ଢେଙ୍କାନାଳ: ୧୪ ବର୍ଷ ଚାକିରି କରିବା ପରେ ଛଟେଇ ହେବାରୁ ଆତ୍ମହତ୍ୟା କଲେ ଠିକା ପିଅନ

ଫେବୃଆରୀ ମାସରେ ଚାକିରିରୁ ଛଟେଇ ହେବା ପରେ ଏହି ଠିକା କର୍ମଚାରୀ ଗଭୀର ମାନସିକ ଅବସାଦରେ ରହୁଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଚାକିରିରୁ ଛଟେଇ ଘଟଣାକୁ ଦାୟୀ କରୁଛନ୍ତି ।

ଢେଙ୍କାନାଳ: ୧୪ ବର୍ଷ ଚାକିରି କରିବା ପରେ ଛଟେଇ ହେବାରୁ ଆତ୍ମହତ୍ୟା କଲେ ଠିକା ପିଅନ
କ୍ୱାଟରର କବାଟ ଭାଙ୍ଗି ଭିତରକୁ ପଶିଥିଲା ପୋଲିସ; (ଡାହାଣ) ସୂର୍ଯ୍ୟକାନ୍ତଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁ
  • News18 Odia
  • Last Updated: December 5, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ କାର୍ଯ୍ୟାଳୟରେ ଠିକା ପିଅନ ଭାବେ କାମ କରୁଥିବା ଜଣେ କର୍ମଚାରୀଙ୍କ ନିଜ ସରକାରୀ କ୍ୱାର୍ଟରରେ ମୃତ୍ୟୁକୁ ନେଇ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଚଳାଇଛନ୍ତି । ଠିକା ପିଅନ ସୂର୍ଯ୍ୟକାନ୍ତ ସ୍ୱାଇଁ ଚାକିରୀରୁ ଛଟେଇ ହେବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ମୃତ୍ୟୁର କାରଣ ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

ପାଖାପାଖି ୪୦ ବର୍ଷ ବୟସ୍କ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ମୃତ ଦେହ ଟାଉନ ଥାନା କୁଞ୍ଜକାନ୍ତ ନିକଟସ୍ଥ ତାଙ୍କ ସରକାରୀ କ୍ୱାଟରରେ ଝୁଲୁଥିବା ଶୁକ୍ରବାର ଦିନ ଦେଖାଯାଇଥିଲା । ସେ ଗୁରୁବାର ରାତିରେ ନିଜ ବେକରେ ପିନ୍ଧାଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାଙ୍କ ମୃତ୍ୟୁ ସେହି ଅଞ୍ଚଳର ଲୋକଙ୍କୁ ଚକିତ ଓ ଦୁଃଖିତ କରିଛି ।

ଏହା ବି ପଢ଼ନ୍ତୁ | ଆଉ କିଛି ଦିନ ପରେ ଆସିଯିବ କରୋନା ଭ୍ୟାକ୍ସିନ୍; ଦେଶର ସବୁ ଲୋକଙ୍କୁ ମିଳିବ ଏହି ଟିକା: PM ମୋଦି

ଫେବୃଆରୀ ମାସରେ ଚାକିରିରୁ ଛଟେଇ ହେବା ପରେ ଏହି ଠିକା କର୍ମଚାରୀ ଗଭୀର ମାନସିକ ଅବସାଦରେ ରହୁଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଚାକିରିରୁ ଛଟେଇ ଘଟଣାକୁ ଦାୟୀ କରୁଛନ୍ତି ।

ସୂର୍ଯ୍ୟକାନ୍ତଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁ


ସୂର୍ଯ୍ୟକାନ୍ତଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁ ନିଜ ଦଶ ବର୍ଷର ପୁଅ ସହ ମାଣ ବସା ପାଇଁ ଖମାର ସ୍ଥିତ ନିଜ ବାପ ଘରକୁ ଚାଲିଯାଇଥିଲେ । ସୂର୍ଯ୍ୟକାନ୍ତ ଗୁରୁବାର ରାତିରେ ପ୍ରଭାତୀଙ୍କ ଫୋନ୍‌ ନ ଉଠାଇବାରୁ ସେ ନିଜ ଦିଅରଙ୍କୁ ଶୁକ୍ରବାର ସକାଳେ ପଠାଇବା ସହ ନିଜେ ବି ଆସିଥିଲେ । ଦେଖାଯାଇଥିଲା ଯେ କ୍ୱାଟରରେ ଏକା ଥିବା ସୂର୍ଯ୍ୟକାନ୍ତଙ୍କ ମୃତ ଦେହ ଝୁଲୁଛି ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

‘‘ଗତ ଛଅ ସାତ ମାସ ତଳେ ତାଙ୍କୁ ଚାକିରିରୁ ଛଟେଇ କରାଯିବା ସମୟରୁ ସେ ଭୀଷଣ ମାନସିକ ଟେନସନରେ ରହୁଥିଲେ । ଆମର ପାରିବାରିକ କୌଣସି କଳି ବା ବିବାଦ ନାହିଁ । ମୁଁ ମାଣବସା ପାଇଁ ଗାଁକୁ ଚାଲିଯାଇଥିବା ସମୟରେ ସେ ଏମିତି କରିଛନ୍ତି,’’ କହିଛନ୍ତି ପ୍ରଭାତୀ ସ୍ୱାଇଁ ।

ଭିତର ପଟୁ କବାଟ ବନ୍ଦ ଥିବାରୁ ପୋଲିସ କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରିଥିଲା । ଏହି ଘଟଣା ଆତ୍ମହତ୍ୟା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିବା କହିଥିଲା ପୋଲିସ । ମୃତ ଦେହକୁ ଉଦ୍ଧାର କରି ଟାଉନ ଥାନା ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!

ସୂର୍ଯ୍ୟକାନ୍ତ ସ୍ୱାଇଁ ୨୦୦୬ ମସିହାରୁ ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର କାର୍ଯ୍ୟାଳୟରେ ଏକ ଠିକା ସଂସ୍ଥା ଅଧୀନରେ ପିଅନ ଭାବେ କାର୍ଯ୍ୟ କରି ଆସୁଥିଲେ । କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଚଳିତ ବର୍ଷ କୌଣସି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ନ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ଚିଠି ଯୋଜନା ବିଭାଗକୁ କରାଯାଇଥିଲା ।

ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର କାର୍ଯ୍ୟାଳୟ


‘‘ଏହି ସରକାରୀ ନିଷ୍ପତ୍ତି ନେଇ ସମ୍ପୃକ୍ତ ଠିକା କମ୍ପାନୀ ଓ ସୂର୍ଯକାନ୍ତଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା । ହେଲେ ତା’ ପରେ ତାଙ୍କୁ ଏକ୍ସଟେନସନ୍‌ ଦେବା ପାଇଁ ଅନୁରୋଧ କରି ଏକ ଚିଠି ବି ଲେଖାଯାଇଥିଲା,’’ କହିଛନ୍ତି ଜିଲ୍ଲା ଯୋଜନା ବିଭାଗର ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ।

ସୂର୍ଯ୍ୟକାନ୍ତ ଯେଉଁ କ୍ୱାର୍ଟରରେ ରହୁଥିଲେ ତାହା ବିଭାଗ ପକ୍ଷରୁ ତାଙ୍କୁ ଦିଆଯାଇ ନ ଥିଲା ବୋଲି କହିଛନ୍ତି ସେଠୀ । ଢେଙ୍କାନାଳ ସହରର ମ୍ୟୁନିସିପାଲିଟି ଅଫିସ ନିକଟସ୍ଥ ଏହି ରେଭିନ୍ୟୁ କ୍ୱାର୍ଟରଟି କିଛି ବର୍ଷ ତଳେ ବିପଜ୍ଜନକ ଅବସ୍ଥାରେ ଅଛି ବୋଲି ଘୋଷିତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା 

‘‘ସେ (ସୂର୍ଯ୍ୟକାନ୍ତ) ଆମ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ସେ ଚାକିରୀରୁ ଛଟେଇ ହେବା ପରେ ପରିବାର ପ୍ରତିପୋଷଣର ବୋଝ ଓ ଆର୍ଥିକ ଅନଟନ ଲାଗି ରହିଥିଲା । ସେଇଥି ପାଇଁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ମୋ’ର ସରକାରଙ୍କୁ ନିବେଦନ ଯେ ଏହି ଘଟଣାର ତଦନ୍ତ କରି ତାଙ୍କୁ କ୍ଷତିପୂରଣ ଦେବା ସହ ପରିବାରରୁ ଜଣକୁ ଏକ ସରକାରୀ ଚାକିରି ଦିଆଯାଉ,’’ କହିଛନ୍ତି ସୂର୍ଯ୍ୟକାନ୍ତଙ୍କ ସାନ ଭାଇ ଶେଷଦେବ ସ୍ୱାଇଁ ।



ସୂର୍ଯ୍ୟକାନ୍ତଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମରେ । ଅତି ଗରିବ ପରିବାର ତାଙ୍କର । କିଛି ବର୍ଷ ତଳେ ତାଙ୍କ ବାପା ଓ ମା’ଙ୍କର ମୃତ୍ୟୁ ହୋଇଥିଲା । ପତ୍ନୀ ଓ ଦଶ ବର୍ଷର ଗୋଟିଏ ପୁଅ ସାଙ୍ଗକୁ ନିଜ ବେକାର ସlନ ଭାଇର ଭରଣପୋଷଣର ବୋଝ ଏହି ସୂର୍ଯ୍ୟକାନ୍ତଙ୍କ କାନ୍ଧରେ ଥିଲା ।

ଧ୍ୟାନ ଦିଅନ୍ତୁଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
Published by: Anand Shankar Thankur Das
First published: December 5, 2020, 11:58 PM IST
corona virus btn
corona virus btn
Loading