ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କଲେ ସୁର ରାଉତରାୟ
News18 Odia Digital
ଭୁବନେଶ୍ବର: ଆଜି ପାଳିତ ହେଉଛି ‘ବିଶ୍ବ ବ୍ୟାଘ୍ର ଦିବସ’। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ରେ ‘ବିଶ୍ବ ବ୍ୟାଘ୍ର ଦିବସ’ ପାଳନ କରାଯାଏ। ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବିଶ୍ବର ବାଘ ସଂଖ୍ୟାର ମାତ୍ର ୭୦ ପ୍ରତିଶତ ବର୍ତ୍ତମାନ ଭାରତରେ ଅଛନ୍ତି।
ସେପଟେ ଏହି ଅବସରରେ ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି।
୨୦୦୬ରେ ରାଜ୍ୟରେ ୧୧୧ଟି ବାଘ ଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୨୮ରେ ପହଞ୍ଚିଛିଥିଲା। କ୍ରମାଗତ ଭାବେ ରାଜ୍ୟରେ ବାଘଙ୍କ ସଂଖ୍ୟା କମୁଛି। ସେହିପରି ନନ୍ଦନକାନନରେ ପଶୁପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ସରକାର ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶୂନ୍ୟକାଳରେ ଦାବି ଉଠାଇଲେ ସୁରେଶ ରାଉତରାୟ।
ପ୍ରକାଶ ଥାଉକି ଶିକାରୀଙ୍କୁ ରୋକିବା ସହ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀ ସୁରକ୍ଷିତ ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଜୈବ ବିବିଧତାର ରକ୍ଷା ପାଇଁ ବାଘର ଉପସ୍ଥିତିର ଆବଶ୍ୟକତା ରହିଛି। ଏଥି ପାଇଁ ଜଙ୍ଗଲ କ୍ଷୟକୁ ରୋକାଯାଇ ବାଘଙ୍କ ବଂଶ କିଭଳି ବୃଦ୍ଧି କରାଯାଇପାରିବ ତାହା ଉପରେ ଆଲୋଚନା ହେଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।