ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଟ୍ରଲି ଉପରେ ବାଇକ୍; ମହିଳା କଂଗ୍ରେସ ତେଲ ଦର ବୃଦ୍ଧି ବିରୋଧରେ ନିଆରା ପ୍ରତିବାଦ କଲା

ଟ୍ରଲି ଉପରେ ବାଇକ୍; ମହିଳା କଂଗ୍ରେସ ତେଲ ଦର ବୃଦ୍ଧି ବିରୋଧରେ ନିଆରା ପ୍ରତିବାଦ କଲା

ରଶ୍ମୀ ମହାପାତ୍ର ଓ ବିଜୟଲକ୍ଷ୍ମୀ ସାହୁଙ୍କ ପରି ଅନେକ ବରିଷ୍ଠ କଂଗ୍ରେସ ନେତ୍ରୀ ଭୁବନେଶ୍ୱର ରାସ୍ତା ଉପରେ ମାଟି ଚୁଲିରେ ନିଆଁ ଜାଳି ଚାହା ବନାଉଥିବା ଦେଖିବାକୁ ମିଳିଥିଲା ।

ଟ୍ରଲି ଉପରେ ବାଇକ୍; ମହିଳା କଂଗ୍ରେସ ତେଲ ଦର ବୃଦ୍ଧି ବିରୋଧରେ ନିଆରା ପ୍ରତିବାଦ କଲା
ପ୍ରତିବାଦର ଏକ ଦୃଶ୍ୟ
  • News18 Odia
  • Last Updated: February 26, 2021, 3:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସର ଅଭିନବ ପ୍ରତିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଟ୍ରଲି ଉପରେ ବାଇକ ରଖିବା ତଥା ମୁଣ୍ଡରେ ଗ୍ୟାସ ସିଲିଣ୍ଡର ରଖି ବୁଲିବା ଓ ସର୍ବୋପରି ରାଜରାସ୍ତାରେ ମାଟି ଚୁଲିରେ ନିଆଁ ଜାଳି ଚାହା ତିଆରି କରିବା ଥିଲା ଏହି ପ୍ରତିବାଦର ଅଂଶ ବିଶେଷ ।

ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ଗୁରୁବାର ଅହରାହ୍ଣରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏଭଳି ଅଭିନବ ପ୍ରତିବାଦରେ ସାମିଲ ହୋଇଥିଲେ। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଥିଲା ଏହି ପ୍ରତିବାଦ ଓ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ କିଛି ଦଳୀୟ କର୍ମୀମାନେ ଟ୍ରଲି ଉପରେ ବାଇକ ରଖି ଓ ମୁଣ୍ଡରେ ଖାଲି ଗ୍ୟାସ ଚୁଲା ବୋହି ନେଉଥିବା ଦୃଶ୍ୟ ଥିଲା ଚର୍ଚ୍ଚାରେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | VIRAL PHOTOS: ଭୂମି ପେଡନେକରଙ୍କ ଏହି ଫଟୋ ସବୁ ସୋସିଆଲ ମିଡି଼ଆରେ ହଙ୍ଗାମା କଲା!

‘‘ଏହି ପ୍ରତିବାଦ ଦ୍ୱାରା ଆମେ ଦର୍ଶାଇବାକୁ ଚାହୁଁଥିଲୁ ଯେ ଲୋକମାନଙ୍କ ପକେଟରେ ଆଉ ଅର୍ଥ ନାହିଁ ତେଲ କଣିବାକୁ । କାରଣ ପେଟ୍ରୋଲ୍‌ ଦର ଏବେ ୧୦୦ ଟଙ୍କା ଲିଟର ପିଛା ଛୁଇଁବାକୁ ବସିଲାଣି । ଦର କମୁନି, ବରଂ ବଢ଼ିବାରେ କାଗିଛି । ଏଥି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ,’’ କହିଥିଲେ ପ୍ରତିବାଦରେ ସାମିଲ ହୋଇଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ।

ରାସ୍ତାରେ ଚାହା ବନାଉଛନ୍ତି କଂଗ୍ରେସ ନେତ୍ରୀମାନେ ।


ସେ ଆହୁରି କହିଥିଲେ, ‘‘ତେଲ ସମେତ ଗ୍ୟାସ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିବା ଦୁର୍ଭାଗ୍ୟଜନକ। ଲୋକଙ୍କ ପାଖରେ ଗ୍ୟାସ କିଣିବାକୁ ଅର୍ଥ ନାହିଁ । ତେଣୁ ରାସ୍ତାରେ କାଠ ଜାଳି ଆମେ ପୁଣି ଥରେ ପୁରୁଣା ଦିନକୁ ଫେରିବାକୁ ଯାଉଥିବା ଲୋକଙ୍କୁ ଜଣାଉଛୁ । ଏହା ସହିତ ପ୍ରତିବାଦ ମଧ୍ୟ କରୁଛୁ । କୁଆଡେ ଗଲା ମୋଦି ସରକାରଙ୍କ ବହୁ ପ୍ରତୀକ୍ଷିତ ‘ଅଚ୍ଛେ ଦିନ’? ତାଆରି ନାଁରେ ଲୋକଙ୍କୁ ସେ ଠକି ଚାଲିଛନ୍ତି । ହେଲେ ଲୋକଙ୍କ ଉପରେ ଚାଲିଛି ମାହାଙ୍ଗା ମାଡ଼ ।’’

ଏହା ବି ପଢ଼ନ୍ତୁ | IND VS ENG: ଇଂଲଣ୍ଡକୁ ହରାଇଲା ଟିମ୍ ଇଣ୍ଟିଆ; କୋହଲି କହିଲେ ପିଚରେ କିଛି ଅସୁବିଧା ନାହିଁ

ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ କଥିଲେ, ‘‘ରାସ୍ତା ଉପରେ ଚାହା ତିଆରି କରିବା ସହିତ ଆମେ ଏହାକୁ ପିଇବା ଲାଗି ପଥଚାରୀଙ୍କୁ ମଧ୍ୟ ଅନୁରୋଧ କରୁଥିଲୁ । କାରଣ ଥିଲା ଆମେ ଏ ନେଇ ଲୋକଙ୍କ  ମତାମତ କଣ ତାହା ଜାଣିବାକୁ ଚାହୁଁଥିଲୁ । ଲୋକେ ଖୁବ୍‌ ଆକ୍ରୋଶିତ ଜଣାପଡ଼ୁଥିଲେ ।’’

ପ୍ରତିବାଦ ସମୟର ଆଉ ଏକ ଦୃଶ୍ୟ


ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ତେଲ ଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ  କଡା ଶବ୍ଦରେ ସମାଲୋଚନା କରିଛନ୍ତି । ପଟ୍ଟନାୟକ କହିଛନ୍ତି, ‘‘କେବଳ କିଛି ପୁଞ୍ଜିପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ମୋଦି ସରକାରଙ୍କ ଉଦ୍ୟମ । ଲୋକଙ୍କୁ ସୁଶାସନ ନାଁରେ ଦିଆଯାଉଛି ମହାଙ୍ଗା ଭେଟି । ଲୋକଙ୍କ ଅଭାବ ଓ କଷ୍ଟ ସେମାନଙ୍କ ମନକୁ ବାଧୁନାହିଁ । କେବଳ ମୋଦି ସରକାର ନୁହଁନ୍ତି, ରାଜ୍ୟ ସରକାର ମଧ୍ୟ ଏହି ଅହେତୁକ ତୈଳ ଦର ବୃଦ୍ଧିରେ ସଂପୃକ୍ତ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ସେ ଆହୁରି କହିଥିଲେ, ‘‘ସବୁ କଥାରେ କଂଗ୍ରେସକୁ ସମାଲୋଚନା କରୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବେ ଏହି ଦର ବୃଦ୍ଧି ଉପରେ ତୁରନ୍ତ ପ୍ରତ୍ୟାହାର ନିଷ୍ପତ୍ତି ନେବା ଜରୁରୀ । ନହେଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ।’’



ଏହି ପତିବାଦରେ ସାମିଲ ହୋଇଥିବା କଂଗ୍ରେସର ନେତା ଓ କର୍ମୀମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେବା ସହିତ କୁଶୋଉତ୍ତଳିକା ମଧ୍ୟ ଦାହ କରିଥିଲେ ।
Published by: Anand Shankar Thankur Das
First published: February 26, 2021, 3:58 PM IST