ମାଲକାନଗିରି ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ କି ନ୍ୟାୟ? କଂଗ୍ରେସ, ବିଜେପି ସରକାରଙ୍କୁ ଘେରିଲେ

ରାଜ୍ୟରେ ଆଦିବାସୀମାନଙ୍କ ଜୀବନର ମୂଲ୍ୟ ‘‘୧୦ ଟଙ୍କିଆ ମାସ୍କ ଠାରୁ ବି କମ୍’’ ବୋଲି କହି ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଦୁଷ୍କର୍ମ ପରେ ମହିଳାଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ନେତା ପ୍ରଦୀପ ମାଝି ।

ମାଲକାନଗିରି ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ କି ନ୍ୟାୟ? କଂଗ୍ରେସ, ବିଜେପି ସରକାରଙ୍କୁ ଘେରିଲେ
ସାମ୍ବାଦିକ ସମ୍ମିଳନୀରେ ଦୁଷ୍କର୍ମ ପୀଡ଼ିତାଙ୍କ ଶରୀରରେ ଆକ୍ରମଣର ଫଟୋ ଦେଖାଉଛନ୍ତି ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ରାଜନୀତି ଜୋର ଧରିଛି । କଂଗ୍ରେସ ରାଜ୍ୟ ସ୍ୱାସ୍ଥ୍ୟ ଓ ଗୃହ ବିଭାଗକୁ ଦାୟୀ କରିବା ସହ ବିଧାନ ସଭା ଘେରିବ ବୋଲି ଚେତାବନୀ ଦେଇଛି । ବିଜେପି କହିଛି କୁନ୍ଦୁଲି ଘଟଣାରେ ସତ ଲୁଚିବା ଭଳି ଏ ଘଟଣା ବି ସେମିତି ଲାଗୁଛି । ତେବେ ବିଜେଡି କହିଛି ଯେ ତଦନ୍ତ ଚାଲିଥିବା ବେଳେ  କଂଗ୍ରେସ ନିଜ ସତ୍ତା ରଖିବାକୁ ସାମ୍ବାଦିକ ସମ୍ମିଳନୀ କରୁଛି ।

ମାସେ  ବିତିଗଲା ହେଲେ ମାଲକାନଗିରି ଦୁଷ୍କର୍ମ ପରେ ମୃତ୍ୟୁ ଘଟଣାରେ ଗିରଫ ହେଲେନି ଜଣେ ବି ଅଭିଯୁକ୍ତ । କୁଆଡ଼େ ଗଲା ପୋଷ୍ଟ ମର୍ଟମ ରିପୋର୍ଟ? ଚନ୍ଦ୍ରମା ସହ ଦୁଷ୍କର୍ମ କରିଥିବା ଯୌନ ରାକ୍ଷସ କିଏ? ତା’ ମୃତ୍ୟୁ ପାଇଁ କେଉଁ ଖଳନାୟକ ଦାୟୀ? କୁନ୍ଦୁଲି, ଇତିଶ୍ରୀ ଓ ଏବେ ଚନ୍ଦ୍ରମା ଭଳି ଏମିତି କେତେ ଘଟଣା ଘଟିଲାଣି । ହେଲେ ତଦନ୍ତ ରିପୋର୍ଟ କୁଆଡ଼ ଯାଉଛି ଓ ଆଦିବାସୀମାନଙ୍କୁ କାହିଁକି ‘‘ହୀନ ଦୃଷ୍ଟିରେ’’ ସରକାର ଦେଖୁଛନ୍ତି ବୋଲି ପଚାରି ବିରୋଧୀ ଦଳମାନେ ସରକାରଙ୍କୁ ଘେରିଛନ୍ତି ।

ରାଜ୍ୟରେ ଆଦିବାସୀମାନଙ୍କ ଜୀବନର ମୂଲ୍ୟ ‘‘୧୦ ଟଙ୍କିଆ ମାସ୍କ ଠାରୁ ବି କମ୍‌’’ ବୋଲି କହି ଆଜି ଶାଣିତ ଢଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ସ୍ୱାମୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ବସାଇ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ


‘‘ମୃତ ମହିଳାଙ୍କ ଛାତିରେ ଲୁହା ରଡ଼ର ଦାଗ ରହିଛି । ମାମଲାକୁ ଚପାଇ ଦେବାକୁ ପୀଡ଼ିତାଙ୍କ ସ୍ୱାମୀଙ୍କ ଠାରୁ ମିଛ ଟିପ ଚିହ୍ନ ନେଇଛି ପୋଲିସ । ମଇ ୧୧ ତାରିଖରେ ପୋଷ୍ଟ ମର୍ଟମ ହୋଇଥିଲେ ମଧ୍ୟ ରିପୋର୍ଟ ଆସିନାହିଁ । ତେଣୁ ମାମଲାକୁ ପୋଲିସ ଚାପିଦେବାକୁ ଉଦ୍ୟମ କରୁଛି,’’ କହିଛନ୍ତି ମାଝି । ତୁରନ୍ତ ପୀଡ଼ିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ବିଜେପି ମଧ୍ୟ ସରକାରଙ୍କ ଉପରେ ଏହି ମାମଲାକୁ ନେଇ ଆକ୍ରମଣ କରିଛି । ପୂର୍ବ ପୀଡ଼ିତାମାନଙ୍କ ଦୁଃଖଭରା କାହାଣୀ ଯେମିତି ଲୁଚିଗଲା ଓ ତଦନ୍ତ ଗାଏବ ହୋଇଗଲା, ସେହି କାହାଣୀ ଭଳି ଏ ଘଟଣା ଲାଗୁଛି ବୋଲି ଦଳ କହିଛି।

‘‘ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାର ନୈତିକ ଦାୟୀତ୍ୱ ତୁଲାନ୍ତୁ । ଘଟଣାକୁ ଚପାଇବାକୁ ଯେଉଁ ପ୍ରୟାସ ଚାଲିଛି । ଏହାର ସର୍ବୋଚ୍ଚ ସ୍ତରରେ ତଦନ୍ତ କରାଯାଉ । କେଉଁ ଉଦ୍ଦେଶ୍ୟରେ ଓ କାହା ଉଦେଶ୍ୟରେ ଏ ଘଟଣାକୁ ଘଣ୍ଟ ଘୋଡ଼ାଯାଇ ରଖାଯାଇଛି? ରାଜ୍ୟର ଗୃହ ମନ୍ତ୍ରୀ ହିସାବରେ ମୁଖ୍ୟ ମନ୍ତ୍ରୀଙ୍କର ଜବାବ ଦେବାର ଆବଶ୍ୟକତା ରହିଛି,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ


କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଅଭିଯୋଗ ଉପରେ ସରକାରୀ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ‘‘ପୋଲିସ ଘଟଣାର ତଦନ୍ତ କରୁଛି । ପୋଷ୍ଟ ମଟର୍ମ ରିପୋର୍ଟ ନିୟମ ଅନୁସାରେ ଯେତେ ଦିନ ଅନୁସାରେ ଆସିବା କଥା ଆସିବ । ଅଭିଯୋଗ ନ କଲେ କଂଗ୍ରେସ ଗୋଟିଏ ଦଳ ଅଛ ବୋଲି ଜଣା ପଡ଼ିବ କେମିତି?’’ ପଚାରିଛନ୍ତି ମଲ୍ଲିକ ।

ଏହା ବିଷୟରେ ଆହୁରି ପଢ଼ନ୍ତୁ: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ରେପ୍ ପରେ ମହିଳାଙ୍କ ମୃ୍ତ୍ୟୁ ମାମଲା: ‘‘କେସ୍ ବାସ୍ କିଛି କର୍ ନା’’

ପିପିଲିର ବେବିନା ଠାରୁ ଚନ୍ଦ୍ରମା ଯାଏ ଅକାଳରେ ଝଡ଼ି ଯାଇଛି କେତେ ନିରୀହ ଜୀବନ । ରାଜନୀତିର ଆରୋପ ପ୍ରତ୍ୟାରୋପ ଭିତରେ ଏମାନଙ୍କୁ ନ୍ୟାୟ ତ ମିଳିପାରି ନାହିଁ, ବରଂ ରାଜ୍ୟରେ ରାଜନୈତିକ ପ୍ରସଙ୍ଗ ହୋଇ ରହିଯାଇଛନ୍ତି ଏହି କାହାଣୀ ସବୁ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 7:47 PM IST
corona virus btn
corona virus btn
Loading