• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିଷ୍ଣୁ ସେଠୀଙ୍କ ଦେହାନ୍ତରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା; ବ୍ୟକ୍ତିଗତ ବନ୍ଧୁତା ଖୁବ ନିବିଡ

ବିଷ୍ଣୁ ସେଠୀଙ୍କ ଦେହାନ୍ତରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା; ବ୍ୟକ୍ତିଗତ ବନ୍ଧୁତା ଖୁବ ନିବିଡ

ଅନେକ ସମୟରେ ବିଧାନସଭାରେ ତୁ ତୁ ମେଁ ମେଁ ହୋଇଛି । ରାଜନୈତିକ କ୍ଷେତ୍ରରେ ଆମେ ବିରୋଧୀ କିନ୍ତୁ ବ୍ୟକ୍ତିଗତ ସ୍ତରରେ ଆମେ ଖୁବ ଭଲ । ବ୍ୟକ୍ତିଗତ ବନ୍ଧୁତା ଖୁବ ନିବିଡ । 

ବିଷ୍ଣୁ ସେଠୀଙ୍କ ଦେହାନ୍ତରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା; ବ୍ୟକ୍ତିଗତ ବନ୍ଧୁତା ଖୁବ ନିବିଡ

ବିଷ୍ଣୁ ସେଠୀଙ୍କ ଦେହାନ୍ତରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା; ବ୍ୟକ୍ତିଗତ ବନ୍ଧୁତା ଖୁବ ନିବିଡ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ, ଦୁଖିତ, ମୁଁ ମୋର ବରିଷ୍ଠ ସହଯୋଗୀଙ୍କୁ ହରାଇଛି ।ଅନେକ ସମୟରେ ବିଧାନସଭାରେ ତୁ ତୁ ମେଁ ମେଁ ହୋଇଛି । ରାଜନୈତିକ କ୍ଷେତ୍ରରେ ଆମେ ବିରୋଧୀ କିନ୍ତୁ ବ୍ୟକ୍ତିଗତ ସ୍ତରରେ ଆମେ ଖୁବ ଭଲ । ବ୍ୟକ୍ତିଗତ ବନ୍ଧୁତା ଖୁବ ନିବିଡ । ରାଜ୍ୟ ଜଣେ ବରିଷ୍ଠ ନେତାକୁ ହରାଇଲା । ବିଧାନସଭା ପାଇଁ ଏହା ଏକ ବଡ଼ କ୍ଷତି । ପ୍ରଶ୍ନ ମାଡ଼ରେ ଶାସକ ଦଳକୁ ଅଡ଼ୁଆରେ ପକାଇବା ବିଷ୍ଣୁସେଠୀଙ୍କୁ ଖୁବ ଭଲ ଭାବରେ ଜଣାଥିଲା । କିଛି ଦିନ ତଳେ ସେ ନିର୍ଭିକ ଭାବରେ କହିଥିଲେ ଯେ, ବିଧାନସଭାକୁ ଆଉ ଯିବାକୁ ମୋର ଆନ୍ତରିକ ଇଛା ହେଉନାହିଁ ।ବିଧାନସଭାକୁ ମୁଁ କେବଳ ଯାଉଛି ନରସିଂହ ମିଶ୍ରଙ୍କ ପାଇଁ । କାରଣ ମୁଁ ତାଙ୍କଠାରୁ କିଛି ଶିଖିବାକୁ ଯାଉଛି । ଏକଥାକୁ ନେଇ ମୁଁ ଖୁବ ଖୁସି ହୋଇଥିଲି କାରଣ ତାଙ୍କର ଶିଖିବାର ଇଛା ଓ ଆଶା ଶେଷ ପର୍ଯ୍ୟନ୍ତ ରହିଥିଲା । ତାଙ୍କ ମୃତ୍ୟୁରେ ମୁଁ ତାଙ୍କ ପରିବାରକୁ ସମବେଦନା ଜଣାଉଛି ଓ ତାଙ୍କ ଆତ୍ମାର ସଦଗଦି କାମନା କରୁଛି ।

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ମାସେ ହେବ ସେ ଆଇସିୟୁରେ ଭର୍ତ୍ତିଥିଲେ। ଆଜି ଭୋରୁ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।​ ବିଷ୍ଣୁ ସେଠୀ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ଡେପୁଟି ନେତା ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ଖେଳିଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିଜେପି ନେତା ବୈଜୟନ୍ତ ପଣ୍ଡା ମଧ୍ୟ ବିଷ୍ଣୁସେଠୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

ଶେଷକୃତ୍ୟ ପାଇଁ ଜନ୍ମମାଟି ଧାମନଗର ନିଆଯିବ ବୋଲି ସୂଚନା ମିଳିଛି । ତା ପୂର୍ବରୁ ବିଧାନସଭାରେ ଗାର୍ଡ ଅଫ୍ ଅନର ଦିଆଯିବାର କାର୍ଯ୍ୟକ୍ରମ ରହିଛି ।
Published by:Soubhagya Mishra
First published: