ବର୍ଷାରେ ଭିଜି ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ଓ ଶିକ୍ଷକ

ଲଘୁଚାପ ବର୍ଷାକୁ ଖାତିର ନ କରି ଏକାଠି ହେଲେ ୩୦ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ । ଦୁଇ ଦଫା ଦାବି ନେଇ ଗାନ୍ଧିମାର୍ଗରେ ବିଶାଳ ସମାବେଶ ସାଙ୍ଗକୁ ବିକ୍ଷୋବ ପ୍ରଦର୍ଶନ କଲେ ।

ବର୍ଷାରେ ଭିଜି ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ଓ ଶିକ୍ଷକ

ବର୍ଷାରେ ଭିଜି ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ଓ ଶିକ୍ଷକ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ଲଘୁଚାପ ବର୍ଷାକୁ ଖାତିର ନ କରି ଏକାଠି ହେଲେ ୩୦ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ । ଦୁଇ ଦଫା ଦାବି ନେଇ ଗାନ୍ଧିମାର୍ଗରେ ବିଶାଳ ସମାବେଶ ସାଙ୍ଗକୁ ବିକ୍ଷୋବ ପ୍ରଦର୍ଶନ କଲେ । ଏକ ମାସ ମଧ୍ୟରେ ଦାବି ପୁରଣ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ।



ଲଘୁଚାପ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅଣାୟତ ହୋଇଛି । ବର୍ଷାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକ ମହାସଂଘ । ଏକାଠି ହୋଇଥିଲେ ୩୦ ହଜାର କର୍ମୀ । ମାଷ୍ଟର କ୍ୟାଣ୍ଟିନଠାରୁ ଲୋୟର ପିଏମଜି ଭରି ଥିଲା ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକଙ୍କ ସମାବେଶରେ । ବିଦ୍ରୋହର ସ୍ୱରରେ କମ୍ପୁଥିଲା ଗାନ୍ଧିମାର୍ଗ । ପ୍ରବଳ ବର୍ଷାରେ ଛତା ଓ ରେନିକୋଟ ପିନ୍ଧି ଆଗେଇଥିଲେ ନିଜ ହକ ପାଇଁ । ଦୁଇ ଦଫା ଦାବି ପୁରଣ ହେବା ଥିଲା ତାଙ୍କର ଜିଦ । ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ସମ୍ପୂର୍ଣ୍ଣ ବନ୍ଦ କରିବା ଓ ୬ ବର୍ଷ ହେବ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସରକାରୀ ମାନ୍ୟତା ସହ ସୁବିଧା ପ୍ରଦାନ କରିବା ଦାବିରେ ଗର୍ଜିଥିଲା ରାଜରାସ୍ତା ।

୬ ବର୍ଷ ହେବ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ରାଜ୍ୟ ସରକାରଙ୍କ ପାଇଁ କାମ କରିବା, ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ କରିବାରେ ଏମାନଙ୍କର ବି ହାତ ରହିଛି । ହେଲେ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ମିଳୁନି ଦରମା କି ସୁବିଧା। ୨୦୧୩ ମସିହାରେ ସରକାର ଆରମ୍ଭ କରିଥିଲେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି । ନିୟମ ଥିଲା ୬ ବର୍ଷ କାମ ପରେ ଏମାନଙ୍କୁ ରେଗୁଲାର କରିବା ସହ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଦରମା ଓ ସୁବିଧାରେ ଅନ୍ତର୍ଭୁକ୍ତ କରିବା । ଆଜି ବି ଅନେକ କର୍ମଚାରୀ ଏଥିରୁ ବଂଚିତ ରହିଛନ୍ତି । ୨୦୨୧ରେ ରାଜ୍ୟ ସରକାର ପ୍ରତିଶୃତି ଦେଲେ ଦାବି ପୂରଣ ପାଇଁ ହେଲେ ଏହାରି ଭିତରେ ବର୍ଷେ ପୁରିଥିଲେ ବି ପ୍ରତିଶ୍ରୁତି ରକ୍ଷା ହୋଇପାରିଲା ନାହିଁ । ଫଳସ୍ୱରୂପ ଆଜି ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି ଶିକ୍ଷକ ଓ କର୍ମଚାରୀ ।

୨୦୧୮ରୁ ବାରମ୍ବାର ଆନ୍ଦୋଳନ, ସରକାରଙ୍କ ସହ ଆଲୋଚନା ପରେ ୨୦୨୧ ରେ ଦାବି ପୂରଣ ପାଇଁ ମିଳିଲା ପ୍ରତିଶ୍ରୁତି ହେଲେ ହୋଇପାରିଲାନି କାର୍ଯ୍ୟକାରୀ । ଏବେ ଏକ ମାସ ମଧ୍ୟରେ ଦାବି ପୂରଣ ନହେଲେ ଆଗକୁ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଙ୍ଘ ।
Published by:Soubhagya Mishra
First published: