Assembly session: ନବ ଦାସଙ୍କୁ ନେଇ ତାତିବ ଗୃହ: ଏହି ପ୍ରସଙ୍ଗ ଉଠାଇବ କଂଗ୍ରେସ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର: ଚଳିତ ବିଧାନସଭାରେ (Assembly session) ନବ ଦାସଙ୍କୁ ନେଇ ନେଇ ତାତିବ ଗୃହ । ଜୟନାରାୟଣଙ୍କ (jaynarayan mishra) ପରେ ଏହି ପ୍ରସଙ୍ଗ କଂଗ୍ରେସ (congress) ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରୁଛି । ହତ୍ୟା (Murder) ପଛରେ କଣ ଷଡ଼ଯନ୍ତ୍ର ଅଛି ପ୍ରଶ୍ନ ପାଇଁ କଂଗ୍ରେସ ସଜବାଜ କରୁଥିବା ପିସିସି ସଭାପତି କହିଛନ୍ତି । ସେହିପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନମିଳିବା ନେଇ ମଧ୍ୟ କଂଗ୍ରେସ ବିଜେପିକୁ (BJP) ତୀବ୍ର ସମାଲୋଚନା କରିଛି । ପ୍ରଦେଶ କଂଗ୍ରେସ ସଭାପତି କହିଛନ୍ତି ରାଜ୍ୟକୁ ସାହାଯ୍ୟ ନକରିବା ପାଇଁ ବିଜେପି ପ୍ଲାନ କରୁଛି।
ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟନାୟକ ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସର ମଧ୍ୟ ଦାବି ଅଛି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦିଆଯାଉ। ବିଜେପିର ପ୍ଲାନ ଓଡ଼ିଶାକୁ ସାହାଯ୍ୟ ନକରିବା ପାଇଁ । ଏନେଇ ବିଜେଡ଼ି ବିଜେପି ମିଶିକି ଅଛନ୍ତି । ଏଣୁ ବିଜେଡି ବିଧାନସଭାରେ ଏଇ ପ୍ରସଙ୍ଗ ଉଠାଇଲେ କଣ ହେବ। ବିଜେଡ଼ି ନେତା ଦିଲ୍ଲୀକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଜଣାଇବା କଥା। କେନ୍ଦ୍ର ସରକାର କହୁଛନ୍ତି ଇଷ୍ଟ ଜୋନକୁ ବିକାଶ ପାଇଁ ଅଧିକ ସାହାଯ୍ୟ କରିବେ ଏଥିରେ ଓଡ଼ିଶା କିପରି ବାଦ ପଡ଼ୁଛି । ସ୍ପେଶାଲ କାଟାଗୋରୀରୁ ଓଡ଼ିଶାକୁ ବାଦ ଦେବା ରାଜ୍ୟବାସୀଙ୍କ ପାଇଁ ଶୁଭ ଖବର ନୁହେଁ। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓଡ଼ିଶା କିମ୍ବା କୌଣସି ରାଜ୍ୟକୁ ମିଳିପାରିବ ନାହିଁ ବୋଲି କହିଥିଲେ ଏହାପରେ ଏବେ ରାଜନୈତିକ ବୟାନ ବାଜି ତୀବ୍ର ହେବାରେ ଲାଗିଛି ।
ଏହି ଖବର ପଢ଼ନ୍ତୁ -
http://Vijay Kumar Kitchlew: ଆଉ ନାହାଁନ୍ତି ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ବିଜୟ କୁମାରଜୟନାରାୟଣ ମିଶ୍ରଙ୍କ ବିବାଦ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ନିଜର ମତ ରଖିଛି । ପିସିସି ସଭାପତି ଶରତ ପଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ଜୟନାରାୟଣ ମିଶ୍ର କହିଛନ୍ତି ପୋଲିସ ତାଙ୍କୁ ଆକ୍ରମଣ କରିଛି । ସେପଟେ ପୋଲିସ କହୁଛି ସେ ଆକ୍ରମଣ କରିଛନ୍ତି । ପ୍ରକୃତରେ କିଏ କାହାକୁ ଆକ୍ରମଣ କରିଛି ତାହାର ତଦନ୍ତ ହେବାକଥା । ତଦନ୍ତ ହେଲେ ସଠିକ କଥା ସାମ୍ନାକୁ ଆସିବ । ବିଜେଡ଼ି ବିଜେପି ନେତା ଦିଲ୍ଲୀରେ ମିଶିକି ଅଛନ୍ତି ଏଠି କେବଳ କର୍ମୀ ବଡ଼ାବାଡ଼ି ହେଉଛନ୍ତି । କେନ୍ଦ୍ର ଯାହା କହୁଛି ଏଠି ତାହା କରିବାକୁ ସେମାନେ ବାଧ୍ୟ । ଏନେଇ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ସ୍ପଷ୍ଟ କରିବା କଥା । ଭିଜୁଆଲ ଯାହା ଦେଖାଯାଉଛି ସେଥିରେ ପ୍ରକୃତରେ କିଏ କାହାକୁ ଆକ୍ରମଣ କରୁଛି ଏନେଇ ଅଫିସିଆଲ ଷ୍ଟେଟମେଣ୍ଟ୍ ଆସିବା କଥା । ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଆମେ ବିଧାନସଭାରେ ଉଠାଇବୁ । ପ୍ରକୃତରେ ଏହି ହତ୍ୟା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ନା ଅନ୍ୟ କିଛି କାରଣ ରହିଛି ଜଣାପଡିବା ଦରକାର। ନିଶ୍ଚିତ କଂଗ୍ରେସ ଏହାକୁ ବିଧାନସଭାରେ ଉଠାଇବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।