କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ବେଶ୍ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ବିଧାନସଭାରେ କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଧଉଳି ବିକାଶ ନେଇ ଉଦବେଗ ପ୍ରକାଶ କଲେ।

କଂଗ୍ରେସ ବିଧାୟକ ସୁର ରାଉତରାୟ

କଂଗ୍ରେସ ବିଧାୟକ ସୁର ରାଉତରାୟ

  • Share this:
News18 Odia Digital

ଭୁବନେଶ୍ବର:  କଳିଙ୍ଗ ଷ୍ଟାଡୟମର ଚାଲିଛି ନବ କଳେବର। ୨୦୨୩ ହକି ବିଶ୍ଵ କପ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ ବିକାଶ ପାଇଁ ଚାଲିଛି କାର୍ଯ୍ୟ। ରାଉରକେଲା ବିର୍ଷମୁଣ୍ଡା ହକି ଷ୍ଟାଡିୟମ୍ ସହ କଳିଙ୍ଗ ଷ୍ଟାଡିୟମର ବିକାଶ କରୁଛନ୍ତି ସରକାର। ଏହା ସହ ପାରିପାର୍ଶ୍ବିକ ବିକାଶ ପାଇଁ ବି ମାଷ୍ଟର ପ୍ଲାନ୍ କରାଯାଇଛି। କ୍ରୀଡା ଭିତ୍ତଭୂମି ବିକାଶ ପାଇଁ ରାଜ୍ୟ ସରକାର ବୃହତ୍ତ ଯୋଜନା କରିଥିବା ବେଳେ କଳିଙ୍ଗ ଷ୍ଟାଡିୟମକୁ ବିଶ୍ଵସ୍ତରୀୟ ପାଇଁ ଯୋଜନା କରାଯାଇଛି। ଏହା ସହ ଜିଲ୍ଲା ସ୍ତରରେ ବି କ୍ରୀଡା ଭିତିଭୂମି ବିକାଶ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର।

ଆଜି ବିଧାନସଭାରେ କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ  ବେଶ୍ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ପ୍ରଶ୍ନକାଳରେ ଭାଗ ନେଇ ରାଜ୍ୟ ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି ସେ। ପୂର୍ବାପେକ୍ଷା ବହୁତ ବିକାଶ ହୋଇଛି। ଆନ୍ତର୍ଜାତୀୟ ମ୍ୟାଚ୍ ଆସିବ। ଦଳମତ ନିର୍ବିଶେଷରେ ପ୍ରଶଂସା କରିବା ଉଚିତ୍ ବୋଲି ସେ କହିଛନ୍ତି।

ଏହା ସହ 5T ଅଧୀନରେ ଧାର୍ମିକ ଅନୁଷ୍ଠାନର ବିକାଶ କରୁଚନ୍ତି ରାଜ୍ୟ ସରକାର। ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ଵରୀ ମନ୍ଦିର ସହ ଧାର୍ମିକ ଅନୁଷ୍ଠାନର ବିକାଶକୁ ପ୍ରଶଂସା କରିଛନ୍ତି ସୁର ରାଉତ ରାୟ।ଏଥିପାଇଁ 5T ସଚିବଙ୍କୁ ବି ପ୍ରଶଂସା କରିଛନ୍ତି। କିନ୍ତୁ ଧଉଳିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଧଉଳି ବିକାଶ ଭୁଲି ଯାଉଛନ୍ତି ବୋଲି କହିଛନ୍ତି ସେ।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ ପାତ୍ର କହିଛନ୍ତି ଯେ ଧଉଳିର ଐତିହାସିକ ପୃଷ୍ଠଭୂମିକୁ ଭୁଲି ନାହାଁନ୍ତି ରାଜ୍ୟ ସରକାର। ଧଉଳି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଖୁବ୍ ଶୀଘ୍ର ମାଷ୍ଟର ପ୍ଲାନ୍ ଶେଷ ହେବା ପରେ ବିକାଶ କାର୍ଯ ଆରମ୍ଭ ହେବ। ଦୁଇ ଦିନ ପୂର୍ବରୁ କ୍ରୀଡା ବିଭାଗର ନିମନ୍ତ୍ରଣ କ୍ରମେ ସମସ୍ତ ବିଧାୟକ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ ସମସ୍ତ ବିଧାୟକ। ବିଧାନସଭା ବିରୋଧୀ ଓ ଶାସକ ଦଳର ବିଧାୟକ ମାନେ ଏକାଠି କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ।

ଭାରତ ବାଂଲାଦେଶ ମ୍ୟାଚ୍ ଦେଖିବା ସହ କ୍ରୀଡା ଭିତ୍ତିଭୂମି ବୁଲି ଦେଖିଥିଲେ ସମସ୍ତ ସଦସ୍ୟ। ଆଜି ପର୍ଯ୍ୟଟନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିବା ବେଳେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ପ୍ରସ୍ତାବ ରଖିଥିଲେ ଉଭୟ ଶାସକ ଓ ବିରୋଧି ସଦସ୍ୟ। ମନ୍ତ୍ରୀ ମଧ୍ୟ ଉତ୍ତର ରଖିଥିଲେ। ଏହି ସମୟରେ ସୁର ରାଉତରାୟଙ୍କ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।
Published by:Soumyashree Mishra
First published: