ପିଆଜ କିଲୋ ୧୦୦ ଟଙ୍କା, ହେଲେ ମାତ୍ର ୪୦ ଟଙ୍କାରେ ବିକୁଛି କଂଗ୍ରେସ: ଦାମ୍‌ କମିବ ନା ରାଜନୀତି ଚ଼ମକିବ?

ସରକାରଙ୍କ ପିଆଜ ଦର ବୃଦ୍ଧି ପ୍ରତି ଉଦାସୀନତାକୁ ନେଇ ବାରମ୍ବାର ଚେତାବନୀ ଦେବା ପରେ କଂଗ୍ରେସ ଖୋଲିଛି ପିଆଜ ସେଣ୍ଟର୍ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ବର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କଡା଼ କାଉଣ୍ଟର କରିଛନ୍ତି ସରକାରଙ୍କୁ ।

ପିଆଜ କିଲୋ ୧୦୦ ଟଙ୍କା, ହେଲେ ମାତ୍ର ୪୦ ଟଙ୍କାରେ ବିକୁଛି କଂଗ୍ରେସ: ଦାମ୍‌ କମିବ ନା ରାଜନୀତି ଚ଼ମକିବ?
ସରକାରଙ୍କ ପିଆଜ ଦର ବୃଦ୍ଧି ପ୍ରତି ଉଦାସୀନତାକୁ ନେଇ ବାରମ୍ବାର ଚେତାବନୀ ଦେବା ପରେ କଂଗ୍ରେସ ଖୋଲିଛି ପିଆଜ ସେଣ୍ଟର୍ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ବର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କଡା଼ କାଉଣ୍ଟର କରିଛନ୍ତି ସରକାରଙ୍କୁ ।
  • News18 Odia
  • Last Updated: December 2, 2019, 5:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ବଜାରରେ ପିଆଜ ୧୦୦ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହେଉଥିବା ବେଳେ ବିରୋଧୀ ଦଳ କଂଗ୍ରେସ ମାତ୍ର ୪୦ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି କରିବା ଆରମ୍ଭ କରି ଉଭୟ ପରିବା ବଜାର ଓ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି ।

ବେଶ୍‌ କିଛି ଦିନ ଧରି ପିଆଜ କାଟିଲେ ନୁହେଁ, କିଣିଲେ ଲୋକଙ୍କ ଆଖିରୁ ଲୁହ ବୋହୁଛି । କେବଳ ପିଆଜ ପାଇଁ ହିଁ ଏବେ ଅନେକ ଲୋକଙ୍କ ପକେଟ ଖାଲି । ପିଆଜ ଦେଖିଲେ କିଣିବାକୁ ହାତ ଯାଉନି । ନନ୍‌ଭେଜ୍‌ରେ ଆଉ ରାଜୁତି କରୁନି ପିଆଜ । କିଲୋ ପିଛା ୮୦ ରୁ ୯୦ ଓ ତା’ପରେ ୧୦୦ ଟଙ୍କାରେ ପିଆଜ ବିକ୍ରି ହେଉଥିବାରୁ ଖାଉଟି ହନ୍ତସନ୍ତ । ଖାଇବା ଥାଳିରୁ ପିଆଜ ଗାଏବ୍‌ । ଏପରି ସ୍ଥିତିରେ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କିଛି କଂଗ୍ରେସ ନେତା ଓ କର୍ମୀ କିଲୋ ପିଛା ମାତ୍ର ୪୦ ଟଙ୍କାରେ ବିକିଛନ୍ତି ପିଆଜ ।

ପିଆଜ କିଣିବାକୁ କଂଗ୍ରେସ ଭବନ ପରିସରରେ ଲାଗିଛି ଲମ୍ବା ଲାଇନ୍‌ ।


ଦିନ ୧୨ଟାରେ ଏକ ଟ୍ରଲିରେ ଭୁବନେଶ୍ବର ଜିଲା କଂଗ୍ରେସ ପକ୍ଷରୁ ଦୁଇ ବସ୍ତା ପିଆଜ ଲଦାହୋଇ ଆସିଥିଲା ଓ କଂଗ୍ରେସ ଭବନ ପରିସରରେ କିଲୋ ପିଛା ୪୦ ଟଙ୍କା ଦରରେ ବିକ୍ରି ହୋଇଥିଲା । ଗହଳି ବେଶୀ ହେବାରୁ ବିରାଟ ପଟୁଆରରେ ଆସିଥିଲେ କଂଗ୍ରେସର ନେତା ଓ କର୍ମୀ । ଓଜନ ମେସିନ୍‌ ଧରି ୫୦୦ ଗ୍ରାମ ଲେଖାଁ ପିଆଜ ଓଜନ କରି ୨୦ ଟଙ୍କାରେ ବିକ୍ରି କରିଥିଲେ । ଗ୍ରାହାକଙ୍କ ସଂଖ୍ୟା ବଢିବାରୁ ସେଠାରୁ ସେମାନେ ଆସିଥିଲେ ରାଜମହଲ । ଲୋକଙ୍କ ସଂଖ୍ୟା ଏଭଳି ବଢିଥିଲା ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌ର ଉପସ୍ଥିତିରେ ବିକ୍ରି ହୋଇଥିଲା ପିଆଜ ।

ପିଆଜ ଦର ବୃଦ୍ଧିକୁ ନେଇ ହାତ ଟେକିଦେଇଛନ୍ତି ସରକାର । କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ସରକାରୀ ଛାଟ କାମ କରୁଥିବା ପରି ଲାଗୁନି । ସୁଲଭ ମୂଲ୍ୟରେ ମିଳୁଥିବା ସରକାରୀ ମୈତ୍ରୀ ସେଣ୍ଟର୍‌ରେ ପଡିଛି ତାଲା । ଦିନ ପରେ ଦିନ ଗଡୁଛି । ’’ହଁ ଦେଖିଛୁ, ଦର ଉପରେ ନଜର ରହିଛି,‘‘ ଏମିତି କହି କହି ଦେଢ ମାସ ହେବ ଦିନ ଗଡାଇ ଚାଲିଛି ଯୋଗାଣ ବିଭାଗ ।

କଂଗ୍ରେସ ପିଆଜ ଦର ବୃଦ୍ଦିକୁ ନେଇ ରାଜନୀତିରେ ନିଜକୁ ସୁଦୃଢ଼ କରିବାକୁ ଆଗ୍ରହୀ ଲାଗୁଛି ।


ସରକାରଙ୍କ ଏମିତି ନୀତିକୁ ନେଇ ବାରମ୍ବାର ଚେତାବନୀ ଦେବା ପରେ କଂଗ୍ରେସ ଖୋଲିଛି ପିଆଜ ସେଣ୍ଟର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ବର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କଡା କାଉଣ୍ଟର କରିଛନ୍ତି ସରକାରଙ୍କୁ । ସରକାରଙ୍କ ବଜାର ଉପରେ ନିୟନ୍ତ୍ରଣ ନାହିଁ ବୋଲି କହି ତୁରନ୍ତ ସବ୍‌ସିଡିରେ ପିଆଜ ଯୋଗାଇ ଦେବାକୁ ଦାବି କରିଛନ୍ତି ଏହି ଦୁଇ ନେତା ।

ତେବେ ଗ୍ରାହକ ଭାରି ଖୁସି । ’’ଲମ୍ବା ଲାଇନରେ ସିନା ଠିଆ ହୋଇଛୁ, ହେଲେ ଏତେ କମ୍ ଦରରେ ପିଆଜ ମିଳୁଛି ବୋଲି ସମସ୍ତେ ଭାରି ଖୁସି,’’ କହିଛନ୍ତି ଗ୍ରାହକ ଅଭୟ ସାହୁ । ‘‘ସରକାର କଂଗ୍ରେସ ଠାରୁ ଶିଖିବା କଥା,’’ କହିଛନ୍ତି ଗ୍ରାହକ ଦିବାରକ ନାୟକ ।
First published: December 2, 2019, 5:34 PM IST
corona virus btn
corona virus btn
Loading