News18 Odia Digital
ଭୁବନେଶ୍ୱର: ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ ସତ ବୋଲି କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି ପଦ୍ମପୁରରେ କଂଗ୍ରେସ ହରେଇବା ପାଇଁ ସମ୍ପୂର୍ଣ୍ଣ ଡିଲ ହୋଇଥିଲା । ଦଳର ସବୁ ବିଶିଷ୍ଟ ନେତା କଂଗ୍ରେସ ହରେଇବାକୁ ସେଠିକି ଯାଇଥିଲେ । ଜେତେଇବା ତାଙ୍କର ଲକ୍ଷ୍ୟ ନଥିଲା କହିବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।
ଉଭୟଙ୍କ ମଧ୍ୟରେ ପଡ଼ୁନଥିବା ନଥିବା ନେତା ସେଠି ଏତେ ଘନିଷ୍ଠ ହୋଇଗଲେ ଯେ ଗୋଟେ ହୋଟେଲରେ ଗୋଟେ ରୁମରେ ଶୋଇଲେ ଆଉ ଏକାଠି ଆମଲେଟ ଓ ଦେଶୀ ଚିକେନ୍ ଖାଇଲେ । ଉପରଠୁ ନେଇ ତଳ ପର୍ଯ୍ୟନ୍ତ ଅନେକ ନେତା ଏହି ଡିଲରେ ବିକ୍ରି ହୋଇଛନ୍ତି । ଶରତ ପଟ୍ଟନାୟକ ନିରୀହ ଲୋକଟେ ତେଣୁ ତାକୁ ସଖୀ କଣ୍ଡେଇ ପରି ନଚାଉଛନ୍ତି ବୋଲି କହିଛନ୍ତି ସୁର ରାଉତ ରାୟ।
ଗତକାଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବିସ୍ପୋରକ ବୟାନ ଦେଇଥିଲେ। ଜୟନାରାୟଣ କହିଥିଲେ ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଡିଲ୍ କରିଥିଲା ବିଜେଡି। ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିଲା ମୂଲଚାଲ। କଂଗ୍ରେସ ଭୋଟ୍ ଡାଇଭର୍ଟ କରିବାକୁ ହାତ ପାର୍ଟିର ଟପ୍ ନେତୃବୃନ୍ଦଙ୍କଠୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ହିଁ ପଦ୍ମପୁରକୁ ପ୍ରଚାର ପାଇଁ ଯାଇଥିଲେ ନବୀନ। ତେବେ କେତେ ଟଙ୍କାର ଡିଲ ହୋଇଥିଲା ସେ କଥା ଜାଣନ୍ତିନି ବୋଲି କହିଥିଲେ ଜୟନାରାୟଣ।
ପରାଜୟ ପରେ ବିରୋଧୀ ଦଳ ବିଜେପି ଏହା ଅଜବ ଚିନ୍ତାଧାରା ବୋଲି କହିଥିଲା ବିଜେଡି। ଏପରିକି କଂଗ୍ରେସର ୯୦% ଭୋଟ ଡାଇଭର୍ଟ କଥାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି କଂଗ୍ରେସ ନେତା। ଏନେଇ କଂଗ୍ରେସ ବିଧାୟକ ଓ ନେତା ପସିସି ନେତୃତ୍ୱକୁ ଦାୟୀ କରିଥିଲେ।
ଅନ୍ୟପଟେ ଆଗକୁ ତ୍ରିମୁଖୀ ନୁହେଁ ଦି ମୁଖୀ ଲଢେଇ ହେବ କି ପ୍ରଶ୍ନରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଉତ୍ତର ରଖିଛନ୍ତି ଏହା କେତେକାଂଶରେ ସତ୍ୟ । ଜାନକୀ ପଟ୍ଟନାୟକଙ୍କ ପରେ ଯେଉଁମାନେ କଂଗ୍ରେସ ପାଇଁ ନାଁ କମେଇଛନ୍ତି କଂଗ୍ରେସ କୁ ଉପଭୋଗ କରିଛନ୍ତି ଆଉ କଂଗ୍ରେସ ଜରିଆରେ ପଇସା ଓ ପାୱାର କମେଇଛନ୍ତି ସେଇମାନେ ହିଁ ଦଳକୁ ହରାଉଛନ୍ତି । ଖବର ଲେଖା ହେବା ପର୍ଯ୍ଯନ୍ତ କୌଣସି ରାଜନୈତିକ ପ୍ରତିକ୍ରିୟା ମିଳି ନାହିଁ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।