ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲୋୟର ପିଏମଜିରେ ପୋଲିସ-ଛାତ୍ର କଂଗ୍ରେସ ମୁହାଁ ମୁହିଁ; ନିଯୁକ୍ତି ସମସ୍ଯାକୁ ନେଇ ସରକାରଙ୍କୁ ଘେରିଲେ କର୍ମୀ

ଲୋୟର ପିଏମଜିରେ ପୋଲିସ-ଛାତ୍ର କଂଗ୍ରେସ ମୁହାଁ ମୁହିଁ; ନିଯୁକ୍ତି ସମସ୍ଯାକୁ ନେଇ ସରକାରଙ୍କୁ ଘେରିଲେ କର୍ମୀ

ଷ୍ଟାଫ ସିଲେକ୍ସନ ଓ ନିଯୁକ୍ତିରେ ବ୍ୟାପକ ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ କର୍ମୀ । ଶତାଧିକ ଛାତ୍ର କଂଗ୍ରେସ କର୍ମୀ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ କର୍ମୀ ଓ ପୋଲିସଙ୍କ ଭିତରେ ଲାଗି ରହିଲା ଖଣ୍ଡ ଯୁଦ୍ଧ ।

ଲୋୟର ପିଏମଜିରେ ପୋଲିସ-ଛାତ୍ର କଂଗ୍ରେସ ମୁହାଁ ମୁହିଁ; ନିଯୁକ୍ତି ସମସ୍ଯାକୁ ନେଇ ସରକାରଙ୍କୁ ଘେରିଲେ କର୍ମୀ
ଲୋୟର ପିଏମଜିରେ ପୋଲିସ-ଛାତ୍ର କଂଗ୍ରେସ ମୁହାଁ ମୁହିଁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 7, 2021, 7:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ଋଣକ୍ଷେତ୍ର । ଶତାଧିକ ଛାତ୍ର କଂଗ୍ରେସ କର୍ମୀ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ କର୍ମୀ ଓ ପୋଲିସଙ୍କ ଭିତରେ ଲାଗି ରହିଲା ଖଣ୍ଡ ଯୁଦ୍ଧ । ଷ୍ଟାଫ ସିଲେକ୍ସନ ଓ ନିଯୁକ୍ତିରେ ବ୍ୟାପକ ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ କର୍ମୀ ।

ଷ୍ଟାଫ ସିଲେକ୍ସନ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ତଥା ମହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଆଦି ଏକାଧିକ ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ପରେ ବିଧାସନସଭା ଘେରାଉ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥଲା।  ଛାତ୍ର କଂଗ୍ରେସର ଅଭିଯୋଗ ଥିଲା ନିକଟରେ ରାଜ୍ୟରେ ଷ୍ଟାଫ ସିଲେକ୍ସନ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି  ସାମ୍ନାକୁ ଆସିଛି ଯାହା ସରକାରଙ୍କ ଅପାରଗତାକୁ ପ୍ରମାଣିତ କରୁଛି। ଏହା ଦ୍ବାରା ରାଜ୍ୟର ଅନେକ ମେଧାବୀ ଛାତ୍ରଛାତ୍ରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି। ବାଧ୍ୟ ହୋଇ ରାଜ୍ୟର ଶିକ୍ଷିତ ବେକାର ଯୁବକମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି।

ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ନେଇ ଅଭିଯୋଗ ଆଣିଥିଲା ଛାତ୍ର କଂଗ୍ରେସ। ରାଜ୍ୟ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟସିର ନୱାଜ ଅଭିଯୋଗ କରିଛନ୍ତି,"ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ। ଶାସକ ଦଳର କିଛି ନେତା ଓ ମନ୍ତ୍ରୀଙ୍କର ଏଥିରେ ସମ୍ପୃକ୍ତି ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ସେମାନଙ୍କୁ  ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ସହିତ ଗିରଫ କରାଯିବା ଉଚିତ। ମାହାଙ୍ଗା ଡବଲ ମର୍ଡର ଘଟଣା ଏହାର ଏକ ଉଦାହରଣ  ଯେଉଁଥିରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି। "

ଏଭଳି ଏକାଧିକ ଦାବି ନେଇ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଜୋରଦାର କରିଥିଲା । ବହୁ ସଂଖ୍ୟକ ଛାତ୍ର କଂଗ୍ରେସ କର୍ମୀ ଲୋୟର ପିଏମଜିରେ ବ୍ୟାରିକେଡ଼ ଡ଼େଇଁ ବିଧାନସଭା ଆଡ଼କୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା । ଫଳରେ ପୋଲିସ ଓ ଛାତ୍ର କଂଗ୍ରେସର କର୍ମୀମାନେ ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ଲୋୟର ପିଏମଜିରେ ପୋଲିସ ଓ କର୍ମୀଙ୍କ ଭିତରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଲୋୟର ପିଏମଜିରେ ବସି ରହିଥିବା କିଛି ପ୍ରତିବାଦକାରୀଙ୍କୁ ପୋଲିସ ଜବରଦସ୍ତ ଉଠାଇ ନେଇଥିବା ବେଳେ ଘଟଣାରେ ୫୦୦ରୁ ଅଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା ।

ଛାତ୍ର କଂଗ୍ରେସର ଏହି ପ୍ରତିବାଦରେ ସାମିଲ ହୋଇଥିବା କିଛି ଜାତୀୟ ଛାତ୍ର ନେତାମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଉପେକ୍ଷାକୁ ଆଉ ବରଦାସ୍ତ କରାଯିବ ନାହିଁ । ଆଗକୁ ପ୍ରତି ଜାଗାରେ ଏଭଳି ପ୍ରତିବାଦକୁ ଜୋରଦାର କରାଯିବ। ପୂର୍ବରୁ ଏଭଳି ଏକାଧିକ ପ୍ରସଙ୍ଗରେ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ବେଳେ ଏହି ଘେରାଉ କାର୍ଯ୍ୟକ୍ରମ ଦଳୀୟ ସମର୍ଥକଙ୍କ ମନୋବଳକୁ ଦ୍ୱିଗୁଣିତ କରିଛି ବୋଲି ରାଜନୀତିଜ୍ଞଙ୍କ ମତ ରଖିଛନ୍ତି।
Published by: Soumya Das
First published: September 7, 2021, 7:34 PM IST