News 18 Odia Digital
ଭୁବନେଶ୍ୱର; ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ (Naba das Murder case) ହତ୍ୟାକାଣ୍ଡରେ ବିରୋଧୀଙ୍କ ସାଂଘାତିକ ସନ୍ଦେହ । କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ASI ଗୋପାଳ ଦାସ ନବ ଦାସଙ୍କୁ ମାରି ନ ଥିବେ ବୋଲି କହିଛନ୍ତି ବିଜୟ । ନବ ଦାସଙ୍କୁ ଆଉ କିଏ ମାରିଥାଇପାରେ ବୋଲି ବିଜୟ ସନ୍ଦେହ ପ୍ରକାଶ କରିଛନ୍ତି । କାହିଁକି ଜଣେ ASI, ମନ୍ତ୍ରୀଙ୍କୁ ମାରିବେ ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ଏହି ଜଘନ୍ୟ କାଣ୍ଡ ପଛରେ ଆଉ କାହାର ହାତ ଥାଇପାରେ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।
ଏହି ଖବର ପଢ଼ନ୍ତୁ-
http://Happy Kiss Day: ସେ ଯାହାଙ୍କୁ ବି ଚୁମ୍ବନ କରୁଥିଲେ ହୋଇଯାଉଥିଲା ମୃତ୍ୟୁସୂଚନାଯୋଗ୍ୟ, ନବ ଦାସଙ୍କୁ କାହିଁକି ଗୁଳି କଲେ ଗୋପାଳ ଦାସ ? ସେନେଇ ନାର୍କୋ ଟେଷ୍ଟରୁ (Narco Test) ମିଳିଛି ଗୁଢ ରହସ୍ୟ । ସୂଚନା ଅନୁସାରେ ଗୋପାଳ ଏପରି କିଛି କହିଛନ୍ତି ଯାହାକୁ ନେଇ କନଫିଡେନ୍ଟ ଅଛି କ୍ରାଇମବ୍ରାଞ୍ଚ (Crime Branch) । ଯାହା ଜଣାପଡୁଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ତଦନ୍ତ । ତେଣୁ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ନେଇ ଖୁବଶୀଘ୍ର ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ।
ନବ ଦାସଙ୍କୁ ଗୁଳି ପରେ ଗୋଲ୍ ଗୋଲ୍ ବୁଲାଉଥିଲେ ଗୋପାଳ। ତେଣୁ ସତ ଜାଣିବାକୁ ଲାଗିଥିଲେ ଦେଶର ବଚ୍ଛା ବଛା ବିଶେଷଜ୍ଞ। ହେଲେ ଗୋପାଳ ଦାସ ଯାହା କହୁଥିଲେ ସେଥିରୁ ହତ୍ୟାକାଣ୍ଡର ଖିଅ ଯୋଡି ପାରିନଥିଲା କ୍ରାଇମବ୍ରାଞ୍ଚ (Crime Branch)। ତେଣୁ ଶେଷରେ ହୋଇଥିଲା ନାର୍କୋ ଟେଷ୍ଟ । ଗୁଜରାଟର (Gujrat)ଗାନ୍ଧିନଗର ଫୋରେନସିକ ସାଇନ୍ସ ଲାବରୋଟାରୀରେ ଗୋପାଳଙ୍କର ସରିଛି ନାର୍କୋ ଟେଷ୍ଟ (Narco Test)। ହେଲେ ନାର୍କୋ ଟେଷ୍ଟରେ ହତ୍ୟାକାଣ୍ଡ ନେଇ ଗୋପାଳଠାରୁ କିଛି ଗୁଢ ରହସ୍ୟ ମିଳିଛି । ନବ ଦାସଙ୍କୁ ହତ୍ୟା କରିଥିବା ନେଇ ଅର୍ଦ୍ଧଚେତନ ଅବସ୍ଥାରେ ଗୋପାଳ ସ୍ବୀକାର କରିଥିବା ସୂଚନା ମିଳିଛି।
ତେବେ ଗୋପାଳ ଯେଉଁ କାରଣ କହଛନ୍ତି ତାହା ବ୍ୟକ୍ତିଗତ ନା ଆଉ କିଛି ସେନେଇ କିଛି ସୂଚନା ନାହିଁ। ତେବେ ଗୋପାଳଙ୍କ ନାର୍କୋ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚ କନଫିଡେନ୍ସ ଥିବା ଜଣାପଡୁଛି। କ୍ରାଇମବ୍ରାଞ୍ଚ ଯେଉଁ ଦିଗ ଉପରେ ଫୋକସ କରୁଥିଲେ ନାର୍କୋ ଟେଷ୍ଟ ସେହି ଦିଗରେ ସହାୟକ ହୋଇଥିବା ଜଣାପଡିଛି। ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଆଶା କରାଯାଉଛି ଯେ ଖୁବଶୀଘ୍ର ହତ୍ୟାକାଣ୍ଡର ସତ ସାମନାକୁ ଆସିବ ।
ଜାନୁଆରି ୨୯ରେ ନବ ଦାସଙ୍କୁ ଗୁଳି କରିଥିଲେ ଗୋପାଳ ଦାସ। ଆଉ ସେବେଠାରୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଅଧିକାରୀ ସେଠାରେ କ୍ୟାମ୍ପ ପକାଇଛନ୍ତି। ତେବେ ନାର୍କୋ ଟେଷ୍ଟ ପରେ ଗୋପାଳଙ୍କ ଆଉ ରିମାଣ୍ଡ ଆବେଦନ କରିନପାରେ କ୍ରାଇମବ୍ରାଞ୍ଚ ।
ହାଇପ୍ରୋଫାଇଲ ମର୍ଡର। ତେଣୁ ହତ୍ୟାର କାରଣ ଜାଣିବାକୁ ସମସ୍ତେ ଚାହିଁ ରହିଛନ୍ତି। ହେଲେ ଗୋପାଳଙ୍କ ନାର୍କୋ ଟେଷ୍ଟ ପରେ ରହସ୍ୟ ଉପରୁ ହଟିପାରେ ପରଦା । ତେବେ ଗୋପାଳ ନାର୍କୋ ଟେଷ୍ଟରେ ଯାହା କହିଲେ ତାହା କେବଳ କ୍ରାଇମବ୍ରାଞ୍ଚ ତଦନ୍ତରେ ସହାୟକ ହେବ କିନ୍ତୁ କୋର୍ଟରେ ଗ୍ରହଣୀୟ ହେବନାହିଁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।