୨୦୨୪ ପାଇଁ କଂଗ୍ରେସର ରୋଡ଼ମ୍ୟାପ; କାନ କୁହା କଥା ଉପରେ ବିଶ୍ବାସ ନକରିବାକୁ କହିଲେ ଶରତ ପଟ୍ଟନାୟକ

୨୦୨୪ରେ କଂଗ୍ରେସ କ୍ଷମତାକୁ ଆସିବ, ଏହି ସଂକଳ୍ପ ନେଲା ହାତ। ବିଜେଡି ଓ ବିଜେପି ବିରୋଧରେ ଦେଲା ଯୁଦ୍ଧ ଦେହୀ ଡାକରା।

୨୦୨୪ ପାଇଁ କଂଗ୍ରେସର ରୋଡ଼ମ୍ୟାପ

୨୦୨୪ ପାଇଁ କଂଗ୍ରେସର ରୋଡ଼ମ୍ୟାପ

  • Share this:
News18 Odia Digital

ଭୁବନେଶ୍ବର: ୨୦୨୪ ପୂର୍ବରୁ ଆରମ୍ଭ ହେଲା ଘର ସଜଡ଼ା। ଉଦୟପୁରର ଚିନ୍ତନ ଶିବିରର ସାଇଡ ଇଫେକ୍ଟ ରାଜ୍ୟ କଂଗ୍ରସ ଉପରେ। କ୍ଷମତାକୁ ଆସିବା ଲାଗି ତିଆରି ହେଲା ବ୍ଲୁ ପ୍ରିଣ୍ଟ। ଦଳର ନେତା ଓ କର୍ମୀଙ୍କୁ ଏକାଠି କାମ କରିବାକୁ ମନ୍ତ୍ର ଦେଲେ ପ୍ରଭାରୀ। ନବ ସଂକଳ୍ପରେ ସଂକଳ୍ପ ନେଲା ରାଜ୍ୟ କଂଗ୍ରେସ। ୨୦୨୪ରେ କଂଗ୍ରେସ କ୍ଷମତାକୁ ଆସିବ, ଏହି ସଂକଳ୍ପ ନେଲା ହାତ। ବିଜେଡି ଓ ବିଜେପି ବିରୋଧରେ ଦେଲା ଯୁଦ୍ଧ ଦେହୀ ଡାକରା।

ସଙ୍ଗଠିତ ଭାବରେ କାମ କରିବା ପାଇଁ ପାରିତ ହେଲା ପ୍ରସ୍ତାବ। ୬ଟି ସବ କମିଟି ଉପରେ ବାଜିଲା ମୋହର। ଛାତ୍ର- ଯୁବ- ମହିଳା ଭଳି ଛାମୁଆ ସଙ୍ଗଠନକୁ ସୁଦୃଢ ପାଇଁ ଦଳର ନେତାଙ୍କ ଗୁରୁତ୍ୱ। ଦଳ ଛାଡ଼ିଥିବା ନେତାଙ୍କୁ ଘର ବାହୁଡା ପାଇଁ ଆରମ୍ଭ ହେବ ଉଦ୍ୟମ। ବୁଥ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରୁ ଆରମ୍ଭ ହେବ ଲଢ଼େଇ। ସଙ୍ଗଠନ ସୁଦୃଢ଼ ପାଇଁ ଆସନ୍ତା ୯ରୁ ସବୁ ଜିଲ୍ଲାରେ ହେବ ପଦ ଯାତ୍ରା। ପ୍ରତି ଜିଲ୍ଲାରେ ୭୫ କିମି ପଦ ଯାତ୍ରା କରିବେ ପିସିସି ସଭାପତି।

ଜିଲ୍ଲା ବ୍ଲକ ଓ ମଣ୍ଡଳ ସ୍ତରରେ ହେବ ଦଳୀୟ ବୈଠକ ଅଧିବେଶନ। ନଵ ସଂକଳ୍ପ ଶିବିରରେ ଏଭଳି ପ୍ରସ୍ତାବ ପାରିତ ହେବା ସହିତ ଏହିସବୁ ବିଷୟ ଉପରେ ଆଲୋଚନା ହୋଇଯାଇଛି।
ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, ‘‘ଅଖିଳ ଭାରତୀୟ କଂଗ୍ରେସ କମିଟି ଆଧାରରେ ରାଜ୍ୟ କଂଗ୍ରେସରେ ହେବ ୬ଟି ସବ କମିଟି। ଏଥିପାଇଁ ପିସିସି ନେତା ଓ ନେତୃତ୍ବ କମିଟି ଚୟନ କରିଛି। ଏହି ୬ଟି ସମନ୍ୱୟ କମିଟି ହେଉଛି ରାଜନୈତିକ ବ୍ୟାପାର, ଯୁବ ସଶକ୍ତିକରଣ, କୃଷି ଓ କୃଷକ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ଅର୍ଥନୀତି ଓ ସଙ୍ଗଠନ। ଯାହା ଉପରେ କମିଟି କାମ କରିବ। ବୁଧବାର ଥିଲା ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ପୂର୍ବତନ ସଂସାଦ ସହିତ ପୁର୍ବତନ ପିସିସି ସଭାପତିଙ୍କୁ ନେଇ ଚିନ୍ତନ ଶିବିର। ହେଲେ ମଞ୍ଚରେ ନଥିଲେ ତିନି ବିଧାୟକ। ତରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନା।

ଯାହାକୁ ନେଇ କଂଗ୍ରେସ ଶିବିରରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ସେପଟେ ଦଳରେ ଗୋଷ୍ଠୀ କୋନ୍ଦଳ ଓ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା କଂଗ୍ରେସ ନେତାଙ୍କୁ ଶରତ ପଟ୍ଟନାୟକଙ୍କ କଡ଼ା ଚେତାବନୀ।

"କାନ କୁହା କଥା ମୁଁ ଶୁଣିବିନି। କିଏ କାହା ଘରକୁ ଗଲା , କଣ କଲା ସେ କଥା ମତେ କେହି କହିବନି। ଦଳ କିଭଳି କ୍ଷମତାକୁ ଫେରିବ ସେ ଦିଗରେ କାମ କରିବା ଉପରେ ଦଳର ନେତାଙ୍କୁ’,’ କହିଛନ୍ତି ଶରତ।

ଏହି ମତକୁ ସମର୍ଥନ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ। ଏବେ ସମୟ ଆସିଛି ଦଳର ନେତା ଏକାଠି ଓ ସଙ୍ଗଠିତ ହୋଇ ଶୃଙ୍ଖଳିତ ଭାବରେ କାମ କରିବା ପାଇଁ।

ସେପଟେ ନରସିଂହ ମିଶ୍ର କହିଛନ୍ତି, ‘‘ଦଳ ଭିତରେ ମତ ଅଲଗା ଥାଇ ମଧ୍ୟ ସବୁ ନେତା ଏକାଠି ହୋଇଛନ୍ତି। ଦୁଇଦିନ ଧରି ଆଲୋଚନା ହେବ। ସମସ୍ତେ ଏକାଠି କାମ କରିବେ। ୨୦୦୦ ମସିହାରେ କଂଗ୍ରେସର ଭୋଟ ହାର ଥିଲା ୩୪ ପ୍ରତିଶତ। ଏବେ ତାହା ୧୩ ପ୍ରତିଶତରେ ପହଞ୍ଚିଛି। ତେବେ ଏହି ଶିବିରର ଆଉଟପୁଟ ରାଜ୍ୟ କଂଗ୍ରେସକୁ କେତେ ଅମ୍ଳଜାନ ଯୋଗାଉଛି ତାହା ଦେଖିବାର କଥା।
Published by:Lipina Das
First published: