ଚାଲିଗଲା କାଳିଆ, ଏକା ହେଲା ଜଗା: ସରକାର ମଞ୍ଜୁର କରିଥିବା ₹୧ କୋଟିରୁ ₹୨୫ ଲକ୍ଷ ଖର୍ଚ୍ଚ ହୋଇଛି
ଯୋଡ଼ାମୁଣ୍ଡ ଶିଶୁ ଯୁଗଳ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ୨୦୧୭ ଅଗଷ୍ଟ ୨୮ ଓ ଅକ୍ଟୋବର ୨୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଏକ ବିରଳ ଅସ୍ତ୍ରୋପଚାର କରି ଅଲଗା କରାଯାଇଥିଲା । ଏହା ଥିଲା ଭାରତର ପ୍ରଥମ କ୍ରାନିଓପେଗସ୍ ସର୍ଜରୀ ।

ସର୍ଜରୀ ଦ୍ୱାରା ଅଲଗା ହେବା ପରେ ନିଜ ବାପା ଓ ମା’ଙ୍କ ସହ ଜଗା ଓ କାଳିଆ (ଫାଇଲ ଫଟୋ)
- News18 Odia
- Last Updated: November 26, 2020, 4:05 PM IST
କଟକ: କନ୍ଧମାଳ ଜିଲ୍ଲା ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଯୁଗଳ ଜଗା-କାଳିଆଙ୍କ ମଧ୍ୟରୁ କଟକ ବଡ଼ ମେଡ଼ିକାଲରେ ଡାକ୍ତରଙ୍କ ନିରୀକ୍ଷଣରେ ଥିବା କାଳିଆର ମୃତ୍ୟୁ ଘଟିଛି । ବୁଧବାର ରାତି ୯ଟା ୧୦ ମିନିଟ ସମୟରେ ଆଖି ବୁଜିଛି କାଳିଆ । କାଳିଆର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
କାଳିଆ ଚାଲିଯିବା ପରେ ମ୍ରିୟମାଣ ହୋଇଛନ୍ତି ତା’ ପରିବାର । ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କାଳିଆର ବାପା ଭୁୟାଁ କଅଁର କହିଛନ୍ତି, “କିଛି ଦିନ ହେଲା କାଳିଆର ଅବସ୍ଥା ବହୁତ ଖରାପ ଥିଲା । ଏଠାକାର ଡାକ୍ତରମାନେ ତା’ ଚିକିତ୍ସା ଜାରି ରଖିଥିଲେ । କିନ୍ତୁ ସେ ଆମକୁ ଛାଡ଼ି ଚାଲି ଗଲା । ଏସସିବିର ଡାକ୍ତରମାନେ ନିଜ ତରଫରୁ ସବୁ ପ୍ରକାର ଉଦ୍ୟମ କରିଥିଲେ । ଦିଲ୍ଲୀ ଏମ୍ସ ଭଳିଆ ଚିକିତ୍ସା ତ ଏଠି ମିଳିପାରିବ ନାହିଁ । ତଥାପି ସେମାନେ ଉଦ୍ୟମ କରିଥିଲେ । ଆମେ ଗାଁକୁ ଯାଇ କାଳିଆର ଶେଷକୃତ୍ୟ ସମ୍ପନ୍ନ କରି ପୁଣି ଫେରିଆସିବୁ । ଜଗା ଏସସିବିରେ ଆଉ କିଛି ଦିନ ରହିବ ବୋଲି ଡାକ୍ତର କହୁଛନ୍ତି ।”
ଏହା ବି ପଢ଼ନ୍ତୁ | Google Payରେ ଆଉ ମାଗଣାରେ ଟଙ୍କା ଟ୍ରାନ୍ସଫର୍ ହେବ ନାହିଁ; ଚାର୍ଜ ଦେବାକୁ ପଡ଼ିବ
ଜଗା ଓ କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ମଞ୍ଜୁର କରିଥିଲେ । ସେଥି ମଧ୍ୟରୁ ଏ ପର୍ଯ୍ୟନ୍ତ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣା ପଡ଼ିଛି । ୨୦୧୯ ମସିହା ସେପଟେମ୍ବର ମାସ ୭ ତାରିଖରୁ ଏହି ଦୁଇ ଭାଇ କଟକ ବଡ଼ ମେଡ଼ିକାଲରେ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ ।
ଏହା ବି ପଢ଼ନ୍ତୁ | IAS ଟପ୍ପର୍ ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିରଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି
ଯୋଡ଼ା ମୁଣ୍ଡ ଶିଶୁ ଯୁଗଳ ଜଗା-କାଳିଆଙ୍କର ଦିଲ୍ଲୀ ଏମ୍ସରେ ୨୦୧୭ ମସିହା ଅଗଷ୍ଟ ୨୮ ଏବଂ ଅକ୍ଟୋବର ୨୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଥିଲା । ଏହା ଥିଲା ଭାରତର ପ୍ରଥମ କ୍ରାନିଓପେଗସ୍ ସର୍ଜରୀ (craniopagus surgery) । ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଡାକ୍ତର ଦୀପକ ଗୁପ୍ତାଙ୍କ ସହିତ ଗଠିତ ହୋଇଥିବା ୧୨୫ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ ଦ୍ବାରା ଏହି ବରିଳ ଅସ୍ତ୍ରୋପଚାର ହୋଇଥିଲା ।
ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ
ଜଗା ଓ କାଳିଆଙ୍କ ସେହି ଅପରେସନ ପାଇଁ ପୂର୍ବରୁ ଏଭଳି ଦୁଇଟି ସଫଳ ଅପରୋସନ କରିଥିବା ନ୍ୟୁୟର୍କର ବିଶିଷ୍ଟ ପେଡିଆଟ୍ରିକ ନ୍ୟୁରୋସର୍ଜନ୍ ପ୍ରଫେସର ଜେମ୍ସ ଟି ଗୁଡରିଜଙ୍କ ପରାମର୍ଶ ମଧ୍ୟ ନିଆଯାଇଥିଲା । ଏହି ଅତି ଜଟିଳ ଅପରେସନ ପରେ ଶେଷରେ ୨୦୧୫ରେ ନିଜ ଜନ୍ମ ପର ଠାରୁ ପରସ୍ପର ସହିତ ଯୋଡ଼ି ହୋଇ ରହିଥିବା ଏହି ଦୁଇ ଭାଇ ଅଲଗା ହୋଇଥିଲେ । ପ୍ରାୟ ଦୁଇ ବର୍ଷ ଏମ୍ସରେ ରହିବା ପରେ ଶେଷରେ ଓଡ଼ିଶା ଫେରିଥିଲେ ସେମାନେ ।
ଅପରେସନ ପୂର୍ବରୁ ହିଁ କାଳିଆର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଆଶଙ୍କା କରିଥିଲେ ଡାକ୍ତରମାନେ । ସଫଳ ଅପରେସନ ପରେ ବିଭିନ୍ନ ପ୍ରକାର ଚିକିତ୍ସା ସହ ସତର୍କତାମୂଳକ ପଦକ୍ଷେପ ନେଇ ଓ ତା’ ପାଇଁ ଏମ୍ସ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ହେଲ୍ସ ଆଡଭାଇଜରୀ ଅନୁସାରେ ଏସସିବିରେ ତା’ର ଚିକିତ୍ସା କରାଯାଉଥିଲା ।
ଦୁଇ ଭାଇଙ୍କୁ ଅପରେସନ ପରେ କଟକ ଅଣାଯିବା ପୂର୍ବରୁ ଏସସିବିର ନ୍ୟୁରୋସର୍ଜରୀ ବିଭାଗର ଏକ ଡାକ୍ତରୀ ଟିମ ମଧ୍ୟ ଦିଲ୍ଲୀ ଏମ୍ସ ଗସ୍ତ କରି ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ପରବର୍ତ୍ତୀ ଚିକିତ୍ସା ନେଇ ପରାମର୍ଶ ଗ୍ରହଣ କରିଥିଲେ । ଏସସିବିରେ ପହଞ୍ଚିବା ପର ଠାରୁ ହିଁ ଏମ୍ସର ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ ସେମାନଙ୍କ ଚିକିତ୍ସା ଜାରି ରଖିଥିଲେ ।