ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜୟକାର କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କେବଳ ଜୟକାର ନୁହେଁ, ଧନ୍ଯବାଦ ମଧ୍ଯ ଜଣାଇଛନ୍ତି ।

ଧନ୍ଯବାଦ ଦେଲେ କଂଗ୍ରେସ ବିଧାୟକ

ଧନ୍ଯବାଦ ଦେଲେ କଂଗ୍ରେସ ବିଧାୟକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik)ଙ୍କର ଜୟକାର କଲେ କଂଗ୍ରେସ ବିଧାୟକ(Congress MLA) ତାରା ପ୍ରସାଦ ବାହିନୀପତି(Tara Prasad Bahinipati) । ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ଯାଳୟର ମାନ୍ଯତା ମିଳିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଦେବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ତାରା ବାହିନୀପତି ।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏଭଳି ପ୍ରଶଂସାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଏହି ଅବସରରେ  ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ମଞ୍ଚରେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।


Budget 2023: ଟ୍ୟାକ୍ସ ରିହାତିକୁ ନେଇ କଂଗ୍ରେସୀ ପୁଅ ଖୁସି, ବାପା ଦୁଃଖି


ବିଧାୟକ ତାରାପ୍ରସାଦ ବାହିନୀପତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଡିଟରିୟମର ଆବଶ୍ୟକତା ଥିବା ନେଇ ମଞ୍ଚ ଉପର ନିଜ ଦାବି ଜଣାଇଥିଲେ। ଏହି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ମଞ୍ଚ ଉପରେ ହିଁ ପୂରଣ କରିଥିଲେ।
କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ୧୬ ଶହ କୋଟି ଟଙ୍କା ବ୍ୟୟରେ ୧୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ୧୨୩୫ ଏସଏଚଜି ଗ୍ରୁପକୁ ୫୦ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି । ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୦୦୦ ଆସନ ବିଶିଷ୍ଟ ଅଡିଟରିୟମ ପାଇଁ ମଧ୍ୟ ନବୀନ ଘୋଷଣା କରିଛନ୍ତି।

Published by:Soumya Das
First published: