ସମ୍ବଲପୁର ଫ୍ଲାଏଓଭର ଉଦଘାଟନ ପରେ ପୁଣି ବିବାଦ... ଏହା ଆବଶ୍ୟକ ନଥିଲା- ଜୟ ନାରାୟଣ ମିଶ୍ର

ଫ୍ଲାଏଓଭର ଉଦଘାଟନ ପରେ ଦେଖା ଦେଇଛି ବିବାଦ । ସହର ମଧ୍ୟରେ ଫ୍ଲାଏ ଓଭରର କୌଣସି ଆବଶ୍ୟକତା ନ ଥିବା ମତକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି ।

ସମ୍ବଲପୁର ଫ୍ଲାଏଓଭର ଉଦଘାଟନ ପରେ ପୁଣି ବିବାଦ... ଏହା ଆବଶ୍ୟକ ନଥିଲା- ଜୟ ନାରାୟଣ ମିଶ୍ର

ସମ୍ବଲପୁର ଫ୍ଲାଏଓଭର ଉଦଘାଟନ ପରେ ପୁଣି ବିବାଦ... ଏହା ଆବଶ୍ୟକ ନଥିଲା- ଜୟ ନାରାୟଣ ମିଶ୍ର

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ବଲପୁର; ଫ୍ଲାଏ ଓଭର ଉଦଘାଟନ ପରେ ଦେଖା ଦେଇଛି ବିବାଦ । ସହର ମଧ୍ୟରେ ଫ୍ଲାଏ ଓଭରର କୌଣସି ଆବଶ୍ୟକତା ନ ଥିବା ମତକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ଏହା ଭବିଷ୍ୟତକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବା କଥା ବିଜେଡି କହିଛି । କଂଗ୍ରେସ କହିଛି ଯେ ବର୍ତ୍ତମାନ ଏହାର ଉଦଘାଟନ ସରିଥିବାରୁ ଏହା ଦରକାର ଥିଲା କି ନାହିଁ ତାର ଉପରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ।

ସମ୍ବଲପୁର ସହର ମଧ୍ୟରେ ଫ୍ଲାଏ ଓଭର କୌଣସି ଆବଶ୍ୟକ ନଥିବା କହିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧି ଦଳ ନେତା ଜୟ ନାରରୟଣ ମିଶ୍ର । ଏହାକୁ ସମ୍ବଲପୁର ବାସୀଙ୍କ ଉପରେ ଜବର ଦସ୍ତି ଲଦି ଦିଆଯାଇଛି । ଏହି ଫ୍ଲାଏ ଓଭର ବଦଳରେ ଗୋଲବଜାର ଦେଇ ଯାଇଥିବା ରାସ୍ତାର ସଂପ୍ରସାରଣ ଦରକାର ଥିଲା । କିନ୍ତୁ ଜବରଦସ୍ତି ଏହି ଫ୍ଲାଏ ଓଭର ନିର୍ମାଣ କରାଗଲା । ଫାଟକ ପାଖରୁ ଲୋକେ ଏହି ବ୍ରିଜ ଉପରେ ଗଲେ ସିଧାସଳଖ କଚେରି ଛକରେ ପହଞ୍ଚିବେ । ଗୋଲବଜାର ଓ ଲକ୍ଷ୍ମୀ ଟକିଜ ଯାଉଥିବା ଲୋକଙ୍କ ଏହା କୌଣସି କାର୍ଯ୍ୟରେ ଆସିବ ନାହିଁ । ଗୋଲବଜାର ଏକ ବ୍ୟବସାୟ ସ୍ଥଳି ହୋଇଥିବା ବେଳେ ଏହା ଦ୍ୱାରା ବ୍ୟବସାୟରେ କ୍ଷତି ହେଉଛି । ଫ୍ଲାଏ ଓଭରର ଉଦଘାଟନ ସରିଥିବା ବେଳେ ଏହାର ଆପ୍ରୋଚ ରୋଡର କାର୍ଯ୍ୟ ଏ ପର୍ଯ୍ୟନ୍ତ ସରି ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

’’ସେପଟେ ବିଜେଡି ଏହା ଭବିଷ୍ୟତକୁ ଦେଖି ନିର୍ମାଣ କରାଯାଇଛି ବୋଲି କହିଛି । ସହରରେ ଜନସଂଖ୍ୟ ବଢୁଥିବାର ଫ୍ଲାଏ ଓଭରର ଆବଶ୍ୟକତା ରହିଛି । କେବଳ ଗୋଟିଏ ନୁହେଁ ସମ୍ବଲପୁର ସହରେ ଆଗକୁ ଆବଶ୍ୟକତା ଅନୁଯାଇ ଆହୁରୀ ଫ୍ଲାଏ ଓଭରର ନିର୍ମାଣ ମଧ୍ୟ କରାଯିବ ବୋଲି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି । ତେବେ ଉଭୟ ବିଜେଡି ଓ ବିଜେପି ମିଶିକି ଏହି ଫ୍ଲାଏ ଓଭରକୁ ଉଦଘାଟନ କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଫ୍ଲାଏ ଓଭର ନିର୍ମାଣ ସରି ଏହାର ଉଦଘାଟନ ସରିଥିବାରୁ ଏହାର ଆବଶ୍ୟକତା ଥିଲା କି ନାହିଁ ତାର ଉପରେ ଆଲୋଚନା କରିବାର ଦରକାର ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

‘ବର୍ତ୍ତମାନ ସହରରେ ଥିବା ଅନ୍ୟ ରାସ୍ତାର ଅବସ୍ଥା ଖରାପ ଥିବାରୁ ଏହାର ମରାମତି ଉପର ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ବିଧାୟକ ତଥା କଂଗ୍ରେସର ଜିଲ୍ଲା ସଭାପତି ଅଶ୍ୱିନ ଗୁରୁ କହିଛନ୍ତି । ’’ ଏହି ଫ୍ଲାଏଓଭରର ବ୍ୟୟ ଅଟକଳ ୧୧୯ କୋଟି ଟଙ୍କା ହୋଇଥିବା ବେଳେ ୨୦୧୪ରେ ଏହାର ଶିଳାନ୍ୟାସ  ଓ ୨୦୧୬ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
Published by:Soubhagya Mishra
First published: