ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଥମୁନି ମମିତା ମେହେର ମାମଲା; ସନ୍ଦେହରେ ଥିବା ବ୍ୟକ୍ତିଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କଲା କଂଗ୍ରେସ

ଥମୁନି ମମିତା ମେହେର ମାମଲା; ସନ୍ଦେହରେ ଥିବା ବ୍ୟକ୍ତିଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କଲା କଂଗ୍ରେସ

ଦିନକୁ ଦିନ ଜଟିଳ ହେଇ ହେଇ ଯାଉଛି ମମିତା ମେହେର ମୃତ୍ୟୁ ମାମଲା। ସନ୍ଦେହରେ ଥିବା ସମ୍ପୃକ୍ତ ବିଜେଡି ନେତା ଓ ପୋଲିସ, ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର।

ଥମୁନି ମମିତା ମେହେର ମାମଲା; ସନ୍ଦେହରେ ଥିବା ବ୍ୟକ୍ତିଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କଲା କଂଗ୍ରେସ
ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କଂଗ୍ରେସ ମୁଖପାତ୍ର ଦାବି କରିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 23, 2021, 6:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦିନକୁ ଦିନ ଜଟିଳ ହେଇ ହେଇ ଯାଉଛି ମମିତା ମେହେର ମୃତ୍ୟୁ ମାମଲା। ସନ୍ଦେହରେ ଥିବା ସମ୍ପୃକ୍ତ ବିଜେଡି ନେତା ଓ ପୋଲିସ, ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର।

ମମିତାଙ୍କର ମୃତ୍ୟୁକୁ ଏତେ ଦିନ ବିତି ସାରିଥିବା ବେଳେ କୌଣସି ନିର୍ଯାସ ବାହାରି ପାରୁନାହିଁ। ଏସବୁ ଭିତରେ ରାଜନୀତି ମଧ୍ୟ ଜୋର ଧରିଛି। ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଓ ତାଙ୍କର ସହଯୋଗୀ, ଉଭୟ ଜିଲ୍ଲାର ଏସ୍‌ପି, ଡିଆଜି ସହ ବିଜେଡ଼ି ସାଂଗଠନିକ ସଂପାଦକଙ୍କ ପଲିଗ୍ରାଫ ଟେଷ୍ଟ କରାଗଲେ ତଥ୍ୟ ସହ ପ୍ରମାଣ ମଧ୍ୟ ମଳିପାରିବ । ତେଣୁ ଏମାନଙ୍କ କଲ ଡିଟେଲ ସହ ପଲିଗ୍ରାଫ ଟେଷ୍ଟ କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର କହିଛନ୍ତି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ପରୀ ହତ୍ୟା ଘଟଣାରେ ଏସ୍‌ଆଇଟି ଯାଞ୍ଚ ଓ ଏସଆଇଟି ମୁଖ୍ୟ ଶ୍ରୀ ଅରୁଣ ବୋଥ୍ରାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ କ୍ଲିପିଙ୍ଗ ଦେଖାଇ ସେ କହିଛନ୍ତି ଯେ, ପରୀ ହତ୍ୟା ଘଟଣା ଯାଞ୍ଚ ବେଳେ ଯଦୁପୁରର ସବୁ ଲୋକ ସ୍ୱେଚ୍ଛାକୃତ ଭାବେ ସାମିଲ ହେଉଥିଲେ । ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉଥିଲେ । କେବଳ ଅଭିଯୁକ୍ତ ସରୋଜ ତାଙ୍କ ପରିବାର ତଦନ୍ତ ବେଳେ ସହଯୋଗ କରୁନଥିଲେ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉ ନଥିଲେ । ତଦନ୍ତ ବେଳେ ନବୀନ ନିବାସର ସରୋଜର ମଧ୍ୟ ବ୍ୟବହାର ସେମିତି ଥିଲା । ସିବିଆଇ ତଦନ୍ତ ଶିଥିଳ ହୋଇଛି, ସମୟ ହିଁ କହିବ ତାଙ୍କର ସଂପୃକ୍ତି କେତେ?  କିନ୍ତୁ ଉଭୟ ନବୀନ ନିବାସର ସରୋଜ ଓ ଯଦୁପୁରର ସରୋଜର ବ୍ୟବହାର ସହ ଗୃହରାଷ୍ଟ୍ର ମନ୍ତ୍ରୀ ଓ ବିଜେଡ଼ି ସାଂଗଠନିକ  ସଂପାଦକଙ୍କ ଓଭରରିଆକ୍ସନ ସହ ସମାନତା ଆସିଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂଗଠନିକ ସଂପାଦକ ପୋଲିସ୍ ଓ ପ୍ରଶାସନକୁ ନେଇ କଳାହାଣ୍ଡିର କୋଣ ଅନୁକୋଣ ବୁଲିଛନ୍ତି ।  ଏମାନେ ତଥ୍ୟ ପ୍ରମାଣ ନଷ୍ଟ କରିଛନ୍ତିକି ବୋଲି ପ୍ରଶ୍ନ କରି ସେଥିପାଇଁ ଦମ୍ଭର ସହିତ ପ୍ରମାଣ ମାଗୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ତାହାହେଲେ ଉଭୟଙ୍କ ସହ ବଲାଙ୍ଗିର ଓ କଳାହାଣ୍ଡିର ଏସ୍‌ପି ଡିଆଜିଙ୍କ କଲରେକର୍ଡ ଯାଞ୍ଚ ସହ ପରୀ ଘଟଣାର ତଦନ୍ତ ପ୍ରକ୍ରିୟା ଅନୁଯାୟୀ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ କଂଗ୍ରେସ ଦଳ ଦାବି କରିଛି ।

ଏତଦ୍‌ଭିନ୍ନ ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ପ୍ରଶ୍ନ କରାଗଲେ ତାର ଉତ୍ତର ଖୋଦ ମୁଖମନ୍ତ୍ରୀ କିମ୍ବା ଅଧିକୃତ ମନ୍ତ୍ରୀ ଦେବେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନକଲେ  ଜଣେ ଅନଧିକୃତ ବ୍ୟକ୍ତି ଉତ୍ତର ଦେବା ଦୁଃର୍ଭାଗ୍ୟଜନକ ।  ନଭେମ୍ବର ୭ ତାରିଖରେ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏକ ଟୁଇଟ କରିଥିଲେ । ଟୁଇଟରେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେଯେ, ରାଜନୈତିକ ଭିନ୍ନମତଦବାଦକୁ ଭୁଲିଯାଇ ଏକତା ଭାବେ ମମିତା ପରିବାରର ଦୁଃଖରେ ସାମଲି ହେବାକୁ । ରାଜ୍ୟର ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ, କିନ୍ତୁ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ଶରଣରେ ଗଲେ କାହିଁକି?

ଗୋବିନ୍ଦ ସାହୁ ସନ୍ଦେହଜନକ ଫେରାର ହେଲା। ମାନ୍ୟବର ମନ୍ତ୍ରୀ ସେହି ଟିଟିଲାଗଡ଼ର ବିଧାୟକ । ଗୋବିନ୍ଦ ସାହୁଙ୍କୁ ଫେରାର କରିବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଥିବା ଓ ପୋଲିସ ଏହି ରାଷ୍ଟ୍ରମନ୍ତ୍ରୀଙ୍କ ବୋଲକରା ସାଜୁଥିବା ଯୋଗୁଁ ସେ ଉଭୟ  ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେକି?

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପରିପ୍ରେକ୍ଷୀରେ ବହୁ କ୍ୟାବିନେଟ ମନ୍ତ୍ରୀ ସେ ଅଞ୍ଚଳରେ ଥିଲେ । କେହିବି ମୃତ ମମିତାର ପରିବାରକୁ ସମବେଦନା ଜଣାଇବାକୁ ଯାଇ ନାହାନ୍ତି। ଟୁଇଟ୍ ସହ ଏକ ଭିଡିଓ ଅପଲୋଡ କରାଯାଇଛି । ମନ୍ତ୍ରୀ ଶ୍ରୀମତୀ ସାହୁ ମମିତା ପରିବାରକୁ ଭେଟି ନାହାନ୍ତି କିମ୍ବା ସେମାନେ ମଧ୍ୟ ମନ୍ତ୍ରୀ ପାଖକୁ ଆସିନାହାନ୍ତି । ଏହି ଭିଡିଓ ପାଇଲେ କେଉଁଠୁ?  ଏହା କ’ଣ ସତ୍ୟକି ଜଣେ ବିଜେଡ଼ି ନେତା ଅନ୍ଧାରି ବିଜେକରି ପୋଲିସ ଓ ପ୍ରଶାସନ ମାଧ୍ୟମରେ ଚାପ ପ୍ରୟୋଗ କରି ବଳପୂର୍ବକ ଲେଖା ପଢ଼ାଇ ଭିଡିଓ ତିଆରି କରିଛନ୍ତି କି? ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ଏକ ପିତାମାତାଙ୍କ ଠାରୁ “ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି” ବୋଲି କୁହାଇ ପ୍ରଚାର କରାଇବା ବିକୃତ ଓ ଜଘନ୍ୟ ମାନସିକତା ନୁହେଁ କି? ଗୃହରାଷ୍ଟ୍ର ମନ୍ତ୍ରୀ ଆତ୍ମଗୋପନ ବେଳେ ଜଣେ ବିଧାୟକଙ୍କ ଘରେ ଥିବା ଅଭିଯୋଗ ଉଠୁଥିଲା ସେ ବିଧାୟକ ଜଣକ କିଏ ।  କଂଗ୍ରେସ କରିଥିବା ଅଭିଯୋଗ ଉପରେ ବିଜେଡ଼ିର ପ୍ରତିକ୍ରିୟା ମିଳିପାରି ନାହିଁ।
Published by: Soumya Das
First published: November 23, 2021, 6:31 PM IST