ଲିଡରଙ୍କ ସହ ଭେଟି ସମର୍ଥନ ମାଗିବାକୁ ଓଡ଼ିଶା ଆସିଛି: ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱରରେ ଆୟୋଜିତ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସନ୍ଧ୍ୟାରେ ସେ ପୁଣି ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।

ଓଡ଼ିଶାରେ ମଲ୍ଲିକାର୍ଜୁନ ଖଡଗେ

ଓଡ଼ିଶାରେ ମଲ୍ଲିକାର୍ଜୁନ ଖଡଗେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶା ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ସେ ପ୍ରଚାର ପାଇଁ ଶୁକ୍ରବାର ଓଡ଼ିଶା ଆସିଛନ୍ତି। ଭୁବନେଶ୍ୱର ଆସି ସେ ପିସିସି ସଭ୍ୟଙ୍କୁ ଭେଟି ତାଙ୍କୁ ଭୋଟ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସନ୍ଧ୍ୟାରେ ସେ ପୁଣି ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।

ଏହି ଅବସରରେ ସେ କହିଛନ୍ତି, ‘‘ଲିଡରଙ୍କ ସହ ଭେଟି ସମର୍ଥନ ମାଗିବାକୁ ଓଡ଼ିଶା ଆସିଛି। ପିସିସି ଡେଲିଗେଟସ ଓ ବରିଷ୍ଠ ନେତାମାନେ ମୋତେ ପ୍ରସ୍ତାବ ଦେଇଥିଲେ ନିର୍ବାଚନ ଲଢ଼ିବା ପାଇଁ। ଗାନ୍ଧି ପରିବାରରୁ କେହି ଲଢ଼ିବେନି ବୋଲି ବାର୍ତ୍ତା ଆସିବା ପରେ ମୁଁ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ଦଳୀୟ ନିର୍ବାଚନ ଲଢ଼ୁଛି। କଂଗ୍ରେସର ଇସ୍ତାହାର ଯାହା ମୋର ଇସ୍ତାହାର ବି ସେୟା। କିଛି ନୂଆ ନୁହେଁ। ଉଦୟପୁର ସଭାର ନିଷ୍କର୍ଷ, ମୋର ଏଜେଣ୍ଡା।’’

ମଲ୍ଲିକାଜୁନ ଖଡଗେଙ୍କୁ ଓଡ଼ିଶାରେ ସବୁ ଭୋଟ ଯିବ, ଉଦୟପୁର ସଭାରେ ଯାହା ଘୋଷଣା ହୋଇଥିଲା ତାହାକୁ ସେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି। ସେ ଜଣେ ପୁରୁଖା ନେତା। କଂଗ୍ରେସ ବିଚାରଧାରା ସହିତ ତାଙ୍କର ବିଚାର ଧାରା ମିଶୁଛି। ତୃଣମୂଳ ସ୍ତରରୁ ସେ ଆଜି ଏତେ ବାଟ ଆସିଛନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟ ଦେଵ ଜେନା।

ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ‘‘ଖଡଗେ ଆସିଲେ ଭୋଟ ମାଗିଲେ। ଆମେ କାହାକୁ ଭୋଟ ଦେବୁ ସେଇଟା କାହାରିକୁ କହିବୁ ନାହିଁ। କିନ୍ତୁ ଖଡଗେ ଜଣେ ଅଭିଜ୍ଞ ନେତା। ସେ ନିର୍ବାଚନ ଲଢ଼ୁଛନ୍ତି, ପିସିସି ମେମ୍ବରମାନଙ୍କୁ ସେ ଅନୁରୋଧ କରିଛନ୍ତି ଭୋଟ ଦେବା ଲାଗି।’’
Published by:Lipina Das
First published: