ଝାରସୁଗୁଡ଼ା ଉପ ନିର୍ବାଚନ; କଂଗ୍ରେସର ପକ୍ଷରୁ ଲଢ଼ିବେ ତରୁଣ ପାଣ୍ଡେ

Tarun Pandey: ଝାରସୁଗୁଡ଼ା ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ କଂଗ୍ରେସ ପକ୍ଷରୁ ଲଢ଼ିବେ ଝାରସୁଗୁଡ଼ା ଉପ ନିର୍ବାଚନ।

କଂଗ୍ରେସର ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

କଂଗ୍ରେସର ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଝାରସୁଗୁଡ଼ା: ଝାରସୁଗୁଡ଼ା (Jharsuguda) ଉପ ନିର୍ବାଚନ ( By election) ପାଇଁ କଂଗ୍ରେସର (Congress) ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ (Tarun Pandey)। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମାରିଲେ ମୋହର। କଂଗ୍ରେସ ଇଲେକ୍ସନ କମିଟି ପକ୍ଷରୁ ପ୍ରାଥୀଙ୍କ ନାମ ଘୋଷଣା କରାଯାଇଛି।

ଝାରସୁଗୁଡ଼ା ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ। ୧୯୮୦, ୧୯୮୫ ଓ ୧୯୯୫ରେ ବିଧାୟକ ଥିଲେ ବୀରେନ୍ଦ୍ର ପାଣ୍ଡେ। ଦୌଡ଼ରେ ତିନି ଜଣ ଥିଲେ। ଏହି କ୍ରମରେ ସାମିଲ ଥିଲେ ଜିଲ୍ଲା ସଭାପତି ଅଶୋକ ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ନମିତା ବିଶ୍ବାଳ।

ହେଲେ ତରୁଣ ପାଣ୍ଡେଙ୍କ ନାମରେ ମୋହର ମାରିଛନ୍ତି ଏଆଇସିସି ଅଧ୍ୟ ମଲ୍ଲିକାର୍ଜୁନ ଖଡଗେ।

ପ୍ରକାଶ ଥାଉକି ବିଜେଡି ଉପ ନିର୍ବାଚନ ପାଇଁ ବିଜେଡି ଅନୁକମ୍ପା କାର୍ଡ଼ ଖୋଳିଛି। ଦିବଂଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ନବ ଦାସଙ୍କୁ ହତ୍ୟା ପରେ ଖାଲି ପଡ଼ିଛି ଝାରସୁଗୁଡା ଆସନ।

ନିକଟରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଘୋଷଣା ହୋଇଥିଲା ତାରିଖ। ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ମେ ୧୩ରେ ହେବ ଭୋଟ ଗଣତି। ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୦ ରଖାଯାଇଛି। ନାମାଙ୍କନ ଯାଞ୍ଚ ଏପ୍ରିଲ ୨୧, ପ୍ରତ୍ୟାହାର ୨୪ ତାରିଖ ରହିଛି।

ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୯୭ ହଜାରରୁ ଅଧିକ ଭୋଟର ରହିଛନ୍ତି। ଏଥିରେ ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକ ରହିଛି। ୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ।

ପ୍ରକାଶ ଥାଉକି ଗତ ଜାନୁଆରୀ ୨୯ ତାରିଖ ଦିନ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଛି। ଏହି ବିଧାନସଭା କ୍ଷେତ୍ରର ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୦୭୩ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୩, ମହିଳା ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। ସମୁଦାୟ ପୋଲିଙ୍ଗ ଷ୍ଟେସନ ସଂଖ୍ୟା ୨୫୩। ଝାରସୁଗୁଡା ପୌର ପରିଷଦ ର ଭୋଟର ସଂଖ୍ୟା ୭୧୧୧୩, ଝାରସୁଗୁଡା ବ୍ଲକ ର ୩୮୫୪୬, କିର୍ମିରା ବ୍ଲକ ର ୩୩୯୦୧, କୋଲାବିରା ବ୍ଲକର ୩୭୮୧୦ ଓ ଲଇକେରା ବ୍ଲକର ଭୋଟର ସଂଖ୍ୟା ୩୯୭୦୩ ।
Published by:Lipina Das
First published: