ଅନୁଭବ-ବର୍ଷା ମାମଲାକୁ ନେଇ ରାଜନୀତି ଆରମ୍ଭ; ବିଜେପି ଓ କଂଗ୍ରେସ MPଙ୍କ ଇସ୍ତଫା ଦାବି କଲେ

‘ନିମ୍‌କି’ ସାଜି ଯେଉଁ ବର୍ଷା ପ୍ରିୟଦର୍ଶିନୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନବୀନ ନିବାସକୁ ଯାଇ ଗୁହାରି କରିଥିଲେ ତାଙ୍କୁ ନ୍ୟାୟ ଦେବା ମୁଖ୍ୟ ମନ୍ତ୍ରୀଙ୍କ ଦାୟିତ୍ୱ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି ।

ଅନୁଭବ-ବର୍ଷା ମାମଲାକୁ ନେଇ ରାଜନୀତି ଆରମ୍ଭ; ବିଜେପି ଓ କଂଗ୍ରେସ MPଙ୍କ ଇସ୍ତଫା ଦାବି କଲେ
ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ
  • News18 Odia
  • Last Updated: September 8, 2020, 11:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାଂସଦ ଓ ପୂର୍ବ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ଦିନକୁ ଦିନ ବଢ଼ୁଛି ଅଡ଼ୁଆ । ବିଜେପି ଓ କଂଗ୍ରେସ ସାଂସଦଙ୍କ ସମେତ ବିଜୁ ଜନତା ଦଳ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ଅନୁଭବଙ୍କ ଇସ୍ତଫା ଦାବି କରିଥିବା ବେଳେ କଂଗ୍ରେସ ତାଙ୍କ ‘‘ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର’’ ନେଇ ଖୁଲାସା କରିଛି ଓ ତାଙ୍କ ଇସ୍ତଫା ଦାବି କରିଛି ।

ବିଜେପି ମହିଳା ମୋର୍ଚ୍ଚ ସଭାନେତ୍ରୀ ସ୍ମୁତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ‘‘ମହିଳା ଅତ୍ୟାଚାର ଓ ହିଂସାର ବନ୍ୟା ଜଳ ବର୍ତ୍ତମାନ ଶାସକ ବିଜେଡିର ଘର ଭିତରେ । ସାମ୍ବିଧାନିକ ପଦର ମର୍ଯ୍ୟାଦା ହରାଇଥିବା ସାଂସଦ ଅନୁଭବ ମହାନ୍ତି ତୁରନ୍ତ ଇସ୍ତଫା ଦିଅନ୍ତୁ । ମହିଳାବିରୋଧୀ ସାସଂଦଙ୍କୁ ବିଜେଡିରୁ ବହିଷ୍କାର କରନ୍ତୁ ମୁଖ୍ୟ ମନ୍ତ୍ରୀ, ନଚେତ୍ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ।’’

‘‘କାହାରି ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୈା ଉଚିତ୍ ନୁହେଁ । ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ କିମ୍ବା ରୋଲ୍ ମଡେଲ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ ଆସିବ ସେତେବେଳେ ମହିଳା ସୁରକ୍ଷା ଦୃଷ୍ଟିରୁ ଏହାକୁ ମହିଳା ମୋର୍ଚ୍ଚା ତରଫରୁ ପ୍ରତିବାଦ କରିବା ଆମର ପ୍ରାଥମିକ ଦାୟିତ୍ୱ । ବିଶେଷ ଭାବେ ଲୋକପ୍ରତିନିଧି କିମ୍ବା ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତି ବିଶେଷ ଏଭଳି ଘଟଣାରେ ସଂପୃକ୍ତ ରହିଲେ ଏହାର ଦୃଢ ବିରୋଧ କରାଯିବସ’’ କହିଛନ୍ତି ସ୍ମୃତି ପଟ୍ଟନାୟକ ।

ବିଜେପିର ମହିଳା ନେତ୍ରୀମାନେ ଅନୁଭବଙ୍କ ଇସ୍ତଫା ଦାବି କରିଛନ୍ତି


ଓଡ଼ିଶାର ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସାମ୍ବିଧାନିକ ପଦାସୀନ ଲୋକ ପ୍ରତିନିଧି ଓ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା କାରଣରୁ ବିଜେପି ମହିଳା ମୋର୍ଚ୍ଚା ବାଧ୍ୟ ହୋଇ ଘଟଣାରେ ହସ୍ତକ୍ଷେପ କରୁଛି ବୋଲି ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପଟ୍ଟନାୟକ କହିଛନ୍ତି ।

‘‘ମହିଳା-ବିରୋଧୀ ଓ ଅତ୍ୟାଚାରୀମାନେ କେବେ ହେଲେ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ପଦବୀରେ ରହିବା ଅନୁଚିତ୍ । ଯଦି ଏଭଳି କାର୍ଯ୍ୟରେ ସଂପୃକ୍ତ ଥାଆନ୍ତି କିମ୍ବା ଅଭିଯୋଗ ଆସେ, ତାହେଲେ ସେ ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦେବା ଉଚିତ୍ । ନହେଲେ ସମାଜକୁ ଏକ ଭୁଲ୍ ସଙ୍କେତ ଯିବ,’’ କହିଛନ୍ତି ସ୍ମୃତି ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି ଯେ ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଛି ଯେ ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀଙ୍କୁ ଅତ୍ୟାଚାର ଦେବାରେ ‘‘ଚରମ ସୀମା’’ ଉଲ୍ଲଙ୍ଘନ କରିଛନ୍ତି । ପତ୍ନୀ ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ଅନୁଭବ ତାଙ୍କୁ ଯୈାତୁକ ମାଗିବା, ଶାରରୀକ ଓ ମାନସିକ ଅତ୍ୟାଚାର କରିବା ସହ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଛନ୍ତି ବୋଲି ବର୍ଷାଙ୍କ ଅଭିଯୋଗରୁ ଜଣାପଡ଼ିଥିବା ସେ କହିଛନ୍ତି ।

ବର୍ଷାଙ୍କ ‘ନିମକି’ ଫିଲ୍ମର ପୋଷ୍ଟର୍


‘‘ରାଜ୍ୟ ସରକାରଙ୍କୁ ମହିଳା ବିରୋଧୀ ବୋଲି ବାରମ୍ବାର ଅଭିଯୋଗ କରିବା ସତ୍ୱେ ପ୍ରଶାସନ ଓ ପୋଲିସକୁ ବ୍ୟବହାର କରି ଏହି ଘଟଣାଗୁଡିକୁ ଅନୁଭବ ଚାପି ଦେଉଥିଲେ । ଏହି ଘଟଣାଟି ରାଜ୍ୟ ସରକାରଙ୍କ ମହିଳା ବିରୋଧି ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଶାସକ ବିଜେଡି ମୁଖିଆଙ୍କ ନିଜର ଜଣେ ପରିବାର ସଦସ୍ୟଙ୍କ ଘରେ ଏଭଳି ମହିଳା ଅତ୍ୟାଚାର ଓ ହିଂସା ଘଟଣା ଘଟିଚାଲିବା ରାଜ୍ୟରେ ମହିଳା ସୁରକ୍ଷାକୁ ଦର୍ଶାଉଛି । ନିଜ ଦଳର ସାଂସଦଙ୍କ ମହିଳା ହିଂସା ଘଟଣାଟି ବର୍ତ୍ତମାନ ହାଟ ଓ ଦାଣ୍ଡରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ନୈତିକତା ଓ ମାନବିକତା ଦୃଷ୍ଟିରୁ ଏବଂ ପଦମର୍ଯ୍ୟାଦା ହରାଇଥିବା କାରଣରୁ ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ,’’ କହିଛନ୍ତି ସ୍ମୃତି ପଟ୍ଟନାୟକ ।

‘ନିମ୍‌କି’ ସାଜି ଯେଉଁ ବର୍ଷା ପ୍ରିୟଦର୍ଶିନୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନବୀନ ନିବାସକୁ ଯାଇ ଗୁହାରି କରିଥିଲେ ତାଙ୍କୁ ନ୍ୟାୟ ଦେବା ମୁଖ୍ୟ ମନ୍ତ୍ରୀଙ୍କ ଦାୟିତ୍ୱ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି ।

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅନୁଭବଙ୍କ ‘‘ମିଥ୍ୟା ଶିକ୍ଷାଗତ ଯୋଗ୍ୟତା’’ ପ୍ରଶ୍ନ ଉଠାଇ ତାଙ୍କୁ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ନିଶିକାନ୍ତ କହିଛନ୍ତି, ‘‘ପୂର୍ବରୁ ମିଥ୍ୟା ସତ୍ୟପାଠ ଓ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରସଙ୍ଗରେ ଅନୁଭବ ବାରମ୍ବାର ନିନ୍ଦିତ ହୋଇଛନ୍ତି । ଅନୁଭବଙ୍କ ଆଚରଣ ବାରମ୍ବାର ସଂସଦର ଗାରିମାକୁ କ୍ଷୁର୍ଣ୍ଣ କରିଛି । ବର୍ତ୍ତମାନ ନିଜ ସ୍ତ୍ରୀଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁରକ୍ଷା ଦେବା ପାଇଁ ଶାସକ ଦଳ ଆଇନରେ ଏକ ସ୍ୱତନ୍ତ୍ର ବାଟ ତିଆରି କରୁଛନ୍ତି । ସେ (ଅନୁଭବ) ନିଜକୁ କନ୍ଦରପୁର କଲେଜର ଯୁକ୍ତ ତିନି ଛାତ୍ର ବୋଲି କହୁଛନ୍ତି, ହେଲେ କ୍ରାଇଷ୍ଟ କଲେଜରେ ୨୦୦୦ ମସିହାରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ସେ ଫେଲ ହୋଇଛନ୍ତି । ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି । ଏହାର ଉତ୍ତର ମଧ୍ୟ ରଖନ୍ତୁ ସାଂସଦ ।’’



ଅନୁଭବଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ଉପରେ ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଇନଗତ ଓ ରାଜନୈତିକ କାର୍ଯ୍ୟାନୁଷ୍ଠାନ ନ ନେଲେ କଂଗ୍ରେସ ଆଇନଗତ ଲଢେଇ ଲଢ଼ିବ ବୋଲି କହିଛନ୍ତି ନିଶିକାନ୍ତ ମିଶ୍ର । ‘‘ସାଧାରଣ ଲୋକ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା, କିନ୍ତୁ ସେ ବିଜେଡି ସାଂସଦ ବୋଲି ତାଙ୍କୁ ସୁରକ୍ଷା ଦିଆଯାଉଛି,’’ ସେ କହିଛନ୍ତି । ଏ ପ୍ରସଙ୍ଗରେ ବିଜେଡି କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।
Published by: Anand Shankar Thankur Das
First published: September 8, 2020, 11:19 PM IST
corona virus btn
corona virus btn
Loading