କଂଗ୍ରେସ କର୍ମୀଙ୍କ ଉପରେ ୩୦୭ ଦଫା; ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ଦେଲା ଦଳ

ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିବା ଛାତ୍ର କଂଗ୍ରେସକୁ ପଡ଼ିଲା ମହଙ୍ଗା। ଆନ୍ଦୋଳନକାରୀ ଛାତ୍ର କଂଗ୍ରେସ ନେତାଙ୍କ ବିରୋଧରେ ପୋଲିସ ଲଗାଇଲା ଦଫା ୩୦୭।

 କଂଗ୍ରେସ କର୍ମୀଙ୍କ ଉପରେ ୩୦୭ ଦଫା

କଂଗ୍ରେସ କର୍ମୀଙ୍କ ଉପରେ ୩୦୭ ଦଫା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଛାତ୍ର କଂଗ୍ରେସ ନେତାଙ୍କ ବିରୋଧରେ ଲାଗିଲା ଦଫା ୩୦୭। ନବୀନ ନିବାସ ଘେରାଉ, ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ, ଟମାଟୋ ମାଡ ସହିତ ଏଣ୍ଟ୍ରି କରି ପ୍ରତିବାଦ କରିବା ପଡ଼ିଲା ମହଙ୍ଗା।

୮ରୁ ଉର୍ଦ୍ଧ୍ବ ଛାତ୍ର କଂଗ୍ରେସ ନେତାଙ୍କ ନାମରେ ୩୦୭ ହତ୍ୟା ଉଦ୍ୟମ ଦଫା ଲଗାଇଲା କ୍ୟାପିଟାଲ ଥାନା ପୋଲିସ। ହତ୍ୟା ଉଦ୍ୟମ ଦଫା ମଧ୍ୟ ଲାଗିଛି ୨ ଜଣ ଝିଅଙ୍କ ନାମରେ। ଅକ୍ଟୋବର ୨୯ ତାରିଖରେ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମ୍ପୃକ୍ତି ନେଇ ପ୍ରତିବାଦ କରିଥିଲା ଛାତ୍ର କଂଗ୍ରେସ। ଘଟଣାକୁ ନିନ୍ଦା କଲା ଛାତ୍ର କଂଗ୍ରେସ।

ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରୁଛି କଂଗ୍ରେସ। ହେଲେ ଦାବି ମୁତାବକ ଏଯାବତ ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ।

ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ଦେଲା କଂଗ୍ରେସ


ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ନିକଟରେ ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିଥିଲା। ମିଥ୍ୟା କେସ୍ ଲଗାଇ ପୋଲିସ ଛାତ୍ର କଂଗ୍ରେସର ସ୍ୱର ଚପାଇବାକୁ ଚେଷ୍ଟା କରୁଥିବା ପ୍ରେସମିଟରେ କହିଛନ୍ତି ଛାତ୍ର କଂଗ୍ରେସ ସଭାପତି। ଛାତ୍ର କଂଗ୍ରେସ ବିରୋଧରେ ମିଥ୍ୟା ଦଫା ନହଟିଲେ ୫-ଟି ସଚିବଙ୍କ ଘର ଆଗରେ ଆମରଣ ଅନଶନ କରିବା ନେଇ କହିଛି ଛାତ୍ର କଂଗ୍ରେସ।

ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ଥାନା କେସ ନମ୍ୱର୍ ୬୦୫/୨୦୨୨ ରେ ଦଫା ଲାଗିଛି ୩୨୩, ୩୩୨, ୩୦୭, ୩୫୩, ୪୨୭, ୨୯୪ ଓ ଆଇପିସି ୪ ଓପିଡି ଆକ୍ଟ।

କେସ ନମ୍ୱର୍ ୬୦୩/୨୦୨୨ ଓ କେସ ନମ୍ୱର୍ ୬୦୪/୨୦୨୨ରେ ମଧ୍ୟ ମାମଲା ରୁଜୁ ହୋଇଛି। ଯେଉଁଥିରେ ଲାଗିଛି ୩୦୭ ଭଳି ସଙ୍ଗୀନ ଦଫା।
Published by:Lipina Das
First published: