ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ଫସିଲେ କି ମୋକିମ ; କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ନୋଟିସ୍ ପଠାଇଛନ୍ତି । ୨ ସପ୍ତାହ ଭିତରେ ଜବାବ ଦେବାକୁ ବିଧାୟକ ମୋକିମଙ୍କୁ ନିର୍ଦ୍ଦେଶ ।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ଫସିଲେ କି ମୋକିମ ; କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ଫସିଲେ କି ମୋକିମ ; କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍

  • Share this:
News 18 Odia Digital

ଭୁବନେଶ୍ୱର; କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ନୋଟିସ୍ ପଠାଇଛନ୍ତି । ୨ ସପ୍ତାହ ଭିତରେ ଜବାବ ଦେବାକୁ ବିଧାୟକ ମୋକିମଙ୍କୁ ନିର୍ଦ୍ଦେଶ । ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଇଛି । ଏନେଇ କଂଗ୍ରେସ ନେତା ତଥା ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ କଂଗ୍ରେସ ବିଧାୟକ ମୋକିମ୍ । ସେ ଦଳ ବିରୋଧରେ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା । ଦଳୀୟ ଅନୁଶାସନ ଭଙ୍ଗ କରିଥିବା ନେଇ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କ ନିକଟକୁ ନୋଟିସ ପଠାଇଛନ୍ତି ।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି ମୋ ପାଖରେ ଏଯାଏଁ କାରଣ ଦର୍ଶାଅ ନୋଟିସ ପହଞ୍ଚି ନାହିଁ । ନୋଟିସ ପହଞ୍ଚିଲେ ମୁଁ ତାର ଉଚିତ୍ ଉତ୍ତର ରଖିବି ।

ସେପଟେ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ନେଇ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ଦୁର୍ଭାଗ୍ୟ ଜନକ । ମାଟି ପାଇଁ ଭୋଟ ଦେଇଛନ୍ତି । ସେଥିଲାଗି ସ୍ବାଗତ କରୁଛି । ଯେଉଁମାନେ ନୋଟିସ କରିଛନ୍ତି ତାଙ୍କର ମାଟି ପାଇଁ ଦରଦ କେତେ ଏଥିରୁ ଜଣା ପଡ଼ୁଛି ।
Published by:Soubhagya Mishra
First published: