News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଗିରଫ ହୋଇ ଚାକିରୀରୁ ବହିଷ୍କାର ହୋଇଥିବା କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ବିଭିନ୍ନ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଆୟ-ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗେର ପ୍ରସନ୍ନଙ୍କ କଳ୍ପନା ସ୍ଥିତ ଘର ସମେତ ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ରେଡ ବେଳେ ତାଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ ।
ଗୁରୁବାର ଭୋର ୬ଟାରୁ ଭିଜିଲାନ୍ସର ପାଞ୍ଚଟି ଟିମ୍ ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା । ଦୁଇ ଜଣ ଡି.ଏସ୍.ପି.ଙ୍କ ନେତୃତ୍ୱରେ ଏହି ଖୋଳତାଡ଼ ଆରମ୍ଭ ହୋଇଥିଲା । ଭୁବନେଶ୍ୱର କଳ୍ପନା ନିକଟରେ ଥିବା ତାଙ୍କ ସରକାରୀ ଆବାସ, ଡୁମୁଡୁମାରେ ଥିବା ଏକ ବିରାଟ ଫର୍ଣ୍ଣିଚର୍ ସୋରୁମ୍, ଲିଙ୍ଗିପୁର ଅଞ୍ଚଳରେ ଥିବା ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି ବାର୍ ଓ ଖୋର୍ଦ୍ଧା ନୂଆପଡ଼ାରେ ଥିବା ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ୍ ଟିମ୍ ରେଡ କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘Antim’ Trailer Out: ସଲମାନ୍ ଖାନଙ୍କ ‘ଅନ୍ତିମ୍’ ଫିଲ୍ମର ଟ୍ରେଲର୍ ଆସିଗଲା; ଦେଖନ୍ତୁ ଧମାକାଦାର୍ VIDEOଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ ଡୁମୁଡୁମାରେ ଥିବା ‘ସ୍ପାର୍କ ଫର୍ଣ୍ଣିଚର’ ସୋରୁମ୍ ପ୍ରସନ୍ନଙ୍କର । ୦.୨୫୦ ଏକର ଅର୍ଥାତ୍ ୧୮ ହଜାର ବର୍ଗଫୁଟ ଜମିରେ ଏହି ଫର୍ଣ୍ଣିଚର ସୋରୁମ୍ ତିଆରୀ ହୋଇଛି । ସୋରୁମରେ ବେସମେଣ୍ଟ୍ ସହ ରହିଛି ଗ୍ରାଉଣ୍ଡ୍ ଫ୍ଲୋର୍ । ୨୦୧୯ ମସିହାରେ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କାରେ ପଞ୍ଜିକୃତ ହୋଇଥିଲା ଏହି ଜମି । ପ୍ରକୃତ ମୂଲ୍ୟ ୨ କୋଟି ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ୍ ।

ପ୍ରସନ୍ନଙ୍କ ଗୋଟିଏ ଘରେ ଭିଜିଲାନ୍ସ ରେଡ୍ ସମୟର ଦୃଶ୍ୟ
ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ“ଆମେ ତଦନ୍ତ ବେଳେ ଅନେକ କିଛି ଗୁରୁତ୍ୱପୁର୍ଣ୍ଣ ଦସ୍ତାବେଜ୍ ପାଇଛୁ । ପାଞ୍ଚଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢ଼ାଉ ସରିବା ପରେ ପ୍ରସନ୍ନଙ୍କ କେତେ ଆୟ-ବର୍ହିଭୁତ ସମ୍ପତ୍ତି ରହିଛି ତାହା ସଠିକ୍ ଭାବେ କହିହେବ । ଏବେ କିନ୍ତୁ ତାହା ଆକାଳନ କରିବା ଠିକ୍ ହେବ ନାହିଁ,’’ କହିଛନ୍ତି ଭିଜିଲାନ୍ସ ଏସ୍.ପି. ଆର୍.ପ୍ରକାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ନ ଥିଲାଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର୍ ସୋରୁମରେ ଭିଜିଲାନ୍ସରେ ୧୦ ଜଣ ଅଧିକାରୀ ସବୁ କାଜଗପତ୍ର ଯାଞ୍ଚ କରିଥିଲେ । ତଦନ୍ତ ବେଳେ ଜଣାପଡି଼ଥିଲା ଯେ ବିଦେଶରୁ କାଠ ଆଣି ଫର୍ଣ୍ଣିଚର୍ ତିଆରି କରି ବିକ୍ରି କରୁଥିଲା ପ୍ରସନ୍ନ । ଗ୍ରାଉଣ୍ଡ ଫ୍ଲୋରରେ ଅଫିସମାନଙ୍କ ପାଇଁ ସବୁ ଫର୍ଣ୍ଣିଚର୍ ରଖିଥିବା ବେଳେ ବେସମେଣ୍ଟରେ ଘରକରଣା ସାମଗ୍ରୀ ରଖାଯାଇ ବିକ୍ରି ହେଉଥିଲା । ପ୍ରସନ୍ନଙ୍କ ଏହି ସୋରୁମ୍ ତାଙ୍କ ଭାଇ ହେମନ୍ତ ବେହେରା ଦେଖାଶୁଣା କରନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ ଖାନଙ୍କୁ“କଳ୍ପନା ନିକଟରେ ଥିବା ପ୍ରସନ୍ନଙ୍କ ସରକାରୀ ଘର, କ୍ୱାର୍ଟର ନମ୍ବର୍ ଜି-୧୨ରେ ଚଢ଼ାଉ ବେଳେ ଅନେକ କାଗଜପତ୍ର ଜବତ କରାଯାଇଛି । ଏହା ସହ ସରକାରୀ ଘରକୁ ଲାଗି ବେଆଇନ ଭାବେ ଏକ ଆଠ-ରୁମ୍ ବିଶିଷ୍ଟ ଘର ସେ ତିଆରି କରୁଥିଲେ । ସେଥିରେ ରହିଛି ତିନିଟି ବେଡରୁମ୍, ଗୋଟିଏ ଡ୍ରଇଁ ରୁମ୍, ଏକ ଡାଇନିଂ ରୁମ୍, ଗୋଟିଏ ରୋଷେଇ ଘର ଓ ଏକ ଠାକୁର ଘର । ଏବେ ସୁଦ୍ଧା ପ୍ରସନ୍ନଙ୍କ ପାଖରୁ ମିଳିଥିବା ସମ୍ପତ୍ତିର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗର ଟେକ୍ନିକାଲ, ଫାଇନାନସିଆଲ ଓ ଫରେଷ୍ଟ ୱିଙ୍ଗ୍ ଜରିଆରେ ତଦନ୍ତ ଚାଲିଛି,’’ ପ୍ରସନ୍ନଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ରିଲିଜରେ କୁହାଯାଇଛି ।

କନେଷ୍ଟବଳ ପ୍ରସନ୍ନ ବେହେରା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋ’ ଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’ପ୍ରସନ୍ନ ନିଜ ଭାଇଙ୍କ ନାମରେ ହୋଟେଲ୍ ସାଉଥ୍ ସିଟିର ବାରକୁ ଲିଜରେ ନେଇ ରାତିଅଧିଆ ବେପାର କରୁଥିଲା । ଭିଜିଲାନ୍ସର ଏକ ଟିମ୍ ବାରରେ ଚଢ଼ାଉ କରିବା ପରେ ବାର୍ ସମ୍ବନ୍ଧୀୟ କାଗଜପତ୍ର ଜବତ ହୋଇଛି । ବିନା ଲାଇସେନ୍ସରେ ଚାଲୁଥିବାରୁ ଏହି ବାରକୁ ପୂର୍ବରୁ ସିଲ କରିଥିଲା କମିଶନରେଟ ପୋଲିସ ।
ଭିଜିଲାନ୍ସ ଚଢ଼ାଉକୁ ନେଇ ପ୍ରସନ୍ନଙ୍କ ପତ୍ନୀ କହିଛନ୍ତି, “ଆମେ ଭିଜିଲାନ୍ସକୁ ସବୁ ସହଯୋଗ କରୁଛୁ । ଯେଉଁ ସବୁ ତଥ୍ୟ ଭିଜିଲାନ୍ସ ମାଗୁଛି, ତାହା ଆମେ ଦେଉଛୁ । ମୋ’ ସ୍ୱାମୀ ନିର୍ଦୋଷ । ତାଙ୍କୁ ଫସାଇ ଦିଆଯାଇଛି ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ହତ୍ୟା ଘଟଣାରେ ସ୍କାନରକୁ ଆସିଥିଲା ପ୍ରସନ୍ନଙ୍କ ହୋଟେଲ ସାଉଥ୍ ସିଟି ବାର୍ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ବିନା ଲାଇସେନ୍ସରେ ବାର ଚାଲୁଛି । ପ୍ରଥମେ ପ୍ରସନ୍ନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଓ ତା’ ପରେ ତାଙ୍କୁ ଅଟକ ରଖି ଗିରଫ କରିବା ପରେ ଚାକିରିରୁ ବହିଷ୍କାର କରିଥିଲେ ଭୁବନେଶ୍ୱର ଡି.ସି.ପି ।
ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ ଯୋଗାଇଲେପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ଏବେ ପ୍ରଶ୍ନ ଉଠୁଛି ଯେ ୧୦ ବର୍ଷର ଚାକିରି ଭିତରେ ପ୍ରସନ୍ନ ଏତେ ସମ୍ପତ୍ତିର ମାଲିକ ହେଲେ କେମିତି । ଖାକି ବର୍ଦ୍ଦିର ଅପବ୍ୟବହାର କରି ଟଙ୍କା ରୋଜଗାର କରିଥିଲେ କି ସେ? କାହା ଛତ୍ରଛାୟା ତଳେ ରହି ସେ ଗଢ଼ିଥିଲେ କଳା ଧନର ଏହି ସାମ୍ରାଜ୍ୟ? କେଉଁମାନେ ତାଙ୍କୁ ସହଯୋଗ କରିଥିଲେ? ତଦନ୍ତ କରି ସମସ୍ତଙ୍କ ମୁଖା ଖୋଲିବାକୁ ପୋଲିସ ଉପରେ ସାଧାରଣରେ ଦାବି ହେଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।