ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲକୁ ନେଇ ବାଲେଶ୍ୱରରେ ବିଜେପି ବିଜେଡ଼ି ମଧ୍ୟରେ ବିବାଦ

ଫଟୋ ଭାଇରଲ ପରେ ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ଏ ନେଇ ଟାଉନ ଥାନାରେ ଏକ ମାମଲା ଦାୟର କରାଯାଇଥିଲା। ଯେଉଁଥିରେ ଫଟୋକୁ ଏଡିଟ କରି ବଦନାମ କରାଯାଉଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

 ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରଲକୁ ନେଇ ବାଲେଶ୍ୱରରେ ବିଜେପି ବିଜେଡ଼ି ମଧ୍ୟରେ ବିବାଦ

ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରଲକୁ ନେଇ ବାଲେଶ୍ୱରରେ ବିଜେପି ବିଜେଡ଼ି ମଧ୍ୟରେ ବିବାଦ

  • Share this:
News18 Odia Digital

ବାଲେଶ୍ବର: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋକୁ ନେଇ ବାଲେଶ୍ବର ରାଜନୀତି ସରଗରମ। ଦୁଇଟି ଫଟୋ ଭାଇରଲ ହେବା ପରେ ବିଜେପି ଓ ବିଜେଡ଼ି ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ବିଜେପିର ଜଣେ ବରିଷ୍ଠ ନେତାଙ୍କ ସହିତ ଏକ ମହିଳାଙ୍କ ଫଟୋ ଭାଇରଲ ହୋଇଛି । ବିଭିନ୍ନ ସୋସିଆଲ ମିଡ଼ିଆ ସାଇଡ଼ରେ ଏହି ଫଟୋଟିକୁ ଭାଇରଲ କରାଯାଇଛି । ଯାହାକୁ ନେଇ ବାଲେଶ୍ୱର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି।

ଭାଇରଲ କରି କୁହାଯାଉଛି ଏହି ଫଟୋ ଟି ବିଜେପିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କର । ତେବେ ଫଟୋରେ ଜଣେ ବ୍ୟକ୍ତିଙ୍କ ସହିତ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଦୁଇଟି ଫଟୋକୁ ଏକ ପୋଷ୍ଟରେ ଯୋଡ଼ି ଲେଖାଯାଇଛି, "ବିଜେପି ମମିତା ମେହେର ହତ୍ୟାକାଣ୍ଡରେ ନାୟ ଦାବି କରି ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ କରୁଥିବା ବେଳେ ବିଜେପିର ଜିଲ୍ଲା ସଭାପତି କିପରି ଅନୈତିକ କାର୍ଯ୍ୟରେ ଲିପ୍ତ ରହିଛନ୍ତି ।" ଏପରି ଲେଖି ଫଟୋ କିଛି ଫେକ ବା ନକଲି ଆଇଡିରୁ ଭାଇରାଲ କରାଯାଇଛି।

ତେବେ ଫଟୋ ଭାଇରଲ ପରେ ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ଏ ନେଇ ଟାଉନ ଥାନାରେ ଏକ ମାମଲା ଦାୟର କରାଯାଇଥିଲା। ଯେଉଁଥିରେ ଫଟୋକୁ ଏଡିଟ କରି ବଦନାମ କରାଯାଉଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ସେହିପରି ବିଜେପିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଏକ ପ୍ରେସ ମିଟ୍ ଡାକି ଫଟୋକୁ ନେଇ ବିଜେଡ଼ି ଉପରେ ଆକ୍ରମଣ କରିଥିଲେ।

ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର କହିଥିଲେ, ‘‘ମମିତା ମେହେର ଘଟଣାର ଦୃଷ୍ଟି ହଟାଇବା ପାଇଁ ବିଜେଡି ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କାମ କରିଛି । ଏନେଇ ପୋଲିସ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣୁ ବୋଲି ବିଜେପି ଦାବି କରୁଛୁ। ମୋ ସହିତ ଯୋଡ଼ି ଭାଇରାଲ କରାଯାଉଥିବା ମହିଳା ଜଣଙ୍କ ଏକ ବ୍ୟାଙ୍କରେ କାର୍ଯ୍ୟ କରନ୍ତି । ହେଲେ ତାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶସ୍ତା ରାଜନୀତି କରିବା ଲକ୍ଷ୍ୟରେ ଏପରି କରାଯାଇଛି ।’’

ଅପରପକ୍ଷରେ ବିଜେପି ଏନେଇ ଏକ ରିଲିଜ ଦେଇ ମୁଖପାତ୍ର ଶ୍ରୀନିବାସ ପ୍ରଧାନ କହିଥିଲେ, ‘‘ଦଳ ଓ ସଭାପତିଙ୍କ ଭାବମୂର୍ତ୍ତୀ କ୍ଷୂର୍ଣ୍ଣ କରିବା ପାଇଁ ବିରୋଧୀଙ୍କ ଚକ୍ରାନ୍ତ ହୋଇଛି। ଏନେଇ ବୁଧବାର ରାତିରେ ସାମାଜିକ ଗଣମାଧ୍ୟମରୁ ଆମ୍ଭେମାନେ ଜାଣିବାକୁ ପାଇଲୁ ଯେ ଶାସକ ବିଜେଡ଼ି ଦଳର ନାମରେ ନାମିତ କିଛି ଫେସବୁକ ଗ୍ରୁପରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଏକ ମହିଳାଙ୍କ ଫଟୋ ( ଯାହାକି କମ୍ପୁଟର ସାହାଯ୍ୟରେ ଯୋଡ଼ା ହୋଇଥିବାର ସ୍ପଷ୍ଟ ଅନୁମେୟ ) ଦଳ ଓ ସଭାପତିଙ୍କୁ ବଦନାମ କରିବା ଭଳି ଲେଖା ପୋଷ୍ଟ ହୋଇଥିବାର। ଆଗକୁ ପଞ୍ଚାୟତ ନିର୍ବାଚନ ଆସନ୍ନ ଜାଣି ଶାସକ ଦଳର କର୍ମୀଙ୍କ ଦ୍ଵାରା ଏହି କାର୍ଯ୍ୟ ଘୃଣ୍ୟ ନିମ୍ନ ମାନସିକତାର କାର୍ଯ୍ୟ ବିରୁଦ୍ଧରେ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ସହିତ ଆଲୋଚନା କରି ଏ ବାବଦରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀକୁ ଦଣ୍ଡିତ କରିବା ପାଇଁ କୁହାଯାଇଛି।’’

ଏନେଇ ପୋଲିସ ବିଭାଗ ଟାଉନ ଥାନା ଅଧିକାରୀ ଓ ଜିଲ୍ଲା ଆରକ୍ଷୀଅଧିକ୍ଷକ ଜିଲ୍ଲା ସଭାପତିଙ୍କ ଯାଞ୍ଚ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେଇଥିବା ଦଳ କହିଥିଲା।

ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇ ନଥିବା ବେଳେ ବୁଦ୍ଧିଜୀବୀ ଏହାର ତଦନ୍ତ କରି ଯଦି ଫଟୋ ଏଡିଟ ହୋଇଛି ତେବେ ଦୋଷୀଙ୍କୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି।
Published by:Lipina Das
First published:
)}