ରୋମରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ବିଧାନସଭା ସହ ଯୋଡିହେବାକୁ ନେଇ ଘନେଇଲା ବିବାଦ

ରାଜ୍ୟ ବିଧାନସଭା ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଏହି ସମୟରେ ରୋମରୁ ମୁଖ୍ୟମନ୍ତ୍ରୀ ବିଧାନସଭା ଅଧିବେଶନରେ ଭର୍ଚୁଆଲ୍ ମାଧ୍ୟମରେ ଯୋଡି ହେବା ନେଇ ବିବାଦ ଘନେଇଛି ।

ବିଜେପି ସଭାପତି ସମୀର ମହାନ୍ତି (ପ୍ରତୀକାତ୍ମକ ଛବି)

ବିଜେପି ସଭାପତି ସମୀର ମହାନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ବିଧାନସଭା ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରହିବେ । ରୋମରୁ ତାଙ୍କର ରହଣୀସ୍ଥାନରୁ ବିଧାନସଭା ଅଧିବେଶନରେ ଭର୍ଚୁଆଲ୍ ମାଧ୍ୟମରେ ଯୋଡି ହେବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ଚିନ୍ତାଜନକ ବୋଲି କହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ବେଳେ ପ୍ରତ୍ୟେକ୍ଷ ଭାବରେ ଗୃହରେ ଅନୁପସ୍ଥିତ ରହିବାକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ମାତ୍ର ବିଜେପି ରାଜ୍ୟ ସଭାପତି ତାଙ୍କ ଟୁଇଟରେ ଲେଖିଛନ୍ତି ପ୍ରକାଶିତ ଖବର ଯଦି ସତ ହୋଇଥାଏ ଚିନ୍ତାଜନକ।ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟୁଇଟ କରି କହିଛନ୍ତି,"ବିଧାନସଭା ହେଉଛି ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗଣତନ୍ତ୍ରର ମନ୍ଦିର । ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗୃହରେ ଆଲୋଚନା ହୋଇଥାଏ । ସଂଘୀୟ ବ୍ୟବସ୍ଥାରେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ବେଳେ ପ୍ରତ୍ୟେକ୍ଷ ଭାବରେ ଗୃହରେ ରହିବା ଉଚିତ" ।

ମୁଖ୍ୟମନ୍ତ୍ରୀ ବିଧାନସଭାର ମୂଲ୍ୟବୋଧ ଓ ଗୁରୁତ୍ୱକୁ ବୁଝି ନିଜ ବିଦେଶ ଗସ୍ତକୁ ମୌସୁମୀ ଅଧିବେଶନ ପୂର୍ବରୁ କିମ୍ବା ପରେ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ଅନୁପସ୍ଥିତ ରହିବା ଗ୍ରହଣୀୟ ନୁହେଁ । ବିଦେଶ ଗସ୍ତ କରି ଭର୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେଲେ ଓଡ଼ିଶାର ସ୍ୱାର୍ଥ ସାଧନ ହୋଇପାରିବ ନାହିଁ ବୋଲି ସେ ଅନୁଭବ କରୁଥିବା କହିଥିଲେ।

ବିଜେପି ସଭାପତିଙ୍କ ଟ୍ୱିଟର ଜବାବ ରଖିଛି ବିଜେଡ଼ି। ମୁଖପାତ୍ର ଲେନିନ ମହାନ୍ତି ଲେଖିଛନ୍ତି,"ରାଜ୍ୟ ବିଜେପି ସଭାପତି ବିନା ତଥ୍ୟ ଆଧାରରେ ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଭିତ୍ତିରେ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ମାନ୍ୟବର ମୁଖ୍ୟମନ୍ତ୍ରୀ ସଦାବେଳେ ସମର୍ପିତ ଭାବେ କାର୍ଯ୍ୟ କରିଆସୁଥିବାରୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଏଯାଏ ସ୍ଥିରୀକୃତ ହୋଇ ନ ଥିବା ବେଳେ, ସତ କଣ ନ ଜାଣି ଏଭଳି ମନ୍ତବ୍ୟ ଦେବା, ରାଜ୍ୟ ବିଜେପି ସଭାପତିଙ୍କ ପକ୍ଷରେ ଉଚିତ ହେଉନାହିଁ"।

ମହାମାରୀ କରୋନା ସମୟରେ ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବାର ବ୍ୟବସ୍ଥା ହୋଇଥିଲା । ମାତ୍ର ସାମାନ୍ୟ ପରିସ୍ଥିତିରେ ବିଦେଶ ଗସ୍ତ କରି ଭର୍ଚୁଆଲରେ ଯୋଡିହେବା ପରମ୍ପରା ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କେତେ ଠିକ୍ ତାକୁ ନେଇ ଉଠିଛି ପ୍ରଶ୍ନ ।
Published by:Soumya Das
First published: