ରାଜଭବନ ରାସ୍ତାରେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ: ସୁର କହିଲେ ଗୋଲାପ ଫୁଲ

ରାଜଭବନକୁ ପୋଲିସ ନ ଛାଡ଼ିବାରୁ ବ୍ୟାରିକେଡ଼ ଡେଇଁଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ।

ସିଲିଣ୍ଡର ଉପରେ ଗୋବର ଥାପି ପ୍ରତିବାଦ କଲା କଂଗ୍ରେସ

ସିଲିଣ୍ଡର ଉପରେ ଗୋବର ଥାପି ପ୍ରତିବାଦ କଲା କଂଗ୍ରେସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: କଂଗ୍ରେସର (congress) ବଡ ପ୍ରତିବାଦ । ମୋଦି ଆଦାନୀ ଲିଙ୍କ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ କଂଗ୍ରେସ । ରାଜଭବନକୁ (rajbhaban) ଯିବା ସମୟରେ ପୋଲିସ ସହିତ ଧସ୍ତା ଧସ୍ତି ହେବା ସହିତ ଅଣ୍ଡା ଓ ଟମାଟୋ ମାଡ ହୋଇଥିବା ଦେଖିବାକୁ ମିଳିଥିଲା ।

ରାଜଭବନକୁ ପୋଲିସ (police) ନ ଛାଡ଼ିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ (sura routray) ବ୍ୟାରିକେଡ଼ ଡେଇଁଥିବା ଦେଖିବାକୁ ମିଳିଥିଲା । ଶେଷରେ କଂଗ୍ରେସ ବିଧାୟକ ଓ ପିସିସି ଟିମ୍ ଭେଟି ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଛନ୍ତି । କଂଗ୍ରେସର ରାଜଭବନ ଚାଲ ସ୍ଳୋଗାନ ସହ ରାଜଭବନ ଘେରାଉ ବେଳେ ପୋଲିସ ସହିତ କଂଗ୍ରେସ କର୍ମୀ ଓ ନେତାଙ୍କ ଭିତରେ ଖୁବ୍ ଧସ୍ତାଧସ୍ତି ହୋଇଥିଲା ।

କଂଗ୍ରେସ କହିଛି ଭାରତର ଅର୍ଥନୀତି ଦୁର୍ବଳ । sbi ଓ lic ରୁ କୋଟି କୋଟି ଲୋନ୍ ନେଇ ଅର୍ଥନୀତିକୁ ଦୁର୍ବଳ କରିଛନ୍ତି ଆଦାନୀ । ଜେପିସି ତଦନ୍ତ ପାଇଁ ରାହୁଲ ଗାନ୍ଧିଙ୍କ ଦାବି ରହିଛି । ତାହାକୁ କେନ୍ଦ୍ର ସରକାର ଗ୍ରହଣ କରୁ ନାହାନ୍ତି ବରଂ ଆଦାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା କଂଗ୍ରେସ କହିଛି ।  ଯାହାକୁ ନେଇ ସାରା ଦେଶରେ ପ୍ରତିବାଦ ହେଉଥିବାବେଳେ ଓଡ଼ିଶା କଂଗ୍ରେସ ରାଜଭବନ ଘେରାଉ କରିଛି । କଂଗ୍ରେସ କହିଛି ୧ରେ ଜେପିସି ତଦନ୍ତ ହେଉ । ୨ରେ ସିଜେଆଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ ହେଉ ।

ଗ୍ୟାସ ଦର ବଢିବା (gas rate hike) କାରଣରୁ ହାଣ୍ଡି ଶାଳରେ ଚଡ଼କ ପଡ଼ିଛି । ଏହି କାରଣରୁ ସିଲିଣ୍ଡର ଉପରେ ଗୋବର ଥାପି କଂଗ୍ରେସ କର୍ମୀ ଘଷି ପାରିଛନ୍ତି । ଏଥିସହ ଉକ୍ତ ସିଲିଣ୍ଡରକୁ ମୁଣ୍ଡରେ ମୁଣ୍ଡେଇ ପ୍ରତିବାଦ କରିଛନ୍ତି ମହିଳା ଓ ଯୁବ କଂଗ୍ରେସ କର୍ମୀ । ଗ୍ୟାସ ଦର ବଢିବାରୁ ହାଣ୍ଡିଶାଳରେ ଚଡ଼କ ପଡ଼ିଥିବାରୁ ତିନୋଟି ସିଲିଣ୍ଡର ଉପରେ ଗୋବର ଥାପି ଏଭଳି ପ୍ରତିବାଦ କରିଛି କଂଗ୍ରେସ।

ଏହି ଖବର ପଢ଼ନ୍ତୁ - http://ଗୌତମ ଆଦାନୀ ଦେଲେ ଆଉ ଏକ ଖୁସି ଖବର: ସମୟ ପୂର୍ବରୁ କଲେ ଏକ ବଡ଼ ଋଣ ପରିଶୋଧ

ପ୍ରତିବାଦକୁ ଦେଖି ଘଟଣାସ୍ଥଳରେ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପାୱାର ହାଉସ ଛକରୁ ରାଜଭବନ ରାସ୍ତା ସିଲ୍ କରାଯିବା କାରଣରୁ ଯାତାୟତରେ ସମସ୍ୟା ଦେଖାଯାଇଥିଲା । ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ତୃତୀୟ ଥାକରେ ବ୍ୟାରିକେଟ୍ ଲାଗିଥିଲା । ଲୁହ ବୁହା ଗ୍ୟାସ ସାଙ୍ଗକୁ ୱାଟର ଟ୍ୟାଙ୍କ ମଧ୍ୟ ରେଡି କରିଥିଲା ପୋଲିସ ।

https://www.youtube.com/watch?v=7AnBtzyD-jQ
Published by:Soubhagya Mishra
First published: