ସରିଲା ତାଳଚେର ବିମଳବେଡା ରେଳପଥର ସୁନାଖଣି ଠାରେ ୮୪୦ ମିଟର ଦୈର୍ଘ୍ୟ ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ

ତାଳଚେର-ବିମଳବେଡା ରେଳପଥ ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଗତ ୨୦୦୩-୦୪ରେ ତାଳଚେର-ବିମଳବେଡା ରେଳପଥର ପ୍ରାୟ ୧୩୯.୭୮ କିଲୋମିଟର ଦୈର୍ଘ୍ୟ ପାଇଁ ବିଭାଗ ତରଫରୁ ଅର୍ଥ ମଞ୍ଜୁରୀ ହୋଇଥିଲା।

ସରିଲା ତାଳଚେର ବିମଳବେଡା ରେଳପଥର ସୁନାଖଣି ଠାରେ ୮୪୦ ମିଟର ଦୈର୍ଘ୍ୟ ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ

ସରିଲା ତାଳଚେର ବିମଳବେଡା ରେଳପଥର ସୁନାଖଣି ଠାରେ ୮୪୦ ମିଟର ଦୈର୍ଘ୍ୟ ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ

  • Share this:
News18 Odia Digital

ଅନୁଗୋଳ: ତାଳଚେର ବିମଳବେଡା ରେଳ ପଥର ସୁନାଭୂଇଁ ନିକଟରେ ବରୁଆ ପାହାଡ଼ରେ ଦୀର୍ଘ ୮୪୦ ମିଟର ଦୈର୍ଘ୍ୟ ସୁଡଙ୍ଗ କାର୍ଯ୍ୟ ଶେଷ ହୋଇ ଯାଇଛି। ଏହା ଫଳରେ ବର୍ଷ ବର୍ଷ ଧରି ନିର୍ମାଣ ଚାଲିଥିବା ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ରେଳ ବିଭାଗ ଆଶା କରିଛି। ସୋମବାର ଦିନ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ତାଳଚେର-ବିମଳବେଡା ରେଳପଥ ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଗତ ୨୦୦୩-୦୪ରେ ତାଳଚେର-ବିମଳବେଡା ରେଳପଥର ପ୍ରାୟ ୧୩୯.୭୮ କିଲୋମିଟର ଦୈର୍ଘ୍ୟ ପାଇଁ ବିଭାଗ ତରଫରୁ ଅର୍ଥ ମଞ୍ଜୁରୀ ହୋଇଥିଲା। ଏହି ରେଳପଥର ସୁନାଖଣି ଓ ସାମଲ ମଧ୍ୟରେ ଥିବା ବାରୁଆ ପାହାଡ଼ ପ୍ରତିବନ୍ଧକ ସାଜିଥିଲା। ତେଣୁ ପ୍ରାୟ ୮୪୦ ମିଟର ଦୈର୍ଘ୍ୟ ସୁଡଙ୍ଗ ଖୋଳାଯିବାର ଆବଶ୍ୟକତା ରହିଥିଲା।

ଏହି ସୁଡଙ୍ଗ ଖୋଦେଇ ହେଲେ ତାଳଚେର ଓ ରାଉରକେଲା ମଧ୍ୟରେ ପ୍ରାୟ ୧୨୬ କିମି ଦୂରତା ହ୍ରାସ ପାଇବ। ଏହାଛଡ଼ା ବହୁ ଦ୍ରୁତ ଗାମୀ ରେଳ ଚଳାଚଳ କରି ପାରିବ। ଏହି ରେଳପଥ ଦ୍ୱାରା ବହୁ ବନ୍ଦର ମାଧ୍ୟମରେ ଲୁହାପଥର ବିଦେଶକୁ ରପ୍ତାନି ହୋଇ ପାରିବ।

ସେଥିପାଇଁ ରେଳ ବିଭାଗ ଦ୍ୱାରା ଏହି ସୁଡଙ୍ଗ ଖୋଦେଇ କରିବାକୁ ଗୁରୁତ୍ୱ ଦିଆ ଯାଇଥିଲା। ଏହି ସୁଡଙ୍ଗ ଖୋଦେଇ ପାଇଁ ୫୮ କୋଟି ଟଙ୍କା ବ୍ୟୟ ବରାଦ କରା ଯାଇଥିଲା। ଗତ ଅଗଷ୍ଟ ୨୦୨୦ରେ ସୁଡଙ୍ଗ କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇଥିଲା। ମାତ୍ର ୧୬ ମାସ ମଧ୍ୟରେ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୁସି ପ୍ରକଟ କରିଥିଲେ। ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ହେବା ଫଳରେ ଆଗକୁ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ରେଳ ବିଭାଗ ଆଶା ପ୍ରକଟ କରିଛି।

୨୦୧୯ରେ ତାଳଚେର-ବିମଳବେଡା ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା। ବର୍ତ୍ତମାନ ସୁଧା ତାଳଚେର ଷ୍ଟେସନ ଓ ସୁନଖଣି ଷ୍ଟେସନ ମଧ୍ୟରେ ୨୦ କିମି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି। ଏହି ରେଳପଥର ମୋଟ ୧୪୯.୭୮ କିମି ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୭୯ କିମି, ଦେବଗଡ଼ ଜିଲ୍ଲାରେ ୩୨ କିମି ଓ ସୁନ୍ଦରଗଡ ଜିଲ୍ଲାରେ ୩୯ କିମି ନିର୍ମାଣ କରାଯିବ। କେବଳ ସୁଡଙ୍ଗ ନିର୍ମାଣ ହୋଇ ପାରି ନଥିବାରୁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିଲା। ଏବେ ଶୀଘ୍ର ଏହାର କାର୍ଯ୍ୟ ଶେଷ ହୋଇ ପାରିବ।

ଏହା ବ୍ୟତୀତ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ, ଆଇନଗତ କ୍ଲିୟରାନ୍ସ ଆଦି ସମସ୍ୟା ମଧ୍ୟ ରହିଛି। ତେବେ ସ୍ଥାନୀୟ ପ୍ରଶାସନର ସହାୟତାରେ ଏହି ସବୁ ସମସ୍ୟାର ସମାଧାନ କରାଯାଇ ଖୁବ ଶୀଘ୍ର ରେଳ ଲାଇନ ନିର୍ମାଣ ଶେଷ କରିବାକୁ ବିଭାଗ ପଦକ୍ଷେପ ନେଉଛି ବୋଲି ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି।

ପୂର୍ବତଟ ରେଳପଥର ଖୋର୍ଦ୍ଧା ଡିଭିଜନ ତାଳଚେର-ବିମଳବେଡା ରେଲଲଇନର ଏହି ସୁଡଙ୍ଗ ନିର୍ମାଣ ଶେଷ କରି ରେଳ ବିଭାଗ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ପ୍ରକଳ୍ପ ଖୁବ୍ ଶୀଘ୍ର ଶେଷ କରିବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଉଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପ୍ରେସ ବିବୃତିରେ ସୂଚନା ଦେଇଥିଲେ।

ଏହି ଅବସରରେ ରେଳ ବିଭାଗ ଖୋର୍ଦ୍ଧା ଡିଭିଜନ ଲୋକ ସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି କହିଥିଲେ, “ତାଳଚେର-ବିମଳବେଡା ରେଳପଥ ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ମନ୍ଥର ଗତିରେ ଚାଲିଥିଲା। ବିଶେଷ କରି ବାରୁଆ ପାହାଡ଼ରେ ସୁଡଙ୍ଗ ନିର୍ମାଣ ହୋଇପାରୁ ନଥିବାରୁ ଅସୁବିଧା ହେଉଥିଲା। କିନ୍ତୁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ପଦକ୍ଷେପ ଯୋଗୁ ସୁଡଙ୍ଗ କାର୍ଯ୍ୟ ମାତ୍ର ୧୬ ମାସରେ ଶେଷ ହୋଇ ଯାଇଛି। ଏଥର ରେଳ ଲାଇନ ନିର୍ମାଣ ଦ୍ରୁତ ଗତିରେ ଚାଲି ପାରିବ।’’

ଏହି ରେଳପଥ ନିର୍ମାଣ ହେଲେ ତାଳଚେରରୁ ରାଉରକେଲା ୧୨୬ କିମି ଦୂରତା କମିଯିବ। ଏହି ରାସ୍ତା ଦେଇ ଦେଶର ବିଭିନ୍ନ ସ୍ଥାନକୁ ଦୃତଗାମୀ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ। ଏହାଛଡ଼ା ବିଭିନ୍ନ ବନ୍ଦରରୁ ଲୁହାପଥର ବିଦେଶକୁ ରପ୍ତାନୀ ହୋଇ ପାରିବ। ତେଣୁ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଉ ଯାହା ସମସ୍ୟା ଅଛି ତାହାର ସମାଧାନ କରି ଯଥା ଶୀଘ୍ର କାମ ଶେଷ କରାଯିବ। ବୋଲି କହିଥିଲେ ଖୋର୍ଦ୍ଧା ଡିଭିଜନ ଡେପୁଟି ଚିଫ ଇଞ୍ଜିନିୟର ସୁରେନ୍ଦ୍ର ତରାଇ।

ସୁଡଙ୍ଗ ନିର୍ମାଣ କରିଥିବା ସଂସ୍ଥାର ଡିଜିଏମ ଏସ.ପି.ସିଂ କହିଥିଲେ, “ଏହି ସୁଡଙ୍ଗ ନିର୍ମାଣ ବେଳେ ସବୁ ପ୍ରକାର ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଇଛି। କରୋନାର ଭୟା ବହତା ମଧ୍ୟରେ ଯନ୍ତ୍ରୀ ଓ ଶ୍ରମିକ ମାନେ ଆକ୍କାନ୍ତ ପରିଶ୍ରମ କରି ମାତ୍ର ୧୬ ମାସ ଭିତରେ ନିର୍ମାଣ ଶେଷ କରି ପାରିଛନ୍ତି। ଏହା ରେଳ ବିଭାଗ ପାଇଁ ଏକ ମାଇଲ ଖୁଣ୍ଟ ସଦୃଶ।’’
Published by:Lipina Das
First published: