ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା

ମୁଁ ଭାବିନଥିଲି ବିଷ୍ଣୁ ମତେ ନକହି ଚାଲିଯିବ । ଶେଷଥର ପାଇଁ ମୁଁ ଦିଲ୍ଲୀ ଯିବା ସମୟରେ ଦେଖା କରିଥିଲି ସେତେବେଳେ ସେ ଯାଇପାରିନଥିଲା ମୋ ସହ । କହିଲା ତୁ ଯାଆ । କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତି ।

ଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା

ଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତି । ସେ କହିଛନ୍ତି ଯେ, ମୁଁ ଯେତେବେଳେ ଖବର ପାଇଲି ଚକିତ ହୋଇଗଲି । ସେ ମୋର ୨୦୦୦ ମସିହାର ବନ୍ଧୁ, ସେ ଜଣେ ମେଳାପି ଓ ଜ୍ଞାନୀ ଲୋକ, ସାହିତ୍ୟ ଓ ଭାରତର ଇତିହାସ ଉପରେ ତାର ଖୁବ ଜ୍ଞାନ । ତା ପରିବାର ସହ ମୁଁ ଖୁବ ମେଳାପି । ମୁଁ ଭାବିନଥିଲି ସେ ମତେ ନକହି ଚାଲିଯିବ । ଶେଷଥର ପାଇଁ ମୁଁ ଦିଲ୍ଲୀ ଯିବା ସମୟରେ ଦେଖା କରିଥିଲି ସେତେବେଳେ ସେ ଯାଇପାରିନଥିଲା ମୋ ସହ । କହିଲା ତୁ ଯାଆ । ପିଲାଙ୍କ ବିବାହ ସମ୍ପର୍କରେ ସେ ପଚାରୁଥିଲା । ବ୍ୟକ୍ତିଗତ ସମୟରେ ଦଳ କଥା ଛାଡିଲେ ଘରୋଇ କଥା ଆମେ ଅଧିକ ହେଉ ।

ତା ମନୋବଳ ଖୁବ ଅଧିକ ସେ ଲୋକଙ୍କ ପାଇଁ ଖୁବ ଚିନ୍ତା କରେ । ଓଡ଼ିଆ ସଂସ୍କୃତି ଓ ଭାଷାକୁ ସେ ଖୁବ ଭଲ ପାଏ । ଓଡ଼ିଶାର ସମସ୍ୟା ବିଶେଷ କରି କୋଟିଆ ଉପରେ ସେ ମୋ ସହ କଥା ହେଉଥିଲା । ଆମେ ମିଶିକି ଗୀତ ଗାଉଥିଲୁ, ମିଶିକି ଖାଉଥିଲୁ, ଏକାଠି ବୁଲିଛୁ । ସେ ଜଗନ୍ନାଥ ପ୍ରେମୀ ଥିଲା । କେବଳ ଦଳଗତ କଥା ନୁହେଁ ଆଜି ସାରା ଓଡ଼ିଶା ଦୁଖିତ ।
Published by:Soubhagya Mishra
First published: