ନାବଳିକାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ କନେଷ୍ଟବଳ ଗିରଫ

ଯେତେବେଳେ ନାବାଳିକାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ଯୌନ ଶୋଷଣ ଆରମ୍ଭ କରିଥିଲା ରଜନୀକାନ୍ତ। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ ସୁଟ କରିଥିଲା ରଜନୀକାନ୍ତ। ଏହି ଫଟୋ ଭିଡ଼ିଓକୁ ନେଇ ସେ ପୀଡ଼ିତାଙ୍କୁ ବ୍ଲାକମେଲିଂ କରୁଥିଲା ।

  • Share this:
News18 Odia Digital

ଭୁବନେଶ୍ୱର: ଯଦି ରକ୍ଷକ ଭକ୍ଷକ ସାଜେ ତେବେ ସାଧାରଣ ଜନତା  କାହାକୁ ଭରସା କରିବେ। ରାଜଧାନୀର କମିଶନରେଟ ପୋଲିସର ଜଣେ କନେଷ୍ଟବଳଙ୍କ କଳା କାରନାମା ଶୁଣିଲେ ଆପଣ ବି ଛି କହିବେ। ସମ୍ପୃକ୍ତ କନେଷ୍ଟବଳ ଜଣେ ନାବାଳିକାଙ୍କୁ ଦୀର୍ଘ ୪ ବର୍ଷ ଧରି ଯୌନ ଶୋଷଣ କରୁଥିବା ନେଇ ଚାଇଲଡ଼ଲାଇନ ପକ୍ଷରୁ ମହିଳା ଥାନାରେ ଅଭିଯୋଗ ହେବାପରେ ବୁଧବାର ସମ୍ପୃକ୍ତ କନେଷ୍ଟବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଗିରଫ ଅଭିଯୁକ୍ତ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗ । ସେ ଲିଙ୍ଗରାଜ ଥାନାରେ କନେଷ୍ଟବଳ ଭାବେ କାମ କରନ୍ତି। ରଜନୀକାନ୍ତ ପୂଜା ପଠା ବି କରନ୍ତି ବୋଲି ଜଣା ପଡ଼ିଛି । ତାଙ୍କ ବିରୁଦ୍ଧରେ ଆଇପିସି ଦଫା ୩୫୪ ଓ ପୋକ୍ସ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ମହିଳା ଥାନା ପୋଲିସ । ବିଶେଷ କରି କେଉଁ ଭଳି ପରିସ୍ଥିତିରେ ଏଭଳି ନାବାଳିକାଙ୍କ ସହ ରଜନୀକାନ୍ତ ସମ୍ପର୍କ ରଖିଥିଲେ ସେନେଇ ତଦନ୍ତ ଚାଲୁଥିବା ମହିଳା ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

"କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗ ନାବାଳିକାକୁ ୪ ବର୍ଷ ଧରି ଯୌନଶୋଷଣ କରୁଥିଲେ। ଯେତେବେଳେ ନାବାଳିକାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ଯୌନ ଶୋଷଣ ଆରମ୍ଭ କରିଥିଲା ରଜନୀକାନ୍ତ । ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ ସୂଟ କରିଥିଲା ରଜନୀକାନ୍ତ ।  ଏହି ଫଟୋ ଭିଡ଼ିଓକୁ ନେଇ ସେ ପୀଡ଼ିତାଙ୍କୁ ବ୍ଲାକମେଲିଂ କରୁଥିଲା । ଏପରିକି ବ୍ଲାକମେଲିଂ କରି ତାଙ୍କ ସହ ସମ୍ପର୍କ ରଖୁଥିଲା । ରଜନୀକାନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଡିଲିଟ କରିବା ନେଇ ୫୦ହଜାର ଟଙ୍କା ଡିମାଣ୍ଡ କରିଥିଲା । ଏପରିକି ଟଙ୍କା ନଦେଲେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରଲ କରିବା ନେଇ ଧମକ ଦେଉଥିଲା । ଶେଷରେ ପୀଡିତା ଚାଇଲଡ଼ ଲାଇନ ସହାୟତା ନେଇଥିଲେ," କହିଛନ୍ତି ରୁଚିକା ଚାଇଲଡ଼ ଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି ।

ଚାଇଲଡ଼ଲାଇନ ସହାୟତାରେ ମଙ୍ଗଳବାର ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ ପୀଡିତା। ଅଭିଯୋଗ ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ଥାନାରେ ୧୬୧ ଓ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ରେ ବୟାନ ରେକର୍ଡ଼ କରାଯାଇଛି।
Published by:Soumya Das
First published: