ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାତ୍ଯା ପାଇଁ ଖୋଲିଲା କୋଣ୍ଟ୍ରୋଲ ରୁମ; (0674) 2393958 ରେ ଯୋଗାଯୋଗ କରିପାରିବେ

ବାତ୍ଯା ପାଇଁ ଖୋଲିଲା କୋଣ୍ଟ୍ରୋଲ ରୁମ; (0674) 2393958 ରେ ଯୋଗାଯୋଗ କରିପାରିବେ

ବାତ୍ଯାର ମୁକାବିଲା ପାଇଁ ଫିସେରିଜ ଓ ଏଆରଡ଼ି ବିଭାଗରେ କୋଣ୍ଟ୍ରୋଲ ରୁମ ଖୋଲିଲା । ବାତ୍ଯା ସମ୍ପର୍କିତ ଖବର ପାଇଁ କଣ୍ଟ୍ରୋଲ ରୁମର ଟେଲିଫୋନ ନମ୍ବର- (0674) 2393958 ରଖାଯାଇଛି ।

ବାତ୍ଯା ପାଇଁ ଖୋଲିଲା କୋଣ୍ଟ୍ରୋଲ ରୁମ; (0674) 2393958 ରେ ଯୋଗାଯୋଗ କରିପାରିବେ
ବାତ୍ଯାର ମୁକାବିଲା ପାଇଁ କୋଣ୍ଟ୍ରୋଲ ରୁମ ଖୋଲିଲା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 26, 2021, 3:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାତ୍ଯାର ମୁକାବିଲା ପାଇଁ  ଫିସେରିଜ ଓ ଏଆରଡ଼ି ବିଭାଗରେ କୋଣ୍ଟ୍ରୋଲ ରୁମ ଖୋଲିଲା ।  ସ୍ୱତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ୍ ଚାମ୍ବରରେ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ହୋଇଛି  । ବାତ୍ଯା ସମ୍ପର୍କିତ ଖବର ପାଇଁ କଣ୍ଟ୍ରୋଲ ରୁମର ଟେଲିଫୋନ ନମ୍ବର- (0674) 2393958 ରଖାଯାଇଛି । କୋଣ୍ଟ୍ରୋଲ ରୁମ ୨୬ ତାରିଖରୁ ୨୮ ପର୍ଯ୍ୟନ୍ତ ୨୪ ଘଣ୍ଟିଆ କାମ କରିବ । କୋଣ୍ଟ୍ରୋଲ ରୁମ ପାଇଁ ଦୁଇ ନୋଡାଲ ଅଧତ୍କାରୀଙ୍କ ନାଁ ଘୋଷଣା ମଧ୍ଯ କରାଯାଇଛି । ଯେଉଁମାନେ କି ବାତ୍ଯା ସମ୍ୱନ୍ଧୀୟ ସମସ୍ତ ତଥ୍ଯ ବାବଦରେ ଅପଡ଼େଟ ରହିବେ । ବିଶ୍ୱମୋହନ ରାୟଙ୍କୁ ନୋଡାଲ ଅଫିସର ଭାବେ ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଯୁଗ୍ମ ସଚିବ ମନୋଜ ବେହେରାଙ୍କୁ କୋଣ୍ଟ୍ରୋଲ ରୁମ୍ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି । SRC ଅଫିସ ଓ ବିଭିନ୍ନ ବିଭାଗ ସହ ଯୋଗାଯୋଗରେ ମନୋଜ ବେହେରା ରହିବେ । କୌଣସି ଅଧିକାରୀଙ୍କୁ ଛୁଟି କିମ୍ବା ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ପରାମର୍ଶ ଦିଆଯାଇଛି ।

ଗୋପାଳପୁର ପାଇଁ ନଂ ବିପଦ ସଙ୍କେତ ଦିଆଯାଇଛ

ବାତ୍ଯାକୁ ଆଖି ଆଗରେ ରଖି ବନ୍ଦରଗୁଡ଼ିକ ପାଇଁ ବିପଦ ସଙ୍କେତ ଜାରି କରାଯାଇଛି । ଗୋପାଳପୁର ପାଇଁ ୭ ନଂ ଓ ପୁରୀ ପାଇଁ ୬ ନଂ ବିପଦ ସଙ୍କେତ ଜାରି ହୋଇଛି । ପାରାଦୀପ ଓ ଧାମରା ପାଇଁ ଲୋକାଲ ସିଗନାଲ ନଂ ୩ ଜାରି କରାଯାଇଛି ।

ବନ୍ୟା ଭୂସ୍ଖଳନ ଉପରେ ବିଶେଷ ନଜର ରଖାଯାଇଛି

ବତ୍ଯା ପ୍ରଭାବରେ ଋଷିକୁଲ୍ୟା, ନାଗାବଳୀ ଓ ବଂଶଧାରା ନଦୀରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି  । ବନ୍ୟା ଆଶଙ୍କାରେ ବଂଶଧାରା ନଦୀର ଗୋଟା ବ୍ୟାରେଜ୍ ଖୋଲା ଯାଇଛି । ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ SRC ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ବାତ୍ଯା ସମୟରେ ଉପୁଜୁବାକୁ ଥିବା ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ NDRF,ODRAF, ଅଗ୍ନିଶମ ବାହିନୀ ପ୍ରସ୍ତୁତ ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ SRCଙ୍କ ସୂଚନା ଦେଇଛନ୍ତି

ବାତ୍ଯାରେ ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାକୁ ଫୋକସ୍‌ରେ ରଖାଯାଇଛି । ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି । ୫ ଜିଲ୍ଲା ବାତ୍ୟା ଓ ବର୍ଷାରେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି ।

ବାତ୍ୟା ଗୁଲାବ ପାଇଁ ସ୍କୁଲ ଛୁଟି ରହିବ

ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  । ବାତ୍ଯାର ସ୍ଥିତି ଦେଖି ମଙ୍ଗଳବାର ବିଦ୍ଯାଳୟ ଖୋଲା ହେବ କି ନାହିଁ  ନିଷ୍ପତ୍ତି ନିଆଯିବ  । ବର୍ଷା ହେଉଥିଲେ ପିଲା ଘରୁ ନ ବାହାରିବାକୁ ଗଣଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Published by: Soumya Das
First published: September 26, 2021, 3:15 PM IST