ ଛାଡ଼ି ଚାଲିବା ପାଇଁ କହିଛି । କିନ୍ତୁ ଏସମ୍ପର୍କରେ ଇଡକୋ କତ୍ତପକ୍ଷ ସିଏମସିକୁ ଅନ୍ଧାରରେ ରଖିବା ଘଟଣା ସହଜରେ ଗ୍ରହଣ କରିପାରୁନାହିଁ ସିଏମସି । ଏହି ବାବଦରେ ଇଡକୋକୁ କଡ଼ା ଜବାବ ଦେବାକୁ ଯାଇ ସିଏମସିର ବିନା ଅନୁମତି କୌଣସି କର୍ତ୍ତୃପକ୍ଷ ସହର ମଧ୍ୟରେ ବିଶେଷ କରି ବସ୍ତି ଉଚ୍ଛେଦ କରି ପାରିବେ ନାହିଁ," କହିଛନ୍ତି ସିଏମସି ମେୟର ସୁବାସ ସିଂ ।

"ଇଡକୋ କତ୍ତୃପକ୍ଷ ନିଜ ମନ ଇଚ୍ଛା  ବାଲିସାହି ବସ୍ତିବାସିନ୍ଦାଙ୍କ ଉଚ୍ଛେଦ ପାଇଁ ନୋଟିସ ଜାରି କରିଛନ୍ତି । ନୋଟିସ ଜାରି କରିବା ପୂର୍ବରୁ ସିଏମସି ସହିତ ସେମାନଙ୍କର ଆଲୋଚନା କରିବାର ଥିଲା । ଉନ୍ନତି ମୂଳକ କାର୍ଯ୍ୟ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ  । କିନ୍ତୁ ଉଚ୍ଛେଦ ପୂର୍ବରୁ ସେମାନଙ୍କ ଥଇଥାନ ବାବଦରେ ସବିଶେଷ ନିଷ୍ପତି ଗ୍ରହଣ ନ ହେବା ପର୍ଯ୍ୟନ୍ତ ସେଠାରେ ଉଚ୍ଛେଦ କାର୍ଯ୍ୟ ହେବ ନାହିଁ" ବୋଲି କହିଛନ୍ତି ସିଏମସି ମେୟର ସୁବାସ ସିଂ ।

ଉଚ୍ଛେଦ ପାଇଁ ନୋଟିସ ହୋଇଥିବା ବାଲିସାହି ବସ୍ତିର ଘରଗୁଡ଼ିକ


ଏନେଇ ଇଡକୋ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନଥିଲେ ମଧ୍ୟ ବିରୋଧକୁ ଦେଖି ଇଡକୋ ଉଚ୍ଛେଦ ପ୍ରକ୍ରିୟା ଉପରେ ପୁନ୍ନବାର ବିଚାର କରାଯାଉଥିବା କୁହାଯାଉଛି । ଏହାରି ଭିତରେ ଉଚ୍ଛେଦ ନୋଟିସ ପାଇଥିବା ବାଲିସାହି ବସ୍ତି ବାସିନ୍ଦାଙ୍କ ଦ୍ବନ୍ଦ ବଢିଛି ।

"ଯେତେଦିନ ହେଲାଣି ନୋଟିସ ମରାଗଲାଣି ସେତେଦିନ ହେବ ଆମା ଖିଆ ପିଆ ନାହିଁ । ଆମେ ସରକାରୀ ଯାଗାରେ ଅଛୁ ସତ । କିନ୍ତୁ ଏବେ ଏହି ଖରା ସମୟରେ ଆମର ଘର ଭାଙ୍ଗି ଦେଲେ ଆମେ ପିଲା ଛୁଆ ନେଇ କୁଆଡେ ଯିବୁ । ୧୦ ଦିନ ଭିତରେ ଆମେ ବିକଳ୍ପ ବ୍ୟବସ୍ଥା କରିବା ଆମ ପାଇଁ ସମ୍ଭବପର ନୁହେଁ," କହିଛନ୍ତି ମମତା ସାହୁ ।
Published by:Soumya Das
First published: