ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ କ୍ରୋଧିତ କଂଗ୍ରେସ

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜୋନ ନଂ-୨ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜାତିବର୍ଗ ପାଇଁ ସଂରକ୍ଷିତ। ଏହି ସଂରକ୍ଷିତ ଆସନରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଏକ ସାଧାରଣ ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଛି।

ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ କ୍ରୋଧିତ କଂଗ୍ରେସ

ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ କ୍ରୋଧିତ କଂଗ୍ରେସ

  • Share this:
News18 Odia Digital

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରେ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜୁ ଜନତା ଦଳ। ଏ ସମ୍ପର୍କରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ ରିଟଣ୍ଣିଂ ଅଫିସର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ସମ୍ପୃକ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ସହ ତାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ଦାବିରେ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା କଂଗ୍ରେସର ପ୍ରତିନିଧି ଦଳ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜୋନ ନଂ-୨ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜାତିବର୍ଗ ପାଇଁ ସଂରକ୍ଷିତ। ଏହି ସଂରକ୍ଷିତ ଆସନରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଏକ ସାଧାରଣ ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଛି। ଏ ସମ୍ପର୍କରେ ଶାସକ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଥିବା ଜଟାଧାରୀ ଦାସଙ୍କ ଜାତି କୈବର୍ତ, ବୈଷ୍ଣବ ଯାହା ଅନୁସୂଚିତ ଜାତି ତାଲିକାରେ ନାହିଁ।

ଜଟାଧାରୀ ଦାସଙ୍କ ବାପା କୈବର୍ତ ବୈଷ୍ଣବ ଓ ଜେଜେବାପା ମଧ୍ୟ କୈବର୍ତର ବୈଷ୍ଣବ ଏ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଓ ଦଲିଲ ମଧ୍ୟ କମିଶନଙ୍କ ପାଖରେ ଦାଖଲ କରାଯାଇଛି। କିନ୍ତୁ ଚଞ୍ଚକତା କରି ଏକ ସଂରକ୍ଷଣ ବର୍ଗର ପ୍ରାର୍ଥୀଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଶାସକ ବିଜୁ ଜନତା ଦଳର ହୀନ ଉଦ୍ୟମ ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛି କଂଗ୍ରେସ।

ପୁନଶ୍ଚ ପ୍ରାର୍ଥୀ ହୋଇଥିବା ଜଟାଧାରୀ ଦାସ ଆବେଦନ କରିଥିବା ଜାତି ପ୍ରମାଣ ପତ୍ରକୁ ତହସିଲଦାର ନାକଚ କରିବା ସତ୍ତ୍ବେ ସେ ବହୁ ପୁରୁଣା ମିଥ୍ୟା ଜାତି ପ୍ରମାଣପତ୍ର ଦାଖଲ କରିଛନ୍ତି ଯାହା ଉପରେ ଦଳ ତରଫରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇ ପ୍ରାର୍ଥୀପତ୍ର ତୁରନ୍ତ ନାକଚ ସହ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରାଯାଇଥିଲା । କିନ୍ତୁ ରିଟର୍ଣ୍ଣିଂ ଅଫିସର ରାଜ୍ୟ ସରକାର ଓ ବାଲିକୁଦା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ।

ଏହା ଦୃଷ୍ଟିରେ ରଖି କଂଗ୍ରେସ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ସମ୍ପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ନାକଚ ସହ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ଏଥିସହିତ ରିଟର୍ଣ୍ଣଂ ଅଫିସରଙ୍କ ପକ୍ଷପାତପୂର୍ଣ୍ଣ ବେଆଇନ କାର୍ଯ୍ୟପାଇଁ ତାଙ୍କ ବିରୋଧରେ ମଧ୍ୟ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଡଃ. ଲଲାଟେନ୍ଦୁ ମହାପାତ୍ର, ଶିବାନନ୍ଦ ରାୟ, ଯଜେଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ସନ୍ତୋଷ କୁମ୍ଭାର, ଦୀପକ ମହାପାତ୍ର, ବିକ୍ରମ ପରିଡ଼ା ଓ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Published by:Lipina Das
First published: