ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ଏମିତି କହିଲେ ବରିଷ୍ଠ କଂଗେସ ନେତା ସୁର!

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ନେଇ ମତ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ଏମିତି କହିଲେ ବରିଷ୍ଠ କଂଗେସ ନେତା ସୁର!

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ଏମିତି କହିଲେ ବରିଷ୍ଠ କଂଗେସ ନେତା ସୁର!

  • Share this:
News18 Odia Digital

ଭୁବନେଶ୍ୱର: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏର​ ପ୍ରାର୍ଥୀନୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ରାଜ୍ୟ ସମେତ ଦେଶର ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ ହୋଇଥିବାରୁ ସାରା ରାଜ୍ୟରେ ଏବେ ଖୁସିର ଲହରୀ ଦେଖିବାକୁ ମିଳିଛି।

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ନେଇ ମତ ପ୍ରକାଶ କରିଛନ୍ତି। ବେସ୍ ମଜାଳିଆ ଢଙ୍ଗରେ ସୁର କହିଛନ୍ତି, ‘‘ଦ୍ରୌପଦୀଙ୍କ ସହ ମୋ'ର ଭଲ ବନ୍ଧୁତ୍ୱଭାବ ରହିଛି। ଦ୍ରୌପଦୀ ଭୁବନେଶ୍ୱରର ଝିଅ ମୟୁରଭଞ୍ଜରେ ଜନ୍ମ, ସେ ପାଠ ପଢ଼ିଛନ୍ତି ରମାଦେବୀରେ, ସେ ଜଣେ ଭଦ୍ର ମହିଳା ଓ ଦୁଇ ଥର ବିଧାୟିକା ହେବାପରେ ମନ୍ତ୍ରୀ ଓ ଝାଡଖଣ୍ଡର ରାଜ୍ୟପାଳ ହେବା ପରେ ତାଙ୍କୁ ପିପୁଲ୍ସ ଗଭର୍ଣ୍ଣର ଆଖ୍ୟା ଦିଆଯାଇଥିଲା। ଜଣେ ଆଦିବାସୀ ପରିବାରରେ ଜନ୍ମ ହୋଇ ସେ ସମସ୍ତଙ୍କ ହୃଦୟକୁ ଜିଣିପାରିଛନ୍ତି। ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡ଼ିଶା ପାଇଁ ଗର୍ବ। କିନ୍ତୁ ରାଜନୀତିରେ ମୁଁ ତାଙ୍କ ଉପରେ କିଛି ମତାମତ ଦେବାକୁ ଚାହୁଁନି କାରଣ ଆମ ଲିଡର ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି। ତେଣୁ ଆମ ଲିଡର ଯାହାକୁ ପସନ୍ଦ କରିବେ ଆମେ କଂଗ୍ରେସର ନେତା ଓ କର୍ମୀ ହିସାବରେ ତାଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିବ।’’

ଏହାସହ ସୁର ଏକଥା ମଧ୍ୟ କହିଛନ୍ତି ରାଜନିତୀରେ ଆଗ ପାର୍ଟି ତା'ପରେ ମାଟି କାରଣ ଏହା ହେଉଛି ନିର୍ବାଚନ। କିନ୍ତୁ ରାଜନିତୀ ଛାଡ଼ି ଦେଲେ ବ୍ୟକ୍ତିଗତ ହିସାବରେ ତାଙ୍କର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ୯୯ ପ୍ରତିଶତ ରହିଛି ଓ ଏକ ପ୍ରତିଶତ ଦଳ ଉପରେ ଛାଡ଼ି ଦେଇଛନ୍ତି। ଦ୍ରୌପଦୀ ଭୁବନେଶ୍ୱର ଆସୁଛନ୍ତି ସେ ତାଙ୍କୁ ଦେଖା କରିବି କାରଣ ସେ ଓଡ଼ିଆ ଝିଅ ଆମର ଗର୍ବ ଓ ଗୌରବ।
Published by:Lipina Das
First published: