ଶୀଘ୍ର ଆରମ୍ଭ ହେବ ଇବ୍ ନଦୀ ଉପରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: କୋପସିଙ୍ଗା ଓ କୁଡ଼ାବଗାଠାରେ ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ। ୨୪, ୭୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋପସିଙ୍ଗା ବ୍ୟାରେଜ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାର ଲମ୍ବ ୫୦୦ ମିଟରରୁ ଅଧିକ ରହିଥିବା ବେଳେ ଏଥିରେ ୫ଟି ସ୍ଲୁଇସ୍ ଗେଟ୍ ରହିବ। ସୁନ୍ଦରଗଡ଼ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ସୁନ୍ଦରଗଡ଼ ଗସ୍ତରେ ଆସି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର।
ଶ୍ରୀଯୁକ୍ତ ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗାଠାରେ ବ୍ୟାରେଜ ନିର୍ମାଣ ପ୍ରସ୍ତୁତି ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଓ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ‘କନଷ୍ଟ୍ରକସନ ଅଫ୍ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର’ ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ଇବ୍ ନଦୀ ଉପରେ ଦୁଇଟି ବ୍ୟାରେଜ ନିର୍ମାଣ କରାଯାଉଛି। ଆହୁରି ମଧ୍ୟ କାଉନସିଲର ଅନୁମତି ଆସିଲେ ଚଳିତବର୍ଷଠାରୁ କଲେଜରେ ନାମଲେଖା ଆରମ୍ଭ କରିବା ନିମେନ୍ତ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।