୨୦୨୪ରେ କଂଗ୍ରେସ ସରକାର ଗଢିବ : ବିଜୟ ପଟ୍ଟନାୟକ

୨୦୨୪ରେ କଂଗ୍ରେସ ସରକାର ଗଢିବ : ବିଜୟ ପଟ୍ଟନାୟକ

୨୦୨୪ରେ କଂଗ୍ରେସ ସରକାର ଗଢିବ : ବିଜୟ ପଟ୍ଟନାୟକ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ବିଜୟ ପଟ୍ଟନାୟକ । କଂଗ୍ରେସରେ ଯୋଗ ଦେବା ପରେ ସେ ଭୁବନେଶ୍ୱର ଫେରିଛନ୍ତି । ଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଆଜି ଭୁବନେଶ୍ୱର ଫେରିଛନ୍ତି । ତାଙ୍କୁ ବିମାନ ବନ୍ଦରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିଜୁ ପଟ୍ଟନାୟକ ଛକରୁ ତାଙ୍କୁ ଏକ ବାଇକ ରାଲିରେ ତାଙ୍କୁ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ପ୍ରେସମିଟ୍ କରି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ‘ବିଧାୟକଙ୍କ ପାଖକୁ କୌଣସି ଲୋକ ଅସୁବିଧା ନେଇ ଗଲେ ସେ ତାଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି, ସେହିପରି ମନ୍ତ୍ରୀ ମାନେ ମଧ୍ୟ ସମାନ କଥା କହୁଛନ୍ତି । ବର୍ତମାନ ସମୟରେ ତୃତୀୟ ମହଲା ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି ବୋଲି ବିଜୟ କହିବା ସହିତ ସରକାରଙ୍କୁ ତୀର ମାରିଛନ୍ତି । ତେବେ ଯେଉଁଠି ଲୋକସେବା ଭବନ ଆଉ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ମନା ହେଉଛି, ସେଠି ଲୋକଙ୍କ ସ୍ୱର କେମିତି ଶୁଭିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନେତାମାନେ ଯଦି ଲୋକଙ୍କ ସହ ମିଶିବେନି, ସେମାନଙ୍କ ଗୁହାରୀ ଶୁଣିବେନି ତେବେ ଏହାକୁ ଗଣତନ୍ତ୍ର କେମିତି କୁହାଯିବ? ବର୍ତ୍ତମାନ ସମୟରେ ଚାଲିଥିବା ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର । ୨୦୨୪ରେ କଂଗ୍ରେସ ସରକାର ଗଢିବ ବୋଲି କହିଛନ୍ତି ।’
Published by:Sujit Swain
First published: