News18 Odia Digital
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ (congress mla sura routray) ବୟାନକୁ ନେଇ ଚର୍ଚ୍ଚା। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ସୁର। ଆଉ ଆଜି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ସେ। ହେଲେ ତାଙ୍କ ସାନ ପୁଅ କଂଗ୍ରେସରୁ ଲଢ଼ିବେ ବୋଲି ସୂଚନା ମଧ୍ୟ ଦେଇଛନ୍ତି ସେ। ସେପଟେ ବଡ଼ ପୁଅ ମଧ୍ୟ ରାଜନୀତିରେ ଯୋଗ ଦେବାକୁ ନେଇ ବଡ଼ ଖୁଲାସା କରିଛନ୍ତି।
ଗୁରୁବାର ସାମ୍ବାଦିତ ସମ୍ମିଳନୀରେ ସେ କହିଛନ୍ତି, ‘‘ଏଥର ମୋ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ। ମୋତେ ୮୦ ବର୍ଷ ହେଲାଣି। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁI ମୁଁ ୫୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସରେ ରହିଛି। ମୋ ସାନ ପୁଅ କଂଗ୍ରେସରୁ ହିଁ ଲଢ଼ିବ। ମୁଁ ୫୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସରେ ରହିଛି। ମୋ ସାନ ପୁଅ କଂଗ୍ରେସରୁ ହିଁ ଲଢ଼ିବ।’’
ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ସେଥିରେ ମୋହର ମାରିଛନ୍ତି ନିଜେ ସୁର ରାଉତରାୟ।
https://fb.watch/iSVPe1Yvyo/?mibextid=2Rb1fBସୁରଙ୍କ ୨ ପୁଅ ସିଦ୍ଧାର୍ଥ ରାଉତରାୟ ଓ ମନ୍ନଥ ରାଉତରାୟଙ୍କ ମଧ୍ୟରୁ କିଏ ରାଜନୀତିରେ ଯୋଗଦେବି ତାକୁ ନେଇ ଚାଲିଥିଲା ଅନେକ କଳ୍ପନାଜଳ୍ପନା। ଶେଷରେ ସାନ ପୁଅ ମନ୍ମଥ ବାପାଙ୍କ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ହୋଇଛି।
ସେହିପରି ନ୍ୟୁଜ ୧୮ ସହ ୱାନ ଟୁ ୱାନରେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରଜାନୀତିରେ ପ୍ରବେଶ କରିବାକୁ ନେଇ ଅନେକ କଥା କହିଛନ୍ତି।
ସିଦ୍ଧାର୍ଥ କହିଥିବା କିଛି ପଏଣ୍ଟ ଉପରେ ନଜର ପକାଆନ୍ତୁ...୧. ଆବଶ୍ୟକ ପଡ଼ିଲେ ସ୍ଵାଧୀନ ଭାବରେ ଲଢ଼ିବି।
୨. ଲୋକ ଗ୍ରହଣ ନକଲେ ତାଙ୍କର କ୍ଷତି।
୩. ମୋର ଲୋକଙ୍କ ପାଇଁ ବହୁତ୍ କିଛି କରିବାର ଅଛି।
୪. ଲୋକଙ୍କୁ ରୋଜଗାର ଦେବି, ଛୋଟ ଛୋଟ ବ୍ୟବସାୟୀକରଣରେ ମାର୍କେଟ ସହିତ ଯୋଡ଼ିବି।
୫. ବିଜେଡି - ବିଜେପି - କଂଗ୍ରେସ ନୁହେଁ କି ସୁରଙ୍କ ପୁଅ ହିସାବରେ ନୁହେଁ ସିଦ୍ଧାର୍ଥ ରାଉତରାୟ ହିସାବରେ ମୁଁ ଲଢ଼ିବି।
୬. ଲୋକଙ୍କୁ କହିବି ମୁଁ ପାର୍ବତାରୋହି, ମୁଁ ଶିକ୍ଷିତ, କମ୍ପାନୀ ଚଳାଉଛି। ମୋର ସ୍ବପ୍ନ ଅଛି। ମୋର ଆଇଡ଼ିଆ ଅଛି। କିଛି କରିବାକୁ ମୁଁ ଚାହୁଁଚି। ତାହା ବାଣ୍ଟିବି।
୭. ବ୍ୟବସାୟରେ ୨ କୋଟି କ୍ଷତି ସହି ପରେ ସଫଳତା ପାଇଛି।
୮. ଓଡ଼ିଶାର କୋରାପୁଟରେ ମୋର ଅର୍ଗାନିକ ଫାର୍ମିଂ ବ୍ୟବସାୟ ବୁଡ଼ିଯିବା ପରେ ୨ କୋଟି କ୍ଷତି ସହିଛି। ବ୍ୟାଙ୍କ୍ ମଧ୍ୟ ଲୋନ ସୁଝିବା ଲାଗି ଅର୍ଥ ନଥିଲା। ମାଉସୀ ମା' ଘର ମଧ୍ୟ ବନ୍ଧକରେ ଥିଲା। କିନ୍ତୁ ମୁଁ ହାରି ନଥିଲି। ଲଢ଼ିଥିଲି।
୯. ମାତ୍ର ହଜାର ଡଲାର ନେଇ ସାଥିରେ ପରିବାର ଧରି ଆମେରିକା ପଳାଇ ଥିଲି। ବଡ଼ ରିସ୍କ ନେଇଥିଲି।
୧୦. ଗାଡ଼ି କିଣିବାରେ ଗଲା ୭୦୦ ଡଲାର ଆଉ ୧୦୦ ଡଲାର ଗଲା ହୋଟେଲରେ ରହିବାରେ।
୧୧. ମାତ୍ର ତିନି ଦିନ ଭିତରେ ଏକ ଟେଲିକମ କମ୍ପାନୀରେ ଚାକିରି ମିଳିଲା।
୧୨. ମୋ ସ୍ତ୍ରୀ ଅନିତା ମିଶ୍ର ସେଠାରେ ଆୟୁର୍ବେଦ କଲେଜରେ ପ୍ରଫେସର।
୧୩. ମୁଖ୍ୟମନ୍ତ୍ରୀଙ୍କୁ ହାତରେ ଧରି ପାହାଡ଼ ଚଢ଼ୁଥିବା ଆଇସଆକ୍ସ ଦେଲି। ସେ ଉପହାରକୁ ଗ୍ରହଣ କଲେ। ୨୦ ଥର କହିଲେ ଧନ୍ୟବାଦ୍।
ପ୍ରକାଶ ଥାଉକି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ସୁର। ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ପାହାଡ଼ ଚଢି ରେକର୍ଡ କରିଛି ତା ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲି ବୋଲି ସେ ସୂଚନା ଦେଇଥିଲେ।
ପଢ଼ନ୍ତୁ ଏହି ଖବର: ବଞ୍ଚି ଥାଉ ଥାଉ ନିଜ ପାଇଁ ନିଜେ ସମାଧି ତିଆରି କଲେ ବୃଦ୍ଧ ଦମ୍ପତି; ଆଶ୍ଚର୍ଯ୍ୟ ଗ୍ରାମବାସୀଭଲ ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଜାଣି ଖୁସି ହେଲେ ଆଉ ବି ଆଶ୍ଚାର୍ଯ୍ୟ ହେଲେ। କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ମନା କରିଥିଲେ ସୁର ରାଉତରାୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।