କାଲି ଘୋଷଣା ଆଜି ବିଜ୍ଞପ୍ତି; ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ କର୍ମଚାରୀ ମହାସଂଘ

ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଇନକ୍ରିମେଣ୍ଟ ଲାଗୁ ହେବ। ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାକୁ ବି ଗଣନା କରାଯିବ । ଇନକ୍ରିମେଣ୍ଟ ସହ ପଦୋନ୍ନତି ବି ମିଳିବ ।

କାଲି ଘୋଷଣା ଆଜି ବିଜ୍ଞପ୍ତି; ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ କର୍ମଚାରୀ ମହାସଂଘ

କାଲି ଘୋଷଣା ଆଜି ବିଜ୍ଞପ୍ତି; ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ କର୍ମଚାରୀ ମହାସଂଘ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଆଜି ରବିବାର ଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ନିଯୁକ୍ତି ଉଚ୍ଛେଦ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରୁ ଗ୍ରୁପ୍‌-ବି, ସି ଓ ଡି ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ କର୍ମଚାରୀ ମାନେ ସ୍ଥାୟୀ ହୋଇଛନ୍ତି ।

ରାଜ୍ୟରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହୋଇଛନ୍ତି । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଚୁକ୍ତିଭିତ୍ତିକ କର୍ମଚାରୀ Group-B,C,D ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏଥି ସହିତ ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଇନକ୍ରିମେଣ୍ଟ ଲାଗୁ ହେବ । ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାକୁ ବି ଗଣନା କରାଯିବ। ଇନକ୍ରିମେଣ୍ଟ ସହ ପଦୋନ୍ନତି ବି ମିଳିବ । ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଚୁକ୍ତି ଭିତ୍ତିକ କର୍ମଚାରୀ ନିଯୁକ୍ତି ନେଇ ସରକାର ୨୦୧୩ରେ ବିଙ୍ଗପ୍ତି ପ୍ରକାଶ କରିଥିଲେ। ଚୁକ୍ତି ଭିତ୍ତିକ କର୍ମଚାରୀ ନିଯୁକ୍ତି ନିୟମ ସମ୍ପର୍କରେ ୨୦୧୪ଜାନୁଆରୀରେ ଗେଜେଟ ନୋଟିଫିକେଶନ ବାହାରିଥିଲା। ଗ୍ରୁପ ସି, ଗ୍ରୁପ ଡି ଏବଂ ଗ୍ରୁପ୍ ବି କ୍ଷେତ୍ରରେ ଏହି ଠିକା କର୍ମଚାରୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ନେଇ କର୍ମଚାରୀ ମହଲରେ ଖୁସିର ମହଲ ଖେଳିଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଭେଟି କହି କର୍ମଚାରୀ ମାନେ କେକ୍ କାଟି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିଛନ୍ତି ।

ଗତକାଲି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସେ ୨୦୦୦ ମସିହାରେ ଓଡିଶା ମା’ର ସେବାର ସୁଯୋଗ ପାଇଥିଲେ । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ସେତେବେଳେ ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ତେବେ ଓଡ଼ିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା ।୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ”, ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏଥିସହିତ ଆଜିଠୁ ରାଜ୍ୟରେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି ।

୨୦୧୩ରୁ ପରଠାରୁ ନିଯୁକ୍ତ ଠିକା କର୍ମଚାରୀ ମାନଙ୍କୁ ଏହାର ଫାଇଦା ମିଳବ । ୨୦୦୦ରୁ ୨୦୧୩ ମଧ୍ୟରେ ଠିକାରେ ନିଯୁକ୍ତି କର୍ମଚାରୀ ଏବେ ଅନିଶ୍ଚିତତା ଭିତରେ ରହିଛନ୍ତି । ରାଜ୍ୟରେ ପ୍ରାୟ ୭୦ହଜାର ଠିକା କର୍ମଚାରୀ ରହିଛନ୍ତି । ସେମଧ୍ୟରୁ ୫୭ହଜାର କର୍ମଚାରୀ ଲାଭବାନ ହେବେ । ଅବଶିଷ୍ଟ କର୍ମଚାରୀଙ୍କ ଭାଗ୍ୟ କଣ ହେବ ତାହା ଉପରେ ଏବେ ସମସ୍ତଙ୍କର ନଜର ।
Published by:Soubhagya Mishra
First published: