Mamita Meher Murder case: କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

ପୁଣି ମମତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ପଞ୍ଚାୟତ ନିର୍ବାଚନ ବାତାବରଣ ମଧ୍ୟରେ ଚାର୍ଜସିଟି ଦାଖଲ କରିଛି ପୋଲିସ। ଯାହା ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ।

ପୁଣି ମମତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ପୁଣି ମମତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

  • Share this:
News18 Odia Digital

ଭୁବନେଶ୍ବର: ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ମେହେର ହତ୍ୟାକାଣ୍ଡରେ ପୋଲିସ ଚାର୍ଜସିଟ ଦାଖଲ କରିଛି । ଏହି ହତ୍ୟାକାଣ୍ଡରେ ବିବାଦୀୟ ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ତାହା ହେଲେ ପୋଲିସ କେବଳ ଦୁଇ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଘଟଣାରେ ଜଡ଼ିତ ଥିବା ସେକ୍ସକାଣ୍ଡାଲ ଯାହା ହତ୍ୟାର କାରଣ ସେ ସମ୍ପର୍କରେ ତଦନ୍ତ ନକରି ଦୋଷୀଙ୍କୁ ଖସାଇ ଦେବା ଯୋଜନା କରିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖ ପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ମମିତାର ମାତାପିତା ଅଭିଯୋଗ କରିଥିଲେ। କେବଳ ସମ୍ପୃକ୍ତି ନୁହେଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଖସାଇ ଦେବା ଓ ଘଣ୍ଟ ଘୋଡ଼ାଇବା ପଛରେ ମିଶ୍ରଙ୍କର ଭୂମିକା ସନ୍ଦେହଜନକ ଥିବା ଅଭିଯୋଗ ହୋଇଥିଲା। ହତ୍ୟାର କାରଣ ମହାଲିଙ୍ଗ କଲେଜରେ ଚାଲୁଥିବା ସେକ୍ସକାଣ୍ଡାଲ ଓ ଏହି ମାମଲାରେ ପ୍ରତିଭାଶାଳୀ ଲୋକଙ୍କର ସମ୍ପୃକ୍ତି ସମ୍ପର୍କରେ ପୋଲିସ ଠିକ୍ ଭାବେ ତଦନ୍ତ କରିନାହିଁ। ଗୃହ ରାଷ୍ଟ୍ର ମନ୍ତ୍ରୀ କେବେ ଫେରାର ନଥିଲୋ ଓ ସେ ଓଡ଼ିଶାରେ ଥିବା ଦାବି କରିଥିଲେ। ବିରୋଧିଙ୍କୁ ଏହାର ତାହାର ପ୍ରମାଣ ମାଗିଥିଲେ ଶାସକ ଦଳ। ମନ୍ତ୍ରୀଙ୍କର ରାୟପୁରରୁ ଚଣ୍ଡିଗଡ଼ ଗସ୍ତର ତଥ୍ୟ ପ୍ରମାଣ ସହ ଏକ ଭିଡିଓ ଜାରି କରି ତାଙ୍କ ଠାରୁ ସ୍ପଷ୍ଟିକରଣ ମାଗିଛନ୍ତି କଂଗ୍ରେସ ମୁଖ ପାତ୍ର ମହାପାତ୍ର।

ଗତ ବର୍ଷ ଅକ୍ଟୋବର ୮ ତାରିଖରେ ମମିତାର ହତ୍ୟା ହୋଇଥିଲା। ଅକ୍ଟୋବର ୯ ତାରିଖରେ ପରିବାରର ଅଭିଯୋଗକୁ ଗାଁ ଥାନା ଗ୍ରହଣ କରିନଥିଲା। ଅକ୍ଟୋବର ୧୧ ତାରିଖରେ ମନ୍ତ୍ରୀ ଭବାନୀ ପାଟଣା ପହଞ୍ଚିଲେ। ଆଉ ୧୨ ତାରିଖରୁ ମନ୍ତ୍ରୀ ଆତ୍ମଗୋପନ କଲେ।। ସୂଚନାଅଧିକାର ଆଇନବଳରେ ମଗାଯାଇଥିବା ସୂଚନା ଅନୁସାରେ ମନ୍ତ୍ରୀଙ୍କର ଅକ୍ଟୋବର ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗସ୍ତକୁ ଦିଆଯାଉ ନାହିଁ। ତାହା ହେଲେ ଅକ୍ଟୋବର ୧୨ ତାରିଖରେ ମନ୍ତ୍ରୀ ଗୋବିନ୍ଦକୁ ନେଇ ରାୟପୁର ଘରେ ଆଶ୍ରୟ ଦେଇଥିଲେ କି? ୧୩ ତାରିଖରେ ସିଦ୍ଧେକେଲା ଥାନା ମକୋଦ୍ଦମା ରୁଜୁ କରିବା ପରେ ଗୋବିନ୍ଦ ସାହୁଙ୍କୁ ବିଦା କରି ନିଜେ ୧୫ ତାରିଖରେ ରାୟପୁରରୁ ଚଣ୍ଡିଗଡ଼ ପଳାଇଥିଲେ କି? ୧୮ ତାରିଖରେ ମନ୍ତ୍ରୀ ଚଣ୍ଡିଗଡ଼ରୁ ରାୟପୁର ଫେରିବା ପରେ ପୋଲିସ ହାଜତରୁ ଫେରାରଥିବା ଗୋବିନ୍ଦ ସାହୁ ୧୯ ତାରିଖରେ ଆଖୁ ବାଡ଼ିରୁ ଧରାପଡ଼ିଲେ ଏହା ସଂଯୋଗ ନା ପ୍ରୟୋଗ? ଏଭଳି ପ୍ରଶ୍ନ ବାଣ ଫିଙ୍ଗିଛନ୍ତି କଂଗ୍ରେସ ମୁଖ ପାତ୍ର ମୋନଜ ମହାପାତ୍ର।

ମହାପାତ୍ର ଆହୁରି କହିଛନ୍ତି ଯେ ମନ୍ତ୍ରୀ ସରକାରୀ କାମରେ ଯାଇଥିଲେ ନା ବ୍ୟକ୍ତିଗତ କାମରେ ଯାଇଥିଲେ। ଏ ସମ୍ପର୍କରେ ସରକାରଙ୍କ ଠାରୁ ଅନୁମତି ନେଇଛନ୍ତି କି? ଏନେଇ ସ୍ପଷ୍ଟ କରିବା ଦରକାର। ଓଡ଼ିଶା ସରକାର ମନ୍ତ୍ରୀଙ୍କର ଅକ୍ଟୋବର ୧୨ ରୁ ୨୦ ତାରିଖ ଯାଏ ଗସ୍ତ ସୂଚୀକୁ କାହିଁକି ଲୁଚେଇ ରଖୁଛନ୍ତି ତାହା କାରଣ କ'ଣ? ମନ୍ତ୍ରୀ ଦୂରରୁ ପୋଲିସ ସାଙ୍ଗରେ ଯୋଗାଯୋଗ ରଖି ଘଟଣାକୁ ଚପାଇ ଦେବା ଉଦ୍ୟମ କରୁଥିଲେ କି? ଗୃହ ରାଷ୍ଟ ମନ୍ତ୍ରୀ, ଗୋବିନ୍ଦ ସାହୁ ଓ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କର ମୋବାଇଲ କଲ ରେକର୍ଡ ଯାଞ୍ଚ କରାଯାଇଛିକି ଯଦି ନୁହେଁ କାହା ସ୍ୱାର୍ଥରେ? ମମିତା ମେହେରର ପେନ୍ ଡ୍ରାଇଭ ଓ ମୋବାଇଲକୁ ଯାଞ୍ଚ ପରିସରଭୁକ୍ତ କରାଯାଇ ପେନ ଡ୍ରାଇଭରେ ଲୁଚିଥିବା ସେକ୍ସକାଣ୍ଡାଲ ତଥ୍ୟକୁ ଯାଞ୍ଚ କରାଯାଇଛି କି? ସେକ୍ସ ସ୍କାଣ୍ଡାଲରେ ଚଳାଉଥିବା ଅନ୍ୟ ଦୁଇଜଣ ଯୁବତୀକୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ କାହିଁକି? ଏଭଳି ସମ୍ବେଦନଶୀଳ ଘଟଣାରେ ଦୋଷୀକୁ ଦଣ୍ଡିତ କରିବା ପାଇଁ ପୋଲିସ ଉଦ୍ୟମ କରିବା ପରିବର୍ତ୍ତେ ଦୋଷୀ ଖସିଯିବା ପାଇଁ ବାଟ ତିଆରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ମା’କୁ ସମ୍ମାନର ନାରା ଦେଉଥିବା ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଦୁଭାର୍ଗ୍ୟଜନକ। ରାଜ୍ୟ ସରକାର, ପୋଲିସ ପ୍ରଶାସନ ଓ ବ୍ୟବସ୍ଥା ମମିତା ମେହେରଙ୍କୁ ନ୍ୟାୟ ଦେଇ ପାରିବ କି ନାହିଁ ତାହା ସନ୍ଦେହ ଘେରରେ ଯାହା ସଭ୍ୟସମାଜ ପାଇଁ ଲଜ୍ଜାଜନକ ଓ ଦୁଃଖଦାୟକ ଘଟଣା ବୋଲି କଂଗ୍ରେସ କହିଛି।

ତେବେ ଏ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିମ୍ବା ଗୄହ ବିଭାଗ କି ବିଜୁ ଜନତା ଦଳ କାହାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Published by:Lipina Das
First published: