‘‘୨୦୨୪ରେ ମୋଦି ଓ ନବୀନ ଆଉ ସରକାରକୁ ଫେରିବେ ନାହିଁ,’’ କହିଲେ କଂଗ୍ରେସ ନେତା ଅନିଲ ଶର୍ମା

Congress leader Anil Sharma targets both Modi and Naveen | ସାରା ଦେଶରେ ଜାରି ଥିବା ‘‘ମହଙ୍ଗା ମାଡ଼’’କୁ ପ୍ରସଙ୍ଗ କରି କଂଗ୍ରେସ ୨୦୨୪ ନିର୍ବାଚନକୁ ଓହ୍ଲାଇବ ଓ ‘‘ମିଛୁଆ ବିଜେପି’’କୁ ଶାସନରୁ ବେଦଖଲ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିହାର ପ୍ରଦେଶ କଂଗ୍ରେସ ସଭାପତି ଅନିଲ ଶର୍ମା ।

ଅନିଲ ଶର୍ମାଙ୍କ (ବାମ) ସହ ନିରଞ୍ଜନ ପଟ୍ଟନାୟକ

ଅନିଲ ଶର୍ମାଙ୍କ (ବାମ) ସହ ନିରଞ୍ଜନ ପଟ୍ଟନାୟକ

  • Share this:
News18 Odia Digital

ଭୁବନେଶ୍ୱର: ଦେଶରେ ରନ୍ଧନ ଗ୍ୟାସ୍‌, ପନିପରିବା, ଖାଇବା ତେଲ ଆଦି ନିତ୍ୟ-ବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହୋଇଚାଲିଥିବାରୁ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ଓ ଲୋକେ ଏହାର ଉଚିତ ଜବାବ ଦେବାକୁ ଅପେକ୍ଷା କରି ରହିଛନ୍ତି ବୋଲି କହିଛି ବିରୋଧୀ ଦଳ କଂଗ୍ରେସ । ସାରା ଦେଶରେ ଜାରି ଥିବା ‘‘ମହଙ୍ଗା ମାଡ଼’’କୁ ପ୍ରସଙ୍ଗ କରି କଂଗ୍ରେସ ୨୦୨୪ ନିର୍ବାଚନକୁ ଓହ୍ଲାଇବ ଓ ‘‘ମିଛୁଆ ବିଜେପି’’କୁ ଶାସନରୁ ବେଦଖଲ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିହାରର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଅନିଲ ଶର୍ମା ।

ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶର୍ମା । ସେ କହିଛନ୍ତି ଯେ ଦେଶରେ ‘‘ମହଙ୍ଗା ମାଡ଼’’ ଅସହ୍ୟ ହେଲାଣି ଓ ଦେଶର ବିଭିନ୍ନ ସ୍ଥାନପେ ହିଂସାତ୍ମକ ଘଟଣାରେ ବୃଦ୍ଧି ଯୋଗୁଁ ଦେଶ ଅରାଜକତା ଆଡ଼କୁ ଗତି କରୁଛି । ଦେଶରେ ଦର ବୃଦ୍ଧିର ପରିସ୍ଥିତିକୁ ବ୍ୟାଖ୍ୟା କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଦାୟୀ କରିବା ସହ ମୋଦିଙ୍କୁ ଓ ବିଜେପିକୁ ‘‘ମିଛୁଆ’’ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

‘‘୨୦୧୪ରେ ଯେଉଁ ମହଙ୍ଗା ମାଡ଼କୁ ବଡ଼ ପ୍ରସଙ୍ଗ କରି ବିଜେପି ସରକାରକୁ ଆସିଥିଲା, ସେହି ସରକାର ଏବେ କଂଗ୍ରେସ ସମୟଠାରୁ ଦରଦାମରେ ଅସାଧାରଣ ବୃଦ୍ଧି କରାଇଛି । ଯଦି ମୋଦି ଏହାକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି, ତାହେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଦରକୁ କଂଗ୍ରେସ ସମୟ ଓ ମନମୋହନ ସିଂଙ୍କ ସମୟ ବେଳେ ଥିବା ଦର ପର୍ଯ୍ୟନ୍ତ କମ୍‌ କରନ୍ତୁ । ଆଗକୁ ଆହୁରି ସ୍ଥିତି ଖରାପ ହେବ । କେବଳ ଦର ଦାମ୍‌ ନୁହେଁ, ବେରୋଜଗାରୀ ହେଉ କି ଭ୍ରଷ୍ଟାଚାର, ଯେଉଁ ସବୁ କଥା କହି ମୋଦି ଶାସନକୁ ଆସିଥିଲେ ସେଥିରୁ କିଛି ବି ପୂରଣ ହେଲା ନାହିଁ,’’ ଓଡ଼ିଶା କଂଗ୍ରେସ ମୁଖ୍ୟାଳୟରେ ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିହାରର ପୂର୍ବତନ କଂଗ୍ରେସ ସଭାପତି ଅନିଲ ଶର୍ମା ।

ସାମ୍ବାଦିକ ସମ୍ମିଳନୀରେ ଶର୍ମାଙ୍କ ସହ ଓଡ଼ିଶା କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ ।


କେନ୍ଦ୍ର ସରକାରଙ୍କ ସହ ଓଡ଼ିଶାର ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରକୁ ବି ଟାର୍ଗେଟ କରିଛନ୍ତି ଶର୍ମା । ‘‘ଦର ଦାମ୍‌ ବୃଦ୍ଧି ପାଇଁ କେବେଳ ବିଜେପି ଦାୟୀ ନୁହେଁ । ବିଜେପିକୁ ସରକାରରେ ରହିବାକୁ ସହଯୋଗ କରୁଥିବା ଅନ୍ୟ ରାଜନୈତିକ ଦଳମାନେ ବି ଏଥି ପାଇଁ ଦାୟୀ । ବିଜେଡି ଓ ତୃଣମୂଳ କଂଗ୍ରେସ ପରି ଦଳମାନେ ଦର ଦାମ୍‌ ବୃଦ୍ଧି ଦ୍ୱାରା ସାଧାରଣ ଲୋକଙ୍କୁ ହେଉଥିବା ସମସ୍ୟା ଆଡ଼େ ଆଦୌ ଧ୍ୟାନ ଦେଉ ନାହାନ୍ତି । ଆସନ୍ତା ନିର୍ବାଚନରେ ଏ ସବୁ ଦଳମାନେ ବି ଲୋକଙ୍କ କ୍ରୋଧର ଶିକାର ହେବେ,’’ କହିଛନ୍ତି ଶର୍ମା ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

‘‘ଓଡ଼ିଶାର ଶାସକ ଦଳ ବିଜେଡି କେବଳ ଅଫିସରମାନଙ୍କୁ ନେଇ ଶାସନ କରିଚାଲିଛି । ଓଡ଼ିଶାରେ ଡେମୋକ୍ରାସି ନୁହେଁ, ବ୍ୟୁରୋକ୍ରାସି ଚାଲିଛି । ପୋଲିସଗିରି ଚାଲିଛି । ମହିଳା ବିରୋଧୀ ଅପରାଧରେ ମନ୍ତ୍ରୀମାନଙ୍କ ସମ୍ପୃକ୍ତିର ଅଭିଯୋଗ ହେଉଥିଲେ ବି ନବୀନ ପଟ୍ଟନାୟକ ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ୨୦୨୪ରେ ମୋଦି ଓ ନବୀନ ଆଉ ସରକାରକୁ ଫେରିବେ ନାହିଁ,’’ କହିଛନ୍ତି ଅନିଲ ଶର୍ମା ।

ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶର୍ମାଙ୍କ ସହ ଓଡ଼ିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ତାଙ୍କ ସହ ସତ୍ୟ ପ୍ରକାଶ ନାୟକ, ରଜନୀ କୁମାର ମହାନ୍ତି ଓ ଗଣେଶ୍ୱର ବେହେରାଦଳର ଅନ୍ୟ ନେତାମାନେ ମଧ୍ୟ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

ଅନିଲ ଶର୍ମାଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଛି ବିଜେପି । ‘‘କଂଗ୍ରେସର ଏହି ଅଭିଯୋଗ ଅମୂଳକ । ଏହାର କିଛି ବି ସତ୍ୟତା ନାହିଁ । ଦେଶକୁ ମୋଦି ସାରା ବିଶ୍ଵ ଆଗରେ ସ୍ଵତନ୍ତ୍ର ସ୍ଥାନ ଦେଇଛନ୍ତି । ଏବେ ସମୟ ଆସିଥିବାରୁ ଲୋକେ ସେ କଥା ବୁଝିଛନ୍ତି। ୨୦୨୪ରେ ମୋଦି ହିଁ ଲୋକଙ୍କର ଏକ ମାତ୍ର ପସନ୍ଦ ହେବେ,’’ କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
Published by:Anand S.T. Das
First published:
)}