News18 Odia Digital
ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ବିଧାନ ସଭା ଉପନିର୍ବାଚନ ପାଇଁ ଶେଷରେ କଂଗ୍ରେସ ନିଜ ପ୍ରାର୍ଥୀ ଘୋଷଣା କରିଛି । ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହିଂମାଶୁ ମଲ୍ଲିକ ଓ ବାଲେଶ୍ବର ସଦର ପାଇଁ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ ଭାବେ ଚୟନିତ କରିଛି ଦଳ । ଏହା ପୂର୍ବରୁ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିଲେ ।
ପ୍ରାର୍ଥୀ ଚୟନ ନେଇ ଚୟନ ନେଇ ଓପିସିସିର ସୁପାରିସକୁ କଂଗ୍ରେସ ହାଇକମାଣ୍ତ ସୋନିଆ ଗାନ୍ଧି। ଅନୁମୋଦନ କରିବା ପରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ବାଲେଶ୍ବରରେ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି କଂଗ୍ରେସ । ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦୌଡ଼ରେ ସାମିଲ ଥିବା କୁହାଯାଉଥିଲା ।
ଏବେ ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସର ହିଂମାଶୁ ମଲ୍ଲିକଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ ହେବ । ସେହି ପରି ବାଲେଶ୍ବରରେ ବିଜେଡିର ସ୍ବରୂପ ଦାସ, ବିଜେପିର ମାନସ ଦତ୍ତ ଏବଂ କଂଗ୍ରେସର ମମତା କୁଣ୍ଡୁଙ୍କ ମଧ୍ୟରେ ହେବ ଟକ୍କର ।
ଶାସକ ଦଳ ବିଜେଡି ବାଲେଶ୍ବର ସଦର ଆସନ ପାଇଁ ସ୍ବରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ପାଇଁ ଦିବଙ୍ଗତ ମନ୍ତ୍ରୀ ବିଷ୍ଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ୍ ଦେଇଛି । ସ୍ବରୂପ ଦାସଙ୍କୁ ବାଛି ଏକ ସରପ୍ରାଇଜ୍ ଦେଇଛନ୍ତି ବିଜେଡି ସୁ୍ପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଭାବେ ସକ୍ରିୟ ଥିବୋ ସ୍ବରୂପ ଏବେ କାଉନସିଲର ଅଛନ୍ତି । ପୂର୍ବରୁ ସେ ସଦର ବିଜେଡିର ସଭାପତି ରହିଥିଲେ । ତେବେ ସ୍ବରୂପଙ୍କ ଭାଇ ଅନୁପ କୁମାର ଦାସ ଥିଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ବାଲେଶ୍ବର ଆସନ ପାଇଁ ଟିକେଟ୍ ପାଇବା ଜାଣି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସ୍ବରୂପ ।
ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍ ହେଲାଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍ତିର୍ତ୍ତୋଲ ଆସନ ପାଇଁ ସ୍ବର୍ଗତ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କ ନାଁକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି । ବିଜୟଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ୍ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଥିବା କୁହାଯାଉଛି । ଏବେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ଅଛନ୍ତି ବିଜୟ ଶଙ୍କର ।
ବିଜେପି ପକ୍ଷରୁ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି । ସମର୍ଥକଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ରାଜକିଶୋର ବେହେରା ନାମାଙ୍କନ ଦାଖଲ କରିଛନ୍ତି । କୋଡ଼ିଏ ବର୍ଷ ହେବ ତିର୍ତ୍ତୋଲ ରାଜନୀତି ସହ ଜଡ଼ିତ ରାଜକିଶୋର ପ୍ରଥମେ କଂଗ୍ରେସରୁ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ । ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢି ବିଜେଡି ଠାରୁ ପରାସ୍ତ ହୋଇଥିଲେ ସେ । ଗତ ସପ୍ତାହରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ରାଜକିଶୋର ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।