ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଫସିଲେ ତାରା ! କଂଗ୍ରେସ ରଖିଲା ଉତ୍ତର

ବିରୋଧୀ ଦଳ ବିଧାୟକ ତାରା ପ୍ରସାଦ ବାହିନୀପତି ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ପରେ ଚର୍ଚ୍ଚା ଲାଗି ରହିଥିଲା । ଏହା ଉପରେ କଂଗ୍ରେସ ବରିଷ୍ଠ ନେତା ଜୟଦେବ ଜେନା ଓ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ଦଳ ଛାଡିବା କଥା ନେଇ ସୁର କଣ କହିଲେ ପଢ଼ନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଫସିଲେ ତାରା ! କଂଗ୍ରେସ ରଖିଲା ଉତ୍ତର

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଫସିଲେ ତାରା ! କଂଗ୍ରେସ ରଖିଲା ଉତ୍ତର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଜୟପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Naveen Patnaik) ପ୍ରଶଂସା କରିବାକୁ ନେଇ ରାଜ୍ୟ ରାଜନୀତି ସମେତ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ କଂଗ୍ରେସର ଉତ୍ତର ସାମ୍ନାକୁ ଆସିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା (Jaydev jena) ଓ ସୁର ରାଉତରାୟ (Sura Routray) କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ (Congress MLA Taraprasad bahinipati) ଏପରି ପ୍ରଶଂସା ଉପରେ ମତ ଦେଇଛନ୍ତି ।

ଜୟଦେବ ଜେନା କହିଛନ୍ତି ଯେ, ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ବକ୍ତବ୍ୟ ରଖିବା ସମୟରେ ତାରା ସଞ୍ଜମତା ରକ୍ଷା କରିଥିଲେ ଭଲ ହୋଇଥାନ୍ତା । ବକ୍ତବ୍ୟ ଦେବା ପରେ ତାରା ଏ ସମ୍ପର୍କରେ ଅନୁତାପ କରିଛନ୍ତି । ସେହିପରି
ସୁର ରାଉତରାୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଏତେ ପ୍ରଶଂସା କରିବା ଠିକ୍ ନୁହେଁ । ଏହା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ସୁର କହିଛନ୍ତି , ତାରା ଦଳ ଛାଡିବେ କି ନାହିଁ ତାହା ଶରତ ପଟ୍ଟନାୟକ, ସୋନିଆ ଗାନ୍ଧି କହିବେ, ଚେଲ୍ଲା କୁମାର କହିବେ । ରାଜନୀତିରେ ଦଳ ଡିଆଁ ଏକ ସାଧାରଣ କଥା ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜୟକାର ଗାନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ପ୍ରଶଂସା କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏଭଳି ପ୍ରଶଂସାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଏହି ଅବସରରେ  ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ମଞ୍ଚରେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ବିଧାୟକ ତାରାପ୍ରସାଦ ବାହିନୀପତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଡିଟରିୟମର ଆବଶ୍ୟକତା ଥିବା ନେଇ ମଞ୍ଚ ଉପରେ ନିଜ ଦାବି ଜଣାଇଥିଲେ । ଏହି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ମଞ୍ଚ ଉପରେ ହିଁ ପୂରଣ କରିଥିଲେ।
କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ୧୬ ଶହ କୋଟି ଟଙ୍କା ବ୍ୟୟରେ ୧୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିଭଳି ୧୨୩୫ ଏସଏଚଜି ଗ୍ରୁପକୁ ୫୦ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଥିଲେ । ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୦୦୦ ଆସନ ବିଶିଷ୍ଟ ଅଡିଟରିୟମ ପାଇଁ ମଧ୍ୟ ନବୀନ ଘୋଷଣା କରିଥିଲେ।

Published by:Soubhagya Mishra
First published: