ଗୃହରେ ମମିତା ତାତି: ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିରୋଧୀଙ୍କ ସାମ୍ନା କରନ୍ତୁ: ନରସିଂହ ମିଶ୍ର

ଗୃହ ଚାଲି ନପାରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପ୍ରଥମ ଦିନରୁ ମମିତା ପ୍ରସଙ୍ଗ ଉଠାଇଥିଲେ ବି ସରକାର ଆଲୋଚନା ଚାହୁଁନଥିଲେ । ଗୃହକୁ ଆସନ୍ତୁ ଓ ବିରୋଧୀଙ୍କୁ ସାମ୍ନା କରନ୍ତୁ ବୋଲି ନରସିଂହ କହିଥିଲେ ।

ମମିତ କେସକୁ ନେଇ ବିଜେଡିକୁ କାଉଣ୍ଟର କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର (ପ୍ରତୀକାତ୍ମକ ଛବି)

ମମିତ କେସକୁ ନେଇ ବିଜେଡିକୁ କାଉଣ୍ଟର କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାକୁ ନେଇ ୬ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି । ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେଡି ନୂଆ ନୂଆ ପ୍ରସଙ୍ଗ ଖୋଜୁଛି । ଏଭଳି ସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ନରସଂହ ମିଶ୍ରଙ୍କୁ କାଉଣ୍ଟର କରିଛି ବିଜେଡି ।

ବିଜେଡ ନେତା ଅତନୁ ସବ୍ୟସାଚୀ ନାଏକ କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ନରସିଂହ ଅଭିଯୋଗ କରିଛନ୍ତି । ବିଧାୟକମାନେ କିଭଳି ଗୃହକୁ ପଶିପାରିବେନି ସେଥିପାଇଁ ପୂରା ଡ୍ରାମା କରିଛି କଂଗ୍ରେସ । ଏଭଳି ଘଟଣା ଆଗରୁ କେବେ ଘଟିନଥିଲା । ବିଧାୟକ ଓ ଅଫିସରମାନେ ଗୃହ ଭିତରକୁ ପ୍ରବେଶ କରିପାରିଲେ ନାହିଁ । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବିଧାନସଭା ଚାଲିବ ଆଶା ଥିଲା କିନ୍ତୁ ହେଲାନି । ମମିତା ତଦନ୍ତ ପ୍ରକ୍ରିୟାକୁ ରୋକିବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଅତନୁ ପାଲଟା ଅଭିଯୋଗ କରିଛନ୍ତି । ବିଜେଡ ନେତା ଅତନୁ ସବ୍ୟସାଚୀ ନାଏକ କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ନରସିଂହ ଅଭିଯୋଗ କରିଛନ୍ତି ।

ଗୃହ ଚାଲି ନପାରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପ୍ରଥମ ଦିନରୁ ମମିତା ପ୍ରସଙ୍ଗ ଉଠାଇଥିଲେ ବି ସରକାର ଆଲୋଚନା ଚାହୁଁନଥିଲେ । ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ହକି ଖେଳକୁ ଯାଉଛନ୍ତି, ବିଧାନସଭା କାହିଁକି ଆସୁନାହାନ୍ତି ? ଗୃହକୁ ଆସନ୍ତୁ ଓ ବିରୋଧୀଙ୍କୁ ସାମ୍ନା କରନ୍ତୁ ବୋଲି ନରସିଂହ କହିଥିଲେ । ଅଞ୍ଜନା ମାମଲାରେ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କଟକ ଯାଇ ଏତଲା ଦେଇଥିଲେ ନବୀନ ପଟ୍ଟନାୟକ । କାହିଁକି ବିରୋଧାଭାସ ବୋଲି ପ୍ରଶ୍ନ ଉଠାଇଥିଲେ ନରସିଂହ । ମମିତା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତିର ଯେଉଁ ପ୍ରମାଣ ମଗାଯାଉଛି, ତାହା ଟେଲିଫୋନିକ ବାର୍ତ୍ତାଳାପରେ ଶୁଣେଇ ଦେବି ବୋଲି ନରସିଂହ କହିଛନ୍ତି । ହାଇକୋର୍ଟଙ୍କ ମନିଟରିଂରେ SIT ତଦନ୍ତ କରିବାକୁ ବି ନରସିଂହ ଦାବି କରିଛନ୍ତି ।
Published by:Soumya Das
First published:
)}