ଦୁର୍ନୀତି, ଭ୍ରଷ୍ଟାଚାର ଓ ମିଛ ପ୍ରୋପାଗାଣ୍ଡା ବିରୁଦ୍ଧରେ ଲଢ଼ିବ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ

ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ତଥା ବିଜେଡି ଓ ବିଜେପିର ମିଛ ପ୍ରୋପାଗାଣ୍ଡା ବିରୁଦ୍ଧରେ ଲଢ଼ିବ କଂଗ୍ରେସ ସୋସିଆଲ ମିଡ଼ିଆ। ଏହା ସାଧାରଣ ଲୋକଙ୍କ ସ୍ବରକୁ ଲୋକ ଓ ସରକାରଙ୍କ ପାଖରେ ପହଞ୍ଚାଇବ।

ସକ୍ରିୟ ହେବ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ (ପ୍ରତୀକାତ୍ମକ ଛବି)

ସକ୍ରିୟ ହେବ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ଵର: ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ତଥା ବିଜେଡି ଓ ବିଜେପିର ମିଛ ପ୍ରୋପାଗାଣ୍ଡା ବିରୁଦ୍ଧରେ ଲଢ଼ିବ କଂଗ୍ରେସ ସୋସିଆଲ ମିଡ଼ିଆ। ଏହା ସାଧାରଣ ଲୋକଙ୍କ ସ୍ବରକୁ ଲୋକ ଓ ସରକାରଙ୍କ ପାଖରେ ପହଞ୍ଚାଇବ। ମିଡ଼ିଆକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଓ ତାଲିମ ସମ୍ପର୍କିତ କର୍ମଶାଳା କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିସିସି ସଭାପତି କହିଛନ୍ତି ରାଜ୍ୟରେ ଥିବା ସମସ୍ୟା, ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନିଯୁକ୍ତି, ବିଜେପିର ମିଥ୍ୟା ପ୍ରୋପାଗଣ୍ଡା ଓ ବିଜେଡି-ବିଜେପିର ଭାଗିଦାରୀକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ। ସୋସିଆଲ ମିଡ଼ିଆ ହିଁ ଏକମାତ୍ର ସାମାଜିକ ଗଣମାଧ୍ୟମ ଯାହା ଲୋକଙ୍କ ଏକମାତ୍ର ସ୍ବର ହୋଇପାରିବ ଓ ଓଡ଼ିଶାରେ  ପରିବର୍ତନ ଆଣିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କଂଗ୍ରେସ ସୋସିଆଲ ମେଡିଆ ଜାତୀୟ ସଂଯୋଜକ ବିପିନ ଯାଦବ ମଧ୍ୟ ଏହି ବୈଠକରେ ଯୋଗ ଦେଇ କଂଗ୍ରେସ କର୍ମୀମାନେ କିଭଳି ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କାମ କରିବେ ଓ କଂଗ୍ରେସ ଓ ଗାନ୍ଧୀ ପରିବାରର ଇତିହାସ, ଦେଶ ଗଠନରେ କଂଗ୍ରେସ ଭୂମିକା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ।
Published by:Soumya Das
First published: