ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲରକୁ ଧରିଲା ପୋଲିସ; ୮ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ ଜବତ

କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲର୍। ଜଣେ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ବେଳେ କଣ୍ଟ୍ରାକ୍ଟ କିଲର୍ ସମ୍ପଦ କୁମାର ସାହୁକୁ ନୟାପଲ୍ଲୀ ପୋଲିସ୍ ଧରିଛି।

ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲରକୁ କମିଶନରେଟ ପୋଲିସ ଗିରଫ କରିଛି (ପ୍ରତୀକାତ୍ମକ ଛବି)

ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲରକୁ କମିଶନରେଟ ପୋଲିସ ଗିରଫ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲର୍। ଜଣେ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ବେଳେ କଣ୍ଟ୍ରାକ୍ଟ କିଲର୍ ସମ୍ପଦ କୁମାର ସାହୁକୁ ନୟାପଲ୍ଲୀ ପୋଲିସ୍ ଧରିଛି। ସମ୍ପଦର ଘର ଜଗତସିଂହପୁର ଜିଲ୍ଲାରେ। ତା’ ନାଁରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଏକାଧିକ ମାମଲା ରହିଛି।

ସମ୍ପଦ ନିକଟରୁ ଦୁଇଟି ବନ୍ଧୁକ ଓ ୮ରାଉଣ୍ଡ ଗୁଳି ଓ ଏକ ପଲସର ବାଇକ  ଜବତ କରିଛି ନୟାପଲ୍ଲି ଥାନା ପୋଲିସ। ହେଲେ ପୋଲିସକୁ ଚକମା ଦେଇ ଖସି ପଳାଇଛି ସୁପାରି ଦେଇଥିବା ବ୍ୟକ୍ତି ।

୨୦୧୬ ମସିହାରେ ବାରଙ୍ଗ ମଦ ଦୋକାନୀକୁ ହତ୍ୟା ଘଟଣାରେ ସମ୍ପଦ ସାମିଲ ଥିଲା। ଗତ ୨୬ ତାରିଖ ସନ୍ଧ୍ୟାରେ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ୨ ଜଣ ଯୁବକ ବନ୍ଧୁକ ଧରି ବୁଲୁଥିବାର ଖବର ନୟାପଲ୍ଲୀ ପୋଲିସକୁ ମିଳିଥିଲା। ଏହାପରଠୁ ପୋଲିସ ସେମାନଙ୍କ ଉପରେ ନଜର ରଖିଥିଲା।

ପଲ୍ସରରେ ସମ୍ପଦ ଓ ଅନ୍ୟ ଜଣେ ଯୁବକ ବୁଲୁଥିବା ଦେଖି ପୋଲିସ ସେମାନଙ୍କୁ ଅଟକାଇ ଥିଲେ। ପୋଲିସକୁ ଦେଖି ସଙ୍ଗେସଙ୍ଗେ ସମ୍ପୃକ୍ତ ଯୁବକ ଦୌଡ଼ି ପଳାଇଥିବା ବେଳେ ସମ୍ପଦ ପୋଲିସକୁ ବନ୍ଧୁକ ଦେଖାଇଥିଲା। ୧୦ ମିନିଟ ଧରି ଧସ୍ତାଧସ୍ତି ପରେ ପୋଲିସ ସମ୍ପଦକୁ ବାକୁ କରିଥିଲା।

"ଆମ ଟିମ ପହଞ୍ଚିବା ଦେଖି ହଠାତ ଅଭିଯୁକ୍ତ ସମ୍ପଦ ମାଉଜର ନକ କରିଥିଲା । ହେଲା ପୋଲିସ ନିଜର ସାହାସିକତା ଦେଖାଇ ସମ୍ପଦକୁ କାବୁ କରିଥିଲା । ଅଭିଯୁକ୍ତ ସମ୍ପଦ ମାଉଜର ଟ୍ରିଗର ଦବାଇବା ଚେଷ୍ଟା କଲାବେଳକୁ ପୋଲିସ ତାକୁ ମାଡି ବସିଥିଲା । ଯାଞ୍ଚ ବେଳେ ତା ନିକଟରୁ ଦୁଇଟି ମାଉଜର (୯mm, ୬mm) ସହ ୮ ରାଉଣ୍ଡ ଜୀବନ୍ତ ଗୁଳି ଓ ବାଇକ ଜବତ କରାଯାଇଛି,"କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
Published by:Soumya Das
First published:
)}