ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର : କହିଲେ ବିଧାୟକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି 

ବିଧାୟକ ମାନଙ୍କର କିଛି ଅଧିକାର ଓ ପ୍ରିଭିଲେଜ୍ ଅଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ମିଳିତ ଭାବରେ ସେ ଅଧିକାରରୁ ଆମକୁ ବଞ୍ଚିତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର ।

ଗୃହରେ ସାମ୍ୱିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି - ବିରୋଧୀ ଦଳ ବିଧାୟକ ନରସିଂହ ମିଶ୍ର ।

ଗୃହରେ ସାମ୍ୱିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି - ବିରୋଧୀ ଦଳ ବିଧାୟକ ନରସିଂହ ମିଶ୍ର ।

  • Share this:
News 18 Odia Digital

ଭୁବନେଶ୍ୱର: ବିଧାୟକ ମାନଙ୍କର କିଛି ଅଧିକାର ଓ ପ୍ରିଭିଲେଜ୍ ଅଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ମିଳିତ ଭାବରେ ସେ ଅଧିକାରରୁ ଆମକୁ ବଞ୍ଚିତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ଆହୁରି ମଧ୍ୟ ସେ କହିଛନ୍ତି, ବିଲ୍ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ଡକ୍ୟୁମେଣ୍ଟ ଦିଆଯାଉନି । କୌଣସି ବିଲ୍ ବିଧାନ ସଭାକୁ ଆସିବା ପୂର୍ବରୁ ତାକୁ ଯାଞ୍ଚ୍ କରାଯାଇଥାଏ। ଆଇନ୍ ବିଭାଗ ତାକୁ ପରୀକ୍ଷା କରିଥାଏ । ଏସବୁକୁ ତଥ୍ୟ ବିଧାୟକଙ୍କ ସହ କାହିଁକି ଆଲୋଚନା ନକରି ବିଲ୍ ପାରିତ କରାଯାଉଛି । ସରକାର ଏତେ ତରବରିଆ ଭାବେ କାହିଁକି ବିଲକୁ ପାରିତ କରାଇଲେ, ଯାହା ସନ୍ଦେହ ସୃଷ୍ଟି କରୁଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଦେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି ।

ଘରୋଇ ବିଶ୍ଵ ବିଦ୍ୟାଳୟ ପାଇଁ କଣ ଗାଇଡଲାଇନ ରହିଛି ବୋଲି ବିଧାନସଭାର ଶୁନ୍ୟକାଳରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କୁ ଅନୁମତି ଦେବା ଅନୁଚିତ। ଏହା ବୁକ ସର୍କୁଲାର ୪୭ ଉଲଂଘନ କରୁଛି । ବିଧାନସଭାରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି । କିନ୍ତୁ ତଥ୍ୟ ଦିଆଯାଉ ନାହିଁ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ନରସିଂହ ମିଶ୍ର ।

ସେପଟେ ଏହି ପ୍ରସଙ୍ଗରେ ଯେଉଁ ତଥ୍ୟ ଗତକାଲି ବିଧାୟକମାନଙ୍କୁ ଦିଆ ଯାଇନାହିଁ ସେମାନଙ୍କୁ ସେହି ବିଭାଗର ତଥ୍ୟ ଆଣି ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଆସନ୍ତା ବୁକ୍ ସର୍କୁଲାର ୪୭ କାହିଁକି ସଠିକ ଭାବେ କାର୍ଯ୍ୟକାରୀ ହେଉନି ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି ତାହାର ଅନୁଧ୍ୟାନ କରିବାକୁ ବି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
Published by:Soubhagya Mishra
First published: