ଏଥର ୯ ରୁ ୯୦ ସିଟ ହାତେଇବାକୁ ମାଷ୍ଟର ପ୍ଲାନ୍ କରିଛନ୍ତି ନୂଆ ପିସିସି ସଭାପତି

୨୦୨୪ ପାଇଁ କଂଗ୍ରେସର ଆକ୍ସନ ପ୍ଲାନ୍ କରିଛି। ୨୦୧୯ରେ ସିଟରେ ସୀମିତ ଥିବା କଂଗ୍ରେସ ୯୦ ଆସନ ପାଇଁ ପ୍ରସ୍ତୁତ କରୁଛି ରୋଡ଼ ମ୍ୟାପ। ଲକ୍ଷ୍ୟ ହାସଲ ପାଇ ଛାତ୍ର ଓ ଯୁବ ସଙ୍ଗଠନକୁ ଦୁଇ ହାତ କରିଛନ୍ତି ନୂଆ ପିସିସି।

ଛାତ୍ର ଓ ଯୁବ ସଙ୍ଗଠନକୁ ହାତ କରି ୯ ରୁ ୯୦ ସିଟ ହାତେଇବାକୁ ମାଷ୍ଟର ପ୍ଲାନ୍ କରିଛନ୍ତି ନୂଆ ପିସିସି

ଛାତ୍ର ଓ ଯୁବ ସଙ୍ଗଠନକୁ ହାତ କରି ୯ ରୁ ୯୦ ସିଟ ହାତେଇବାକୁ ମାଷ୍ଟର ପ୍ଲାନ୍ କରିଛନ୍ତି ନୂଆ ପିସିସି

  • Share this:
News18 Odia Digital

ଭୁବନେଶ୍ବର: ମିଶନ ୨୦୨୪ ପାଇଁ ତିନି ଦଳ କସରତ ଆରମ୍ଭ କରିଛନ୍ତି। ୯ ରୁ ୯୦ ସିଟ ଟାର୍ଗେଟ ନେଇ କଂଗ୍ରେସ କରୁଛି ପ୍ଲାନ୍। ଯୁବ ଓ ଛାତ୍ର ସଙ୍ଗଠନକୁ ଦୁଇ ହାତ କରି ବଢ଼ିବା ସହ ପୁରୁଖାଙ୍କୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି ନୂଆ ପିସିସି।

୨୦୨୪ ପାଇଁ କଂଗ୍ରେସର ଆକ୍ସନ ପ୍ଲାନ୍ କରିଛି। ୨୦୧୯ରେ ସିଟରେ ସୀମିତ ଥିବା କଂଗ୍ରେସ ୯୦ ଆସନ ପାଇଁ ପ୍ରସ୍ତୁତ କରୁଛି ରୋଡ଼ ମ୍ୟାପ। ଲକ୍ଷ୍ୟ ହାସଲ ପାଇ ଛାତ୍ର ଓ ଯୁବ ସଙ୍ଗଠନକୁ ଦୁଇ ହାତ କରିଛନ୍ତି ନୂଆ ପିସିସି। ଦଳଠୁ ଦୂରେଇ ଯାଇଥିବା ପୁରୁଖାଙ୍କୁ ଫେରାଇ ଆଣିବାକୁ ବି ପ୍ରୟାସ ଆରମ୍ଭ କରିଛନ୍ତି।

ଅଧିକ ଛାତ୍ରଙ୍କୁ ଦଳରେ ଯୋଡ଼ିବାକୁ କଂଗ୍ରେସ ଭବନରେ ଆୟୋଜିତ ଛାତ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ପିସିସି ସଭାପତି ଗୁରୁମନ୍ତ୍ର ଦେଇଥିଲେ। ଆଗାମୀ ଦିନରେ ସବୁ କଲେଜରେ ଖୋଲିବ ସ୍ଵତନ୍ତ୍ର ଶାଖା। ଲୁପ୍ତ ହୋଇଯାଇଥିବା ସଙ୍ଗଠନକୁ ସଞ୍ଜିବନୀ ଦେଇଥିବା ବ୍ରଜରାଜ ନଗର ଫଳାଫଳକୁ ନେଇ ଆଗକୁ ବଢ଼ିବାକୁ ବ୍ଲୁ ପ୍ରିଣ୍ଟ କରିଛନ୍ତି ନୂଆ ପିସିସି।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସମୟରେ ୧୦ ରୁ ୧୦୦ ସିଟ ହାତେଇ କ୍ଷମତାକୁ ଆସିଥିବା କଂଗ୍ରେସ ଆଗାମୀ ଦିନରେ ୯୦ ସିଟ ଦଖଲ କରିବାରେ ସମସ୍ୟା ନାହିଁ। ସେ ସମୟରେ ଯେପରି କେହି ଅନୁମାନ କରି ପାରି ନଥିଲେ ସେହିପରି ଏବେ ସମସ୍ତଙ୍କୁ ସେଥିରେ ନେଇ ଯୋଜନା କରୁଛି କଂଗ୍ରେସ। ଆଗାମୀ ଦିନରେ ଏଥର ଦଳ ସଫଳ ହେବ।’’

ସେପଟେ ବ୍ରଜରାଜ ନଗର ଫଳାଫଳକୁ ନେଇ ଉତ୍ସାହିତ ଶାସକ ଦଳ ଶିବିର। ବିଜେପି ହାତରୁ ବାଲେଶ୍ଵର ସଦର ଆସନ ଛଡ଼ାଇ ୧୧୩କୁ ସିଟ ବୃଦ୍ଧି କରିଛି ବିଜେଡି। ୨୦୨୪ ଦଳ ଅଧିକ ଆସନ ଦଖଲ କରିବ ବୋଲି ଦୃଢୋକ୍ତି କରିଛନ୍ତି ବିଜେଡି ନେତା।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହଛନ୍ତି,"ଆମେ ସଙ୍ଘର୍ଷରେ ବିଶ୍ୱାସ କରୁନା। ଆମେ ଲୋକଙ୍କ ଭଲ ପାଇବାରେ ବିଶ୍ୱାସ କରୁ। ଲୋକ ବିଜେଡିକୁ ଭଲ ପାଇଛନ୍ତି। ବାରମ୍ବାର ଜନଦେଶ ଦେଉଛନ୍ତି। ବିଜେଡି ସରକାର ଲୋକଙ୍କ ସରକାର। ଲୋକଙ୍କ ସେବା କରୁଛୁ ଏହାର ଏହାର ରିଟର୍ନ ପାଇବୁ। ଲୋକ ଜନଦେଶ ଦେଉଛନ୍ତି। ବ୍ରଜରାଜ ନଗର ଫଳାଫଳ ସ୍ପଷ୍ଟ କରୁଛି। ଏବେ ୧୧୩ ଅଛି ରୁ ଆଗକୁ ବଢ଼ିବ। ବାଲେଶ୍ଵର ନଥିଲା ଗୋଟେ ସିଟ ଆସିଲା। ଆମ ମିଶନ ସିଟ ବଢ଼ିକି ଚାଲିବ।’’

ପଞ୍ଚାୟତ ନିର୍ବଚନରେ ବିଜେପିର ଭୋଟ ପ୍ରତିଶତ ବଢ଼ିଥିଲେ ବି ବ୍ରଜରାଜ ନଗର ଫଳାଫଳ ନିରାଶ କରିଛି। ଭୋଟ ପ୍ରତିଶତ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଯୋଜନା କରୁଛି ଦଳ। ସାଙ୍ଗଠନିକ ସ୍ଥିତିର ସମୀକ୍ଷା ପାଇ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି ଏ.ଲ ସନ୍ତୋଷ। ଆସନ୍ତା ୨୧ ଓ ୨୨ ତାରିଖରେରେ କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି "ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି ଏ.ଲ ସନ୍ତୋଷ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୨୧ ଓ ୨୨ରେ କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସର୍ଭେ ଓ ରିଭ୍ୟୁ କରିବାର ଯେଉଁ ପ୍ରକ୍ରିୟା ରହିଛି ତାକୁ ସେ ଅନୁଶୀଳନ କରିବେ। ଏହି ମାସେ ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମନ୍ତ୍ରୀ ମଣ୍ଡଳର ଅନେକ ସଦସ୍ୟ ଚଳିତ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମକୁ ଆସିବା ସହ ସଙ୍ଗଠନକୁ ଦେଖିବାର କାର୍ଯ୍ୟକ୍ରମ ବି ସ୍ଥିର ହେଉଛି। ଚଳିତ ବର୍ଷକୁ ବିଜେପି ସଙ୍ଗଠନ କ୍ଷେତ୍ରରେ ଏକ ଫୋକସ ବର୍ଷ ଭାବେ ନେଇ ଚାଲୁଛି । ୫୦ ପ୍ରତିଶତ ଯାଏ ଭୋଟ ବଢ଼ାଇବା ଲକ୍ଷ୍ୟ ନେଇ ବିଜେପି କାମ କରୁଛି। ଆଗାମୀ ଦିନରେ ଏହି ଲକ୍ଷ୍ୟ ହାସଲ ଦିଗରେ ଉଦ୍ୟମ ଜୋରଦାର କରାଯିବ।’’
Published by:Lipina Das
First published: