ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦିବ୍ୟଶଙ୍କରଙ୍କୁ ଅଣ୍ଟି ନିଆଁ ସହ ତୁଳନା କଲେ କଂଗ୍ରେସ ନେତା ସୁର ରାଉତରାୟ; କହିଲେ ପଞ୍ଚାୟତ ନିର୍ବାଚନରେ ଫଳ ମିଳିବ

ଦିବ୍ୟଶଙ୍କରଙ୍କୁ ଅଣ୍ଟି ନିଆଁ ସହ ତୁଳନା କଲେ କଂଗ୍ରେସ ନେତା ସୁର ରାଉତରାୟ; କହିଲେ ପଞ୍ଚାୟତ ନିର୍ବାଚନରେ ଫଳ ମିଳିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ବର୍ତ୍ତମାନ ମମିତା କେସକୁ ନେଇ ରାଜନୀତି ଜୋର ଧରୁଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଅଣ୍ଟି ନିଆଁ ସହ ତୁଳନା କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

ଦିବ୍ୟଶଙ୍କରଙ୍କୁ ଅଣ୍ଟି ନିଆଁ ସହ ତୁଳନା କଲେ କଂଗ୍ରେସ ନେତା ସୁର ରାଉତରାୟ; କହିଲେ ପଞ୍ଚାୟତ ନିର୍ବାଚନରେ ଫଳ ମିଳିବ
ମମିତାଙ୍କୁ ନ୍ୟାୟ ମିଳିବା ନେଇ ରାଜନୀତି ଜୋର ଧରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 9, 2021, 4:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ବର୍ତ୍ତମାନ ମମିତା କେସକୁ ନେଇ ରାଜନୀତି ଜୋର ଧରୁଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଅଣ୍ଟି ନିଆଁ ସହ ତୁଳନା କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ କଳାହାଣ୍ଡି  ସାମିଲ ହେବା ପରେ ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ  ହିତାଧିକାରୀ ଏହି ସ୍ମାର୍ଟ କାର୍ଡ଼ ପାଇବେ। ପୂର୍ବରୁ ୮ ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଥିବା ବେଳେ କଳାହାଣ୍ଡି କୁ ମିଶାଇ ୯ ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛି। କେବଳ ସେତିକି ନୁହେଁ ୮୬୦ କୋଟି ଟଙ୍କାର ପ୍ରକଳ୍ପର ମୁଖ୍ୟମନ୍ତ୍ରୀ  ଶୁଭାରମ୍ଭ କରିଛନ୍ତି। ତେବେ ବଡ କଥା ହେଉଛି ପୂର୍ବରୁ ୮ ଟି ଜିଲ୍ଲାରେ ସ୍ମାର୍ଟ କାର୍ଡ଼ ବଣ୍ଟନ ବେଳେ ଯେତିକି ଚର୍ଚ୍ଚା ନଥିଲା ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଚର୍ଚ୍ଚା ଜୋରଧରିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ୟ୍ଯକ୍ରମ ଆରମ୍ଭରୁ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା। କାରଣ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଭାରେ ଉପସ୍ଥିତ ରହିବେ ନା ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବେ ନା ନାହିଁ। ପୂର୍ବରୁ ଯେଉଁ ମନ୍ତ୍ରୀଙ୍କ ନାମରେ କିଛି ଅଭିଯୋଗ ଆସିଛି ତାଙ୍କୁ ଅଣଦେଖା କରାଯାଇଥିବା ନଜର ରହିଛି।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି," ମନ୍ତ୍ରୀଙ୍କୁ ନେଇ ଚାରିଆଡେ ବିରୋଧ ତେଜୁଛି। ତଥାପି ମୁଖ୍ୟମନ୍ତ୍ରୀ ତାଙ୍କୁ ପାଖରେ ବସାଇଲେ। କୋଭିଡ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅଲଗା ଷ୍ଟେଜରେ ବସିବା ସହିତ ମନ୍ତ୍ରୀମାନେ ଅଲଗା ଷ୍ଟେଜରେ ବସୁଥିଲେ। କିନ୍ତୁ ଦିବ୍ୟଶଙ୍କର ସେହି ଷ୍ଟେଜରେ ବସିଲେ। ନିଆଁକୁ ଅଣ୍ଟିରେ ପୁରେଇଲେ ଏହାର ପରିଣାମ ଭୋଗିବାକୁ ପଡିବ। ଆଗକୁ ପଞ୍ଚାୟତ ନିର୍ବାଚନ ଏହାର ଫଳ ଭୋଗିବାକୁ ପଡ଼ିବ। ସାଧାରଣ ନିର୍ବାଚନ ରେ ବି ଏହାର ପ୍ରତିଫଳନ ଦେଖିବାକୁ ମିଳିବ"।

ଗତ କିଛି ଦିନ ହେବ ମମିତା ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ହୁଲୁସ୍ତୁଲ କରୁଛନ୍ତି ବିରୋଧୀ। ମନ୍ତ୍ରୀଙ୍କ ବିବୃତି ପରେ ବି ବିରୋଧୀ ନଛୋଡ ବନ୍ଧା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବି ବିରୋଧୀ ଧମକ ଦେଇଥିଲେ ମନ୍ତ୍ରୀଙ୍କୁ ବିରୋଧ ନେଇ । ଭୁବନେଶ୍ୱରରୁ ବି ବିରୋଧର ଆଭାସ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ପ୍ରତିବାଦ ବି କରିଥିଲେ। ଏପରିକି କଂଗ୍ରେସ କର୍ମୀ ନବୀନ ନିବାସ ଆଡକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଶିଶୁ ଭବନ ନିକଟରେ ଅଟକାଇଥିଲା ପୋଲିସ। ଏ ସବୁ ସତ୍ତ୍ୱେ ସମସ୍ତଙ୍କ ନଜର ଥିଲା ମନ୍ତ୍ରୀଙ୍କ ପ୍ରତି ନବୀନଙ୍କ ଆଭିମୁଖ୍ୟ କଣ ରହିବ। ଷ୍ଟେଜରେ ଦିବ୍ୟ ଶଙ୍କରଙ୍କୁ ରଖିବେ ନା ନାହିଁ। କାର୍ଯ୍ୟକ୍ରମ ଆରମ୍ଭରୁ ଏହାର ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ଅନ୍ୟ କାର୍ଯ୍ୟକ୍ରମ ପରି ଭାଷଣ ବି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ବି କରିଥିଲେ। ଗୋଟେ ପଟେ ବିରୋଧୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଅଡି ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଷ୍ଟେଜରେ ବସାଇ ତାଙ୍କ ପ୍ରତି ବିପଦ ନଥିବା ଏକ ପ୍ରକାର ବାର୍ତ୍ତା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିନ୍ତୁ ବିରୋଧ ଜାରି ରଖିବାକୁ ବିରୋଧୀ ଚେତାବନୀ ଦେଇଛନ୍ତି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି," ଦିବ୍ୟଶଙ୍କରଙ୍କୁ ଷ୍ଟେଜରେ ବସିବା ତାଙ୍କ ପ୍ରତି ସମର୍ଥନ ଥିବା ଦର୍ଶାଉଛି। ରାଜ୍ୟରେ ନାରୀ ସୁରକ୍ଷିତ ନୁହନ୍ତି। ରାଜ୍ୟରେ ଅରାଜକତା ଚାଲିଛି"।
Published by: Soumya Das
First published: November 9, 2021, 4:35 PM IST