ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରସକୁ ଲାଗିଲା ଝଟକା; ପାର୍ଟି ଛାଡ଼ି BJDରେ ଯୋଗ ଦେଲେ ନେତା ପ୍ରଦୀପ ସାହୁ

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରସକୁ ଲାଗିଲା ଝଟକା; ପାର୍ଟି ଛାଡ଼ି BJDରେ ଯୋଗ ଦେଲେ ନେତା ପ୍ରଦୀପ ସାହୁ

ସୋମବାର ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ବେଗୁନିଆ ନେତା ପ୍ରଦୀପ ସାହୁ । ୨୦୧୯ ବିଧାନସଭା ନିର୍ବାଚନରେ ବେଗୁନିଆରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରସକୁ ଲାଗିଲା ଝଟକା; ପାର୍ଟି ଛାଡ଼ି BJDରେ ଯୋଗ ଦେଲେ ନେତା ପ୍ରଦୀପ ସାହୁ
BJDରେ ଯୋଗ ଦେଲେ ନେତା ପ୍ରଦୀପ ସାହୁ
  • News18 Odia
  • Last Updated: November 16, 2021, 5:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଲା ବଡ଼ ଝଟକା। ବିଜେଡି ବଳ ଗୋଟାଉଥିବା ବେଳେ, ଦୁର୍ବଳ ହେଉଛନ୍ତି ବିରୋଧୀ। ଗତ ନିର୍ବାଚନରେ ବେଗୁନିଆରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ ସୋମବାର ବିଜେଡିରେ ଯୋଗ ଦେଇଛନ୍ତି। ନିଜ ସମର୍ଥକଙ୍କ ସହ ବିଜେଡିର ମିଶିଛନ୍ତି ପ୍ରଦୀପ।

୨୦୧୯ ବିଧାନସଭା ନିର୍ବାଚନରେ ବେଗୁନିଆରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ ପାଇଥିଲେ। ରବିବାର କଂଗ୍ରେସର ପ୍ରାଥମିକ ସଭ୍ୟ ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ ସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ।

ସୋମବାର ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସାଙ୍ଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଜେଡି ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ପ୍ରଦୀପ ଓ ତାଙ୍କ ସମର୍ଥକ ବିଜେଡିରେ ମିଶି ଥିଲେ। ପ୍ରଣବ ପ୍ରକାଶ ଦାଶ ଦଳରେ ସ୍ବାଗତ କରିବା ସହ ପ୍ରଦୀପଙ୍କ ସମ୍ମାନ ଓ ଆଦର ଦଳରେ ବଢ଼ିବ ବୋଲି କହିଥିଲେ ।

ସୋମବାର ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ବେଗୁନିଆ ନେତା ପ୍ରଦୀପ ସାହୁ


ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ବୋଲଗଡ଼ ବେଗୁନିଆ ଅଞ୍ଚଳକୁ ପ୍ରଦୀପ ଏକ ନମ୍ବର କରନ୍ତୁ ବୋଲି ପ୍ରଣବ ପ୍ରକାଶ ଦାସ କହିଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏକଦା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନୁଗତ ଥିବା ପ୍ରଦୀପ ସାହୁ ୯୦ ଦଶକରେ ସରପଞ୍ଚ ଭାବେ ରାଜନୀତିରେ ପାଦ ଥାପି ଥିଲେ।

ବିଜେଡିରେ ଯୋଗ ଦେବା ଅବସରରେ ପ୍ରଦୀପ କହିଛନ୍ତି, ‘‘ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛି। ନବୀନଙ୍କ ବିନା ବିକାଶ ସ୍ବପ୍ନ । ବେଗୁନିଆ ବୋଲଗଡର ବିକାଶ ପାଇଁ ଦଲରେ ଯୋଗ ଦେଇଛି। ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର କରିବା ପାଇଁ କାମ କରିବି।"

ବିଧାୟକ ରାଜେନ୍ଦ୍ର ସାହୁ କହିଛନ୍ତି,‘‘ଆମେ ଅଲଗା ଲଢ଼ିଥିଲୁ କିନ୍ତୁ ମାନସିକତା ଗୋଟିଏ ଥିଲା। ପ୍ରଦୀପ ସାହୁ ମୋ ସାନ ଭାଇ ଭଳି । ସେ ନିର୍ବାଚନ ପୂର୍ବରୁ ଆସିଥିଲେ ମୋ ପାଖକୁ କହିଲେ ବିଜେଡିରେ ମିଶିବା ପାଇଁ ଇଚ୍ଛା ହେଉଛି। ମୁଁ କହିଥିଲି ଜିଲ୍ଲା ସଭାପତିଙ୍କୁ ଦେଖାକରିବା ପାଇଁ। ପ୍ରଦୀପ ସାହୁ ସାମିଲ ହେବା ପରେ ବିଜୁ ଜନତା ଦଳ ସେତିକି ସୁଦୄଢ଼ ଥିଲା ଆହୁରି ପାଞ୍ଚ ଗୁଣା ସୁଦୃଢ଼ ହେବ। ସେ ୫୪ ହଜାର ଭୋଟ ପାଇଥିଲେ ମୁଁ ୭୩ ହଜାର ଭୋଟ ପାଇଥିଲି। ଯଦି ୫୪ ହଜାର ଭୋଟ ସାମିଲ ହୁଏ ଆମର ଭଲ ଭାବରେ ସଙ୍ଘଠନ ମଜଭୂତ ହେଲା ବୋଲି ଭାବିବୁ। ପରବର୍ତ୍ତୀ ସମୟରେ ପଞ୍ଚାୟତ ନିର୍ବାଚନ ପାଇଁ ଯେତେବେଳେ ଏକଜୁଟ ହୋଇ କାମ କରିବୁ ଦେଖିପାରିଵେ ଦଳ କେତେଦୂର ସଙ୍ଘଠିତ ହେବ । କଂଗ୍ରେସର ମିଶ୍ରଣ ବିଜୁ ଜନତା ଦଳକୁ ଆହୁରି ମଜଭୂତ କରିଛି।’’
Published by: Lipina Das
First published: November 16, 2021, 5:59 PM IST